ହାଇକୋର୍ଟ ଙ୍କ ଐତିହାସିକ ରାୟ – FIR ଗ୍ରହଣ ନକରିବାରୁ ଥାନା ବାବୁଙ୍କୁ ଦଣ୍ଡ, ରାସ୍ତା ଝାଡ଼ୁ ମାରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ…ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….
ପୋଲିସ ଅଧିକାରୀ ମାନଙ୍କ ପାଇଁ କୋର୍ଟ ନେଲେ ବଡ ରାୟ , ଯାହା ସମସ୍ତେ ଜାଣି ରଖିବା ନିତାନ୍ତ ଆବଶ୍ୟକ । ଆପଣ ମାନେ ଚ ଜାଣିଛନ୍ତି ବିଭିନ୍ନ ସମୟରେ ପୋଲିସ ମାନେ ନିଜର ବରଦି ପାଇଁ ବହୁତ ଦାଦାଗିରି ଦେଖାଇଥାନ୍ତି , ବହୁତ ଗର୍ବ କରିଥାନ୍ତି ମାତ୍ର ସମସ୍ତଙ୍କ କ୍ଷେତ୍ରରେ ତାହା ହୋଇନତାଏ । ସମସ୍ତ ପୋଲିସର ମାନ୍ୟତା ରଖିଥାନ୍ତି ତାଙ୍କର ପୋଷାକର ମାନ୍ୟତା ରଖିଥାନ୍ତି ମାତ୍ର ସେଥିମଧ୍ୟରୁ କିପରି ଲୋକ ସେମାତି ରହିଥାନ୍ତି । ବେଲେବେଲେ ଏମିତି ଦେଖାଯାଏ କି ଆପଣ ମାନେ ଯଦି କୌଣସି ଅସୁବିଧାରେ ପଡିଥାନ୍ତି ଏବଂ ପୋଲିସ ସହାୟତା ନେବାକୁ ଚାହିଁଛନ୍ତି ତେବେ ସେହି ସମୟରେ ସେହି ସହାୟତା ମିଳିନଥାଏ ।
ଏହା ସହ ବେଲେ ବେଳେ ପୋଲିସ ଷ୍ଟେସନକୁ ଏଫାୟାର ଦେବା ପାଇଁ ଗଲେ ମଧ୍ୟ ସେମାନେ ଏଫାୟାର ଗ୍ରହଣ କରିନଥାନ୍ତି କହିଥାନ୍ତି କି ଏହି ମାମଲା ଆମର ପୋଲିସ ଷ୍ଟେନରେ ଅନ୍ତଭୁକ୍ତ ନୁହେଁ । ଯାହା ସେମାନଙ୍କର କରିବା ଭୁଲ , ଯଦି ସେମିତି କରୁଛନ୍ତି ତେବେ ତାହାର ବିକଳ୍ପ କିଛି କିରବା ଦରକାର । ତେବେ ପୋଲିସଙ୍କର ଏପରି କାମକୁ ଦେଖିକରି ଏବେ କୋର୍ଟ ଶୁଣାଇଛନ୍ତି ବହୁତ ବଡ ରାୟ । ତେବେ କଣ ରହିଛି ରାୟ ଏବଂ କଣ ପାଇଁ ଏପରି ରାୟ ଶୁଣାଇଛନ୍ତି ଆସନ୍ତୁ ଜାଣିବା ସେ ବିଷୟରେ ।
ସାଧାରଣ ଜନତା ଟେ ହେଉ କି ଉଚ୍ଚ ପଦସ୍ଥ ଅଧିକାରୀ ହୁଅନ୍ତୁ କିମ୍ବା କୋଟିପତି ବ୍ୟବସାୟୀ ହୁଅନ୍ତୁ, ସମସ୍ତଙ୍କ ପାଇଁ କୋର୍ଟ ର ଆଭିମୁଖ୍ୟ ଆଇନ୍ ଏବଂ ବିଚାରଧାରା ସମାନ ଏବଂ ସୁସ୍ପଷ୍ଟ ଅଟେ । ଉଚ୍ଚ ନ୍ୟାୟାଳୟ ହେଉ କି ସର୍ବୋଚ୍ଚ ନ୍ୟାୟାଳୟ ହେଉ , କୋର୍ଟ ର ନିଷ୍ପତି ସବୁବେଳେ ଲୋକଙ୍କ ଉଚିତ୍ ସ୍ବାର୍ଥ ଏବଂ ଆଇନ୍ କୁ ଲକ୍ଷ୍ୟ କରି ହୋଇଥାଏ ।
ସୂଚନା ଅନୁସାରେ କର୍ଣ୍ଣାଟକ ହାଇକୋର୍ଟ ଜଷ୍ଟିସ୍ ଏସ ସୁନିଲ ଦତ୍ତ ଯାଦବ ଓ ଜଷ୍ଟିସ୍ ପି କୃଷ୍ଣାଙ୍କ ବେଞ୍ଚ ଜଣେ 55 ବର୍ଷୀୟା ତାରାବାଇଙ୍କ ଆବେଦନ ଉପରେ ଶୁଣାଣି କରି ଏହି ଭଳି ଏକ ରାୟ ଶୁଣାଇଛନ୍ତି କି ଏଫଆଇଆର ଗ୍ରହଣ ନକରି ଡ୍ୟୁଟିରେ ଖିଲାପ କରି ଥିବା ଜଣେ ଥାନା ବାବୁ ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଆଉ ଫଳ ସ୍ୱରୂପ ଏହି ଥାନା ଅଧିକାରୀ ଜଣଙ୍କୁ ସପ୍ତାହେ ଧରି ରାସ୍ତାରେ ଝାଡ଼ୁ ମାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି ଏକ ରାୟ ଦେବାର ଅର୍ଥ ଏହା କି ତାରାବାଇ ନାମକ ଜଣେ ମହିଳା ଗତ ଅକ୍ଟୋବର 20 ତାରିଖରେ ନିଜର ପୁଅ ହଜିଯାଇଥିବାର ମାମଲା ନେଇ କରି ପୋଲିସ ଷ୍ଟେସନ ଯାଇଥିଲେ । ମାତ୍ର ସେହି ସମୟରେ ସେହି ଥାନାର ଏସଏଚଓ ଅର୍ଥାତ୍ ଷ୍ଟେସନ୍ ହାଉସ୍ ଅଫିସର ଜଣଙ୍କ ତାରାବାଇ ଙ୍କ ଏଫଆଇଆରକୁ ଗ୍ରହଣ କରିନଥିଲେ ।
ସେ କହିଥିଲେ କି ଏହା ଆମ ଥାନା କ୍ଷେତ୍ର ବାହାର ଅଟେ , ଆମେ ତାହାକୁ ଗ୍ରହଣ କରିପାରିବୁ ନାହିଁ । ତେବେ ଏହି ମାମଲାକୁ ନେଇ କୋର୍ଟର ଏଭଳି ନିଷ୍ପତ୍ତି ପରେ ନିଜେ ଏସଏଚଓ ତାଙ୍କର ଭୁଲ୍ ସ୍ବୀକାର କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଏଭଳି କରିବାର ନଥିଲା । ଯଦି ମାମଲାଟି ତାଙ୍କ କ୍ଷେତ୍ର ଅଧୀନରେ ଆସୁ ନଥିଲା ତେବେ ସେ ଏହି ବିଷୟରେ ଉକ୍ତ କ୍ଷେତ୍ରର ପୋଲିସ୍ ଅଧିକାରୀଙ୍କୁ ଜଣାଇବାର ଥିଲା ଆଉ ଯାହା ସିଏ କରି ନାହାନ୍ତି। ଏଥିପାଇଁ ତାଙ୍କୁ କୋର୍ଟ ଏଭଳି ଦଣ୍ଡାଦେଶ ଦେଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।