ବର୍ତ୍ତମାନର ସବୁଠୁ ବଡ ଖବର । ଜୀବନ ବଞ୍ଚାଇବା ପାଇଁ ହାର୍ଟ ନେଇ ଯାଉଥିଲା ହେଲିକେପ୍ଟର । କିନ୍ତୁ ହସ୍ପିଟାଲ ରେ ଲ୍ୟାଣ୍ଡିଂ କରି୍ବା ପୂର୍ବରୁ କ୍ରାସ୍ ହୋଇ ଗଲା । ଏହା ପରେ ଯାହା ଘଟିଲା ତାହା ହଲିଉଡ ଫିଲ୍ମ ପରି ଲାଗୁ ଥିଲେ ମଧ୍ୟ ବି କଥା ଟା ସତ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଖବର , ସେଥିପାଇଁ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଥରେ ପଢନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା । ତେବେ ଏହି ଘଟଣାଟି ଘଟିଛି ଆମେରିକାର କାର୍ଲିଫର୍ଣ୍ଣିଆ ସହରରେ ।
ପୂ୍ର୍ବ ଲୋ ସେଞ୍ଜର୍ସର ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟ ଜଣଙ୍କ ହାର୍ଟ ଟ୍ରାନ୍ସପ୍ଲାନ୍ଟ ହେବାର ଥିଲା । ଏଥି ପାଇଂ କୌଣସି ମତେ ଯୋଗାଯୋଗ କରାଯାଇ ସାନାଡେଇଗୁରୁ କ୍ୟାକ୍ ହସ୍ପିଟାଲକୁ ହାର୍ଟ ନେଇ ଆସି ଥିଲା ଏକ ହେଲିକେପ୍ଟର । କିନ୍ତୁ ଦୁର୍ଭାଗ୍ୟ ବଶତଃ କ୍ୟାକ୍ ହସ୍ପିଟାଲ ଛାତରେ ଲ୍ୟାଣ୍ଡିଂ କରିବା ପୂର୍ବ ରୁ ହେଲିକେପ୍ଟର ଟି କ୍ରାସ ହୋଇ ଯାଇ ଥିଲା । ଏହାପରେ ଅଗ୍ନିଶ୍ରମ କର୍ମଚାରୀ ମାନେ ତୁରନ୍ତ ହାର୍ଟ ଟିକୁ ଦୁର୍ଘଟଣା ଗ୍ରସ୍ଥ ହେଲିକେପ୍ଟର ରୁ ଉଦ୍ଧାର କରିବାର ବ୍ୟବସ୍ଥା କରି ଥିଲେ ।
ହାଇଡ୍ରୋଲିକ୍ କର୍ଟ୍ ର ସାହାଯ୍ୟରେ ହେଲିକେପ୍ଟର ଟିକୁ କାଟି ହାର୍ଟ ଉଦ୍ଧାର କରା ଯାଇ ଥିଲା । ପରେ ଜଣେ ମେଡିକାଲ କର୍ମଚାରୀଙ୍କୁ ହାର୍ଟ ଦେଇ ଥିଲେ ଅଗ୍ନଶମଃ କର୍ମଚାରୀ ମାନେ । ତେବେ ଏତିକିରେ ସରି ନଥିଲା ଉଦ୍ଧାର ଡ୍ରାମା । ମେଡିକାଲ କର୍ମଚାରୀ ଜଣକ ହାର୍ଟ ଧରି ତର୍ ତର୍ ହୋଇ ଯାଉ ଥିବା ବେଳେ ହାର୍ଟ ଟି ତାଙ୍କ ହାତରୁ ତଳକୁ ଖସି ପଡି ଥିଲା । ଏହା ପରେ ପୁଣି ଥରେ ଅଗ୍ନଶମଃ କର୍ମଚାରୀ ମାନେ ହାର୍ଟ ଟିକୁ ତଳୁ ଉଠାଇ ମେଡିକାଲ କର୍ମଚାରୀଙ୍କ ହାତ ରେ ଦେଇ ଥିଲେ ।
ତେବେ ଡାକ୍ତର ମାନେ ହାର୍ଟ ଟିକୁ ଭଲ ଭାବରେ ପରୀକ୍ଷା କରିବା ପରେ ଏହା ବ୍ୟବହାର ଉପଯୋଗୀ ଥିବା ଜାଣିବାକୁ ପାଇ ଥିଲେ । ଆଉ ଶେଷ ରେ ପୂ୍ର୍ବ ଲୋ ସେଞ୍ଜର୍ସର ସେହି ବ୍ୟକ୍ତିଙ୍କ ଶରୀରରେ ହାର୍ଟ ଟ୍ରାନ୍ସପ୍ଲାନ୍ଟ କରା ଯାଇଛି । ଯାହା ବର୍ତ୍ତମାନ ସୁଫଳ ହୋଇ ଥିବା ମଧ୍ୟ କୁହା ଯାଉଛି । ତେବେ ଗୋଟିଏ ଫିଲ୍ମରେ ଯେପରି ସସପେନ୍ସ୍ ଏବଂ ଫାଇଟ୍ ପରେ ହ୍ୟାପି୍ ଏଣ୍ଡିଙ୍ଗ୍ ହୋଇଥାଏ , କାର୍ଲିଫର୍ଣ୍ଣିଆର ଏହି ଘଟଣା ମଧ୍ୟ ଠିକ୍ ସେହିପରି ବୋଲି କୁହା ଯାଇଛି ।
ତେବେ ଆପଣ ମାନଙ୍କୁ ଏହା ଶୁଣିବା ପାଇଁ ନିଶ୍ଚିତ ଭବାରେ ଫିଲ୍ମର ଷ୍ଟୋରି ପରି ଲାଗୁଥିବ କିନ୍ତୁ ଏହା ହେଉଛି ନିରାଟ ସତ୍ୟ ଘଟଣା । ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଆଉ ଏହା ମଧ୍ୟ ବହୁତ ଆଶ୍ଚର୍ଯ୍ୟକର ଘଟଣା ଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।