Odisha News Portal

ହାଇକୋର୍ଟ ଙ୍କ ଏୌତିହାସିକ ରାୟ ! ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିଲେ ଏହା ଏକ ଦୁଷ୍କର୍ମ ନହେଁ ବୋଲି ରାୟ ଦେଲା କୋର୍ଟ…..କଣ ଏମିତି ନିଷ୍ପତି ଗ୍ରହଣଯୋଗ୍ୟ କି ?

0 25

କୋର୍ଟ ଦେଲା ଏବେ ବହୁତ ବଡ ରାୟ , ଯାହା ଆପରଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ତେବେ ବିବାହ କରିବାର କଥା ଦେଇ ଏବେ ସାରିରୀକ ସଂପର୍କ ରଖିଲେ ତାହା ଏକ ଦୁଷ୍କର୍ମ ନୁହେଁ । ବିବାହ ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖିବାକୁ ସବୁ ପରିସ୍ଥିତିରେ ଦୁଷ୍କର୍ମ ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ । କାହିଁକିନା ଏହା ମହିଳାଙ୍କର ସହମତିରେ ହିଁ ହୋଇଥାଏ , ତେଣୁ ଏପରି ଏକ ମାମଲାକୁ କୌଣସି ପରିସ୍ଥିତିରେ ଦୁଷ୍କର୍ମ ବୋଲି କୁହାଯାଇ ପାରିବ ନାହିଁ ।

ତେବେ ଦିଲ୍ଲୀ ହାଇକୋର୍ଟ ବିଚାରପତି ବିଭୁ ବାଷକୋଟଙ୍କ ନେତୃତ୍ୱରେ ଗଠିତ ଖଣ୍ଡ ପୀଠରେ ଏହି ମାମଲାର ବିଚାର କରି ଏପରି ଏକ ରାୟ ଦିଆଯାଇଛି । କୋର୍ଟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି କି ବିବାହ ପ୍ରତିଶ୍ରୁତି ଦ୍ୱାରା ନିଜ ଇଚ୍ଛାରେ ସ୍ଥାପନ କରାଯାଉଥିବା ସଂପର୍କକୁ ଅନୈତିକ କୁହାଯାଇ ପାରିବ ନାହିଁ ।

ଭାରତୀୟ ପିଙ୍ଗଳ କୋର୍ଟର ଦାରା 375 ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଘରି ସାରିରୀକ ସଂପର୍କ ସ୍ଥାପନ କରିବାରେ ଉଭୟ ମହିଳା ଏବଂ ପୁରୁଷଙ୍କର ସହମତି ରହିଥାଏ । ଏହାକୁ ଦୁଷ୍କର୍ମ ବୋଲି କୁହାଯାଇ ପାରିବ ନାହିଁ । ସୂଚନା ମୁତାବକ ଜଣେ ମହିଳାଙ୍କର ଅଭିଯୋଗ ଅନୁସାରେ 2008 ରୁ 2015 ପର୍ଯ୍ୟନ୍ତ ଜଣେ ପୁରୁଷ ବିବାହର ପ୍ରତିସ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରିରୀକ ସଂପର୍କ ସ୍ଥାପନ କରିଥିଲେ ।

ମାତ୍ର ପରବର୍ତ୍ତୀ ସମୟରେ ସେ ସେହି ଯୁବତୀକୁ ବିବାହ ନକରି ଅନ୍ୟ ଜଣେ ଯୁବତୀକୁ ବିବାହ କରିଥିଲେ । ଯାହା ଦ୍ୱାରା ସେହି ମହିଳା ଜଣକ ସଂପୃକ୍ତ ପୁରୁଷ ନାମରେ କୋର୍ଟରେ ଦୁଷ୍କର୍ମ ମାମଲା ଦାୟର କରିଥିଲେ । ଏବେ ଏହି ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇବା ସହିତ ଏପରି ଏକ ବିଚାର କରିଛନ୍ତି ଏହା ସହ ସେହି ଯୁବକଙ୍କୁ ଦୋଷ ମୁକ୍ତ କରିଛନ୍ତି ।

ଏଠାରେ ଆମେ ଆପଣ ମାନଙ୍କୁ କହିରଖୁଛୁ କି ଆମ ସମାଜରେ ବିବାହ ପୂର୍ବରୁ ସାରିରୀକ ସଂପର୍କ ରଖୁଥିବା ମହିଲା ଏବଂ ପୁରୁଷ ମାନଙ୍କର ସଂକ୍ୟା ଦିନକୁ ଦିନ ବଡିବାରେ ଲାଗିଛି । ଏହା ବର୍ତ୍ତମାନ ଏକ ଟ୍ରେଣ୍ଡ ଭଲି ମନେ ହେଉଛି । ମାତ୍ର କିଛି କ୍ଷେତ୍ରରେ ପ୍ରେମରେ ବିଫଳ ହେବା ବା ପ୍ରେମିକ ସହିତ ମନମାଳିନ୍ୟ ହେବା ଫଳରେ ମହିଳା ମାେ ଏହାର ସୁଯୋଗ ନେଇ ସେହି ପୁରୁଷ ବନ୍ଧୁ ମାନଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣୁଛନ୍ତି ।

ମାତ୍ର ଭଭୟଙ୍କର ସହ ମତିରେ ସଂପର୍କ ସ୍ଥାପନ ହୋଇଥିବା ବେଳେ ଏହାର ସୁଯୋଗ ମହିଳୀ ମାନେ ନେଉଥିବା ବେଳେ ପୁରୁଷ ମାନେ ଦଣ୍ଡିତ ହେଉଛନ୍ତି । ଏଭଲି କ୍ଷେତ୍ରରେ ଦିଲ୍ଲୀ ହାଇକୋର୍ଟରେ ଏପରି ରାୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ା