Odisha News Portal

ହୃଦୟ ଜିତିନେଵ ଏହି ହାତୀର ଭିଡିଓ, ନିଜ ଛୁଆକୁ ବଞ୍ଚାଇବା ପାଇଁ ଶେଷରେ କଲା ଏମିତି… ଦେଖନ୍ତୁ Video

ମାଆ’ ଏପରି ଏକ ଶବ୍ଦ ଯାହାର କୌଣସି ଶେଷ ନାହିଁ, ଦୁନିଆରେ ସବୁଠାରୁ ପବିତ୍ର ସଂପର୍କ ମାଆ ଶବ୍ଦ ଠାରୁ ଆଉ କିଛି ନାହିଁ। ମାଆ ବାପାଙ୍କ ଋଣ ଜୀଵନ ଥିବା ପର୍ଯ୍ୟନ୍ତ କେବେ ସୁଝି ହେବ ନାହିଁ। ସେମାନଙ୍କର ଅବଦାନ ଆମ ଜୀବନ ପାଇଁ ଅତୁଳନୀୟ। ନିଜେ ଦୁଃଖ ରେ ରହି ସବୁବେଳେ ପିଲା ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିଥାଏ। ହେଲେ ମନ ମଧ୍ୟରେ ସବୁବେଳେ ପିଲାମାନଙ୍କ ପ୍ରତି ଆଶୀର୍ବାଦ ହିଁ ରହିଥାଏ। ଦରକାର ପଡ଼ିଲେ ମାଆ ପିଲା ମାନଙ୍କ ପାଇଁ ଯମ ସହିତ ଲଢ଼ିବା ପାଇଁ ପଛାଇ ନଥାଏ।

କେବେଳ ଯେ ମଣିଷ ନିଜ ପିଲା ପ୍ରତି ସ୍ନେହ ଶ୍ରଦ୍ଧା ଭଲ ପାଇବା ଅଛି ତାହା ନୁହେଁ ବରଂ ପଶୁ ପକ୍ଷୀ ସମସ୍ତଙ୍କର ଭଲ ପାଇବା ଅଛି ନିଜ ସନ୍ତାନ ପ୍ରତି, ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବା ପାଇଁ ମିଳିଛି। ଜଣେ ହାତୀ ପିଲାକୁ ବଞ୍ଚାଇବା ପାଇଁ ମାଆ ହାତୀ କିଛି ଏମିତି କଲା, ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ସମସ୍ତେ ଦେଖିପାରୁଥିବେ ଯେ ଗୋଟିଏ ହାତୀ ରାସ୍ତାରେ ଯାଉଛି। ରାସ୍ତାରେ ଯାଉଥିବା ସମସ୍ତ ଗାଡ଼ି ଚାଳକଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏଥିରେ ସେ ବିଫଳ ହୋଇଛି। ହାତୀକୁ ଦେଖି ଲୋକ ମାନେ ଭୟଭିତ ହୋଇ ଚାଲିଯାଉଛନ୍ତି।

ହାତୀ ମଧ୍ୟ ସେଠାରୁ କିଛି ସମୟ ପରେ ସେଠାରୁ ଗାଁର ଲୋକଙ୍କ ପାଖକୁ ଗଲା ଏବଂ ଲୋକଙ୍କ ପାଖକୁ ଯିବା ପରେ ସେ ସେମାନଙ୍କୁ କିଛି ଡାକିବାକୁ କହିଲା। ଲୋକମାନେ ହାତୀ ପଛରେ ଯିବା ପାଇଁ ଚେଷ୍ଟା କଲେ। ଏବଂ ଲୋକମାନେ ଆସି ଦେଖିଲେ ଯେ ହାତୀଟି ଏକ ଖାଲରେ ଖସି ପଡ଼ିଛି ଏବଂ ଏହା ଉଠିବାରେ ସକ୍ଷମ ହୋଇପାରୁନାହିଁ। ଏହାପରେ ଲୋକମାନେ ହାତୀ ଛୁଆଟି ଉଠିବା ପାଇଁ ଏକ ରାସ୍ତା ବାହାର କଲେ। ସେହି ବାଟ ଦେଇ ହାତୀଟି ଅତି ସୁରୁଖୁରୁରେ ଉପରରକୁ ଉଠିଵା ରେ ସକ୍ଷମ ହୋଇପାରିଲା। ହାତୀଟି ମାଆ ସହିତ ଜଙ୍ଗଲ ମଧ୍ୟକୁ ଚାଲିଗଲା।

ମାଆ ହାତୀକୁ ଜଣା ଥିଲା ସେ ଚାହିଁଲେ କେବେବି ଉଠାଇ ପାରିବ ନାହିଁ। ସେଥିପାଇଁ ସେ ମିନିଷର ସାହାଯ୍ୟ ଲୋଡ଼ି ଥିଲା। ଏହାପୂର୍ବରୁ ଆମେ ଦେଖାଇଥିଲୁ ଯେ ଗୋଟିଏ ପକ୍ଷୀ ତାର ପିଲାମାନଙ୍କୁ ବଞ୍ଚାଇବା କିପରି ଜେସିବି ସହିତ ଯୁଦ୍ଧ କରୁଥିଲା। ତୁମେ ସମସ୍ତେ ନିଶ୍ଚୟ ଏହି ଭିଡିଓ ଦେଖିଥିବେ କାରଣ ମା ସର୍ବଦା ମାଆ, କେହି ମାଆର ସ୍ଥାନ ନେଇ ପାରିବେ ନାହିଁ। ସେ ଯମ ସହିତ ମଧ୍ୟ ଯୁଦ୍ଧ କରିବାକୁ ପ୍ରସ୍ତୁତ। ମା ବିନା ଦୁନିଆ ଦୁନିଆ ଅଧୁରା ହୋଇଯାଏ। ଯାହାବି ହେଉ ବର୍ତ୍ତମାନ ଏହି ହାତୀର ଭିଡ଼ିଓଟି ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।