ପୁଣି କମିଲା ସୁନା ଦର। ଗ୍ରାହକ ମାନଙ୍କ ପାଇଁ ଖୁସି ଖବର। ଏବେ ବିବାହର ପର୍ବ ଚାଲିଥିବା ବେଳେ ବାରମ୍ବାର ଏମିତି ସୁନା ଦରରେ ହ୍ରାସ ପାଇବା ଗ୍ରାହକ ମାନଙ୍କୁ ଆଶ୍ୱସ୍ତି ଦେଇଛି। ଦିନକୁ ଦିନ ଲଗାତାର ସୁନା ଦର ହ୍ରାସ ପାଉଥିବାବେଳେ ଆଜି ପୁଣି ସୁନା ମୂଲ୍ୟରେ ହ୍ରାସ ଘଟିଛି। ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି କିଛି ମାତ୍ରାରେ ହ୍ରାସ ପାଇଛି।ଦେଶରେ ଗୁରୁବାର ସୁନା ମୂଲ୍ୟରେ ୨୮୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଶୁକ୍ରବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୮୦ ଟଙ୍କାର ହ୍ରାସ ଘଟିଛି ବୋଲି ସୂଚନା ମିଳିଛି।
ତେବେ ଆପଣଙ୍କୁ କହି ରଖୁଛୁ କି ଗତକାଲି ପୁଣି ରାଜଧାନୀ ଭୁବନେଶ୍ବର ରେ ୧୦ ଗ୍ରାମ ପିଛା ୧୫୦ ଟଙ୍କା ବୃଦ୍ଧି ପାଇ ୪୨୦୦୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୭୦ ଟଙ୍କା ବଢି ୪୫,୮୨୦ ଟଙ୍କା ରହିଛି।ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ବାରମ୍ବାର ସୁନା ଦରରେ ଏଭଳି ଦର ଦାମ ରେ ପରିବର୍ତ୍ତନ ଆସିବା ଦ୍ଵାରା ଏହା ରାଜ୍ୟ ମାନଙ୍କରେ ମଧ୍ୟ ପ୍ରଭାବ ପକାଉଛି। ଆନ୍ତର୍ଜାତିକ ବଜାରରେ ଏହାର ବୃଦ୍ଧି ଓ ହ୍ରାସ ଘଟିବା କାରଣରୁ ଏହାର ପ୍ରଭାବ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ ପଡ଼ିବାରେ ଲାଗିଛି।
ସେହିପରି ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୩,୪୩୦ ଟଙ୍କା ଓ ୪୪,୪୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୩,୯୫୦ ଟଙ୍କା ଓ ୪୭,୯୫୦ ଟଙ୍କା ରହିଛି।ତେବେ ଗତ ଶୁକ୍ରବାର ଦିନ ଦେଶର ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି ।
ଗୁରୁବାର ଦେଶରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ବୃଦ୍ଧି ଘଟି ଥିବା ବେଳେ ଶୁକ୍ରବାର ରୁପା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୬୦୦ ଟଙ୍କାରେ ପହଞ୍ଚିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଗୁରୁବାର ଦିନ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୪୦୦ ଟଙ୍କା ଥିଲା ।
ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୬୦ ଟଙ୍କା ରହିଛି। ଯାହା ବୁଧବାର ୬,୭୪୦ ଟଙ୍କା ଥିଲା । ତେବେ ସୁନା ଦରରେ କିଛି ମାତ୍ରାରେ ଶୁକ୍ରବାର ଦିନ ହ୍ରାସ ପାଇଥିଲା।ପରେ ପୁଣି ଏହି ଦରରେ ବୃଦ୍ଧି ଘଟିଥିଲା।ସେହିପରି ସୂଚନା ଅନୁସାରେ ଶୁକ୍ରବାର ଦିନ ୧୦ ଗ୍ରାମ ସୁନା ମୂଲ୍ୟରେ ୩୩୦ ଟଙ୍କାର ହ୍ରାସ ଘଟିଛି।ଏହା ଗ୍ରାହକ ମାନଙ୍କ ପାଇଁ ଏକ ଖୁସି ଖବର ଅଟେ।
ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୬୫୦ ଟଙ୍କାରେ ପହଞ୍ଚିଛି। ତା ପୂର୍ବରୁ ଏହି ଦରରେ ସାମାନ୍ୟ ବୃଦ୍ଧି ଘଟିଥିଲା।ତେବେ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ବୃଦ୍ଧି-ହ୍ରାସ ଦେଖା ଦେଇଥିବାର ଦେଖା ଦେଇଛି। ଯେଉଁ କାରଣରୁ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି ଏହି ଦରଦାମ୍ ର ପ୍ରଭାବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।