Odisha News Portal

ହେ ପ୍ରଭୁ ! ଫ୍ଲାଏ ଓଭର ତଳେ ଦିନ କାଟୁଛନ୍ତି ଅଭିନେତ୍ରୀ : ସେଦିନର ସୁବର୍ଣ୍ଣ ସୀତା ଆଜି ସାଜିଗଲେ ଭିକାରୁଣି, ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ

ମଣିଷ ସବୁଦିନ ଗୋଟିଏ ସ୍ଥାନରେ ରହିବା କେବେ ସମ୍ଭବ ନୁହେଁ । ଭାଗ୍ୟର ଖେଳ କେହି ବି ବୁଝି ପାରିନାହିଁ କି ପାରିବେ ନାହିଁ । ଆଜି ଯିଏ ଅମିର୍ କାଲି ସେ ଯେ ଫକିର୍ ନ ହୋଇଯିବ ତାହା କେହି କହିପାରିବେ ନାହିଁ ।
ଏଥିପାଇଁ କୁହା ଯାଏ କୌଣସି ଜିନିଷର ସ୍ଥାୟୀତ୍ବ ନାହିଁ । ଆଜି ଆମେ ଏମିତି ଏକ ଘଟଣା ବିଷୟରେ ଜାଣିବା ଯେଉଁଠି ଗ୍ଲାମର ଦୁନିଆରୁ ଅଭିନେତ୍ରୀ ସିଧା ଆସି ଯାଇଛନ୍ତି ରାସ୍ତା କଡକୁ ଆଉ ନିଜ ଜୀବନ ବଞ୍ଚାଇବା ପାଇଁ ଦୁଇ ଓଳା ଦୁଇ ମୁଠା ଖାଇବା ପାଇଁ ଭିକ ମାଗୁଛନ୍ତି।ତେବେ କିଏ ସେ ଅଭିନେତ୍ରୀ କେମିତି ଦାଣ୍ଡର ଭିକାରୀ ସାଜିଲେ ଆସନ୍ତୁ ଜାଣିବା ।

ଘଟଣାଟି ଘଟିଛି 80 ଦଶକରେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ ଚରିତ୍ରରେ ଅଭିନୟ କରି ନାଁ କମାଇ ଥିବା ଅଭିନେତ୍ରୀ ମୀରା ମହାନ୍ତିଙ୍କ ସହିତ । ତେବେ ଗ୍ଲାମର ଏବଂ ମେକ୍ ଅପ୍ ଦୁନିଆରୁ ଅଭିନେତ୍ରୀ ଜଣଙ୍କ ସିଧା ଆସି ପହଞ୍ଚି ଯାଇଛନ୍ତି ରାସ୍ତା କଡକୁ । ଅଭାବ , ଅନାହାର, ଅନଟନରେ କାଳ କାଟୁଛନ୍ତି ଅଭିନେତ୍ରୀ । ଏହା ସହିତ ପେଟର ଭୋକ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଭିକ୍ଷୁକ ସାଜିଛନ୍ତି ଆଉ ବସ୍ତିର ଏକ ଅନ୍ଧାର କୋଣରେ ପଡ଼ି ଗୁମୁରି ଗୁମୁରି କାନ୍ଦୁଛନ୍ତି ।


ତେବେ ଅଭିନେତ୍ରୀ ମୀରା ମହାନ୍ତି ଏବେ ବିଏମ୍‌ସି ର 57 ନମ୍ବର ୱାର୍ଡ ମାଉସୀ ମା ଫ୍ଲାଏ ଓଭର ତଳେ ଥିବା ଏକ ବସ୍ତିର ଝୁମ୍ପୁଡ଼ି ଘରେ ନିଜ ଜୀବନ ଯାପନ କରୁଛନ୍ତି । ବର୍ତ୍ତମାନ ତାଙ୍କର ବୟସ ପ୍ରାୟ 60 ଟପିଲାଣି । ପରିବାର କହିଲେ ବିଧବା ବୋହୂ ଓ ନାତୁଣୀ । ପୁଅ ଏକ ଦୁର୍ଘଟଣାରେ ଜୀବନ ହରାଇଛି । ତେଣୁ ବାଧ୍ୟ ହୋଇ ଭିକ୍ଷା ମାଗିବାକୁ ରାସ୍ତା କୁ ଗୋଡ଼ କାଢ଼ିଛନ୍ତି ମୀରା ମହାନ୍ତି ।

ମୀରା ମହାନ୍ତି କୌଣସି ଛୋଟ ଅଭିନେତ୍ରୀ ନଥିଲେ ବରଂ 80 ଦଶକରେ ସେ ଥିଲେ ଏକ ବହୁତ ବଡ ଫେମସ୍ ଅଭିନେତ୍ରୀ । ସେ ଯାଯାବର, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ସମ୍ପୂର୍ଣ୍ଣ ରାମାୟଣ, ପ୍ରତିଧ୍ୱନୀ ପରି ଅନେକ ଓଡ଼ିଆ ଫିଲ୍ମ୍ ରେ ସେ ଅଭିନୟ କରିଥିଲେ । ଖାଲି ସେତିକି ନୁହେଁ କଟକର କଳାଶ୍ରୀ ଥିଏଟର, ଜନତା ରଙ୍ଗମଞ୍ଚ, ଅର୍ଣ୍ଣପୂର୍ଣ୍ଣା ଥିଏଟର, ଏକାମ୍ର ଥିଏଟର ରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଭାବେ ସେ ପ୍ରସିଦ୍ଧି ଲାଭ କରିଛନ୍ତି ।

ତେବେ ପୂର୍ବରୁ କେନ୍ଦ୍ରୀୟ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ କଳାକାର ଭତ୍ତା ହିସାବ ରେ 3000 ଟଙ୍କା ଲେଖାଏଁ ମିଳୁଥିଲା। କିନ୍ତୁ କରୋନା ଆସିବା ପରେ 8 ମାସ ହେବ ତାଙ୍କୁ ଭତ୍ତା ମିଳିଲା ନାହିଁ । ଆଉ ଏବେ ଶାଶୁ ବୋହୂକୁ କେବଳ ବିଧବା ଭତ୍ତା ହିସାବ ରେ 1000 ଟଙ୍କା ମିଳୁଛି । ସେଥିରେ ଚଳିବା କଷ୍ଟ ତେଣୁ ବାଧ୍ୟ ହୋଇ ରାସ୍ତା କୁ ଓହ୍ଲାଇ ପଡିଛନ୍ତି ଅଭିନେତ୍ରୀ ମୀରା ମହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।