ହେ ଭଗବାନ !ସୁଶାନ୍ତ ସିଂ ପରି ଆଉ ଜଣେ ବଲିଉଡ୍ ଅଭିନେତାଙ୍କର ପରଲୋକ !ବାସଭବନରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ…

ନିକଟରେ ଆପଣ ମାନେ ଜାଣିଥିବେ ଦେଶର ବହୁ ବିଶିଷ୍ଠ ବ୍ୟକ୍ତି ମାନଙ୍କର ବିୟୋଗ ସାରା ଦେଶକୁ ଗୋଟିଏ ପରେ ଗୋଟିଏ ବଡ ବଡ ଶକ୍ତ ଆଘାତ ଦେଇଛି । ସାରା ଦେଶ ପାଇଁ ଏହି 2020 ମସିହାଟି ବହୁତ ଖରାପ ପ୍ରମାଣିତ ହୋଇଛି । ତେବେ ଆଜି ମଧ୍ୟ ଆମେ ସେହିପରି ଗୋଟିଏ ଦୁଃଖଦ ଘଟଣା ବିଷୟରେ କହିବାକୁ ଯାଉଛୁ । ତେବେ ବର୍ତ୍ତମାନ ପୁଣି ଆସିଛି ଫିଲ୍ମ ଜଗତ ପାଇଁ ଗୋଟିଏ ବହୁତ ବଡ ଦୁଃଖଦ ଖବର । ପ୍ରଖ୍ୟାତ ତଥା ବରିଷ୍ଠ ପ୍ରସିଦ୍ଧ କାନ୍ନଡ୍ ଫିଲ୍ମ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ମୃତଦେହ ତାଙ୍କ ଘରୁ ମିଳିଛି । ତେବେ ସବୁ ଦିନ ପାଇଁ ଏ ଦୁନିଆରୁ ଚୀର ବିଦାୟ ନେଇଛନ୍ତି । ସୁରେନ୍ଦ୍ର ବଣ୍ଟଓ୍ବାଲ ହେଉଛନ୍ତି କାନ୍ନଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଲୋକପ୍ରିୟ ତଥା ପ୍ରସିଦ୍ଧ ଅଭିନେତା ଥିଲେ । ତେବେ ସୁରେନ୍ଦ୍ର ବଣ୍ଟଓ୍ବାଲ ଏହି ପରଲୋକ ରେ ସାରା କାନ୍ନଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଶୋକର ଲହରୀ ଖେଳି ଯାଇଛି ।

ତେବେ ଟେଲିଭିଜନ ଦୁନିଆରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଆପଣ ମାନେ ଜାଣିଥିବେ କିଛି ଦିନ ପୂର୍ବରୁ ଟିଭି ଅଭିନେତ୍ରୀ ଜରିନା ରୋଶନ୍ ଖାନଙ୍କ ମୃତ୍ୟୁ ପରେ ଟେଲିଭିଜନ ଜଗତରେ ସମସ୍ତ ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ ।

ଏପରି ଗୋଟିଏ ପରିସ୍ଥିତିରେ ପୁଣି ଶୁଣିବାକୁ ମିଳିଛି ଯେ କନ୍ନଡ଼ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ପରଲୋକ ହୋଇଯାଇଛି । ତେବେ ‘ଟୁଲ୍ଲୁ’ ଅଭିନେତାଙ୍କ ମୃତ୍ୟୁ ତାଙ୍କ ବଣ୍ଟଓ୍ବାଲ୍ ସ୍ଥିତ ଘରେ ହିଁ ହୋଇଛି । ବର୍ତ୍ତମାନ ପୋଲିସ୍ ଏହି ମାମଲାରେ ତାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରା ଯାଉଛି ।

କାହିଁକି ନାଁ ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କୁ କୌଣସି ଜଣେ ବ୍ୟକ୍ତିଙ୍କ ସହିତ ବହୁ ଦିନରୁ ଟଙ୍କା ପଇସାକୁ ନେଇ ଝଗଡ଼ା ଚାଲିଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତାଙ୍କ ପରିବାର ବର୍ଗ କିମ୍ବା ପୋଲିସ୍ ତରଫରୁ ଏନେଇ କୌଣସି ଷ୍ଟେଟମେଣ୍ଟ ଜାରି କରାଯାଇ ନାହିଁ

ତେବେ ସୁରେନ୍ଦ୍ର ବଣ୍ଟଓ୍ବାଲ ଅନେକ କନ୍ନଡେ ଫିଲ୍ମ ରେ କାମ କରିଛନ୍ତି । ସେଥି ମଧ୍ୟରୁ ତାଙ୍କର ସୁପରହିଟ ଫିଲ୍ମ ଥିଲା Chali Polilu ଏବଂ Savarna Deergha Sandhi ଯେଉଂ ଥିରେ ସେ ଅଭିନୟ କରି ଆହୁରି ଅଧିକ ଲୋକପ୍ରିୟତା ହାସଲ କରି ପାରିଥିଲେ । ତେବେ ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ମୃତ୍ୟୁ ବିଷୟରେ ନ୍ୟୁଜ ଏଜେନ୍ସି ଏଏନଆଇ ତରଫରୁ ସୂଚନା ଦିଆଯାଇଛି ।

ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ରାଉଡି ଶିଟର ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କୁ ନିଜ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ତାଙ୍କ ଘର ବଣ୍ଟଓ୍ବାଲରେ ଅବସ୍ଥିତ । ଏହାପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଯାଇଛି । ସେ ଅଭିନୟ କରିବା ସହିତ ନିକଟରେ କଂଗ୍ରେସ୍ ପାର୍ଟି ମଧ୍ୟ ଜଏନ୍ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment