Odisha News Portal

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ –ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ବଳତ୍କାର ନୁହେଁ ! କଣ ଏପରି ନିଷ୍ପତି ସମାଜ ପାଇଁ ଗ୍ରହଣଯୋଗ୍ୟ କି ?…କମେଣ୍ଟ କରି ଜଣାନ୍ତୁ…..

0 18

ଆମ ସମାଜରେ ବିବାହ ପୂର୍ବରୁ ସାରିରୀକ ସଂପର୍କ ରଖୁଥିବା ମହିଲା ଏବଂ ପୁରୁଷ ମାନଙ୍କର ସଂଖ୍ୟା ଦିନକୁ ଦିନ ବଡିବାରେ ଲାଗିଛି । ଏହା ବର୍ତ୍ତମାନ ଏକ ଟ୍ରେଣ୍ଡ ଭଲି ମନେ ହେଉଛି । ମାତ୍ର କିଛି କ୍ଷେତ୍ରରେ ପ୍ରେମରେ ବିଫଳ ହେବା ବା ପ୍ରେମିକ ସହିତ ମନମାଳିନ୍ୟ ହେବା ଫଳରେ ମହିଳା ମାେ ଏହାର ସୁଯୋଗ ନେଇ ସେହି ପୁରୁଷ ବନ୍ଧୁ ମାନଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣୁଛନ୍ତି । ମାତ୍ର ଭଭୟଙ୍କର ସହ ମତିରେ ସଂପର୍କ ସ୍ଥାପନ ହୋଇଥିବା ବେଳେ ଏହାର ସୁଯୋଗ ମହିଳୀ ମାନେ ନେଉଥିବା ବେଳେ ପୁରୁଷ ମାନେ ଦଣ୍ଡିତ ହେଉଛନ୍ତି । ଏଭଲି କ୍ଷେତ୍ରରେ ଦିଲ୍ଲୀ ହାଇକୋର୍ଟରେ ଏପରି ରାୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ବିଭୁ ବାଖରୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି । ସେ ଦେଇଥିବା ରାୟରେ କହିଛନ୍ତି କି ବିବାହ ପ୍ରତିଶ୍ରୁତି ଦ୍ୱାରା ସ୍ୱଇଚ୍ଛାରେ ସ୍ଥାପନ କରାଯାଉଥିବା ଶାରୀରିକ ସଂପର୍କକୁ ଅନୈତିକ କୁହାଯାଇପାରିବ ନାହିଁ । ଭାରତୀୟ ପିଙ୍ଗଳ କୋଡର ଧାରା 375 ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଶାରୀରିକ ସଂପର୍କ ସ୍ଥାପନ କରିବାରେ ଉଭୟ ମହିଳା ଓ ପୁରୁଷଙ୍କର ସହମତି ରହିଥାଏ । ତେଣୁ ଏହାକୁ ବଳତ୍କାର କୁହାଯାଇ ପାରିବ ନାହିଁ ।


ସୂଚନା ମୁତାବକ ଜଣେ ମହିଳାଙ୍କର ଅଭିଯୋଗ ଅନୁସାରେ 2008 ରୁ 2015 ପର୍ଯ୍ୟନ୍ତ ଜଣେ ପୁରୁଷ ବିବାହର ପ୍ରତିସ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରିରୀକ ସଂପର୍କ ସ୍ଥାପନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ସେହି ଯୁବତୀକୁ ବିବାହ ନକରି ଅନ୍ୟ ଜଣେ ଯୁବତୀକୁ ବିବାହ କରିଥିଲେ । ଯାହା ଦ୍ୱାରା ସେହି ମହିଳା ଜଣକ ସଂପୃକ୍ତ ପୁରୁଷ ନାମରେ କୋର୍ଟରେ ଦୁଷ୍କର୍ମ ମାମଲା ଦାୟର କରିଥିଲେ ।

ଏବେ ଏହି ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇବା ସହିତ ଏପରି ଏକ ବିଚାର କରିଛନ୍ତି ଏହା ସହ ସେହି ଯୁବକଙ୍କୁ ଦୋଷ ମୁକ୍ତ କରିଛନ୍ତି । ତେବେ ବିବାହ କରିବାର କଥା ଦେଇ ଏବେ ଶାରିରୀକ ସଂପର୍କ ରଖିଲେ ତାହା ଏକ ଦୁଷ୍କର୍ମ ନୁହେଁ ।

ବିବାହ ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖିବାକୁ ସବୁ ପରିସ୍ଥିତିରେ ଦୁଷ୍କର୍ମ ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ । କାହିଁକିନା ଏହା ମହିଳାଙ୍କର ସହମତିରେ ହିଁ ହୋଇଥାଏ , ତେଣୁ ଏପରି ଏକ ମାମଲାକୁ କୌଣସି ପରିସ୍ଥିତିରେ ଦୁଷ୍କର୍ମ ବୋଲି କୁହାଯାଇ ପାରିବ ନାହିଁ । ତେଣୁ ଯେଉଁମାନେ ଏପରି କିଛି କାମ କରୁଛନ୍ତି ସେମାନେ ଏବେ ସାବଦାନ ହୋଇଯାଆନ୍ତୁ ଏବଂ ଏପରି କାମ କେବେବି କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।