Odisha News Portal

ହେ ପ୍ରଭୁ ! ନାତି ନାତୁଣୀ ଙ୍କ ବିବାହ ଦେଖିବା ବୟସରେ ନିଜ ପ୍ରେମିକ ସହିତ ଫେରାର ହୋଇ ଗଲେ ଜେଜେମା, ଆଉ ତା’ ପରେ……

ସତରେ ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି । ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ ।

ପ୍ରେମରେ ବୟସ ନଥାଏ, ଏହି କଥା ଆପଣ ନିଶ୍ଚୟ ଭାବେ ଶୁଣି ଥିବେ । କିନ୍ତୁ ଏହି ଘଟଣା ଆଜି ସତ ପାଲଟି ଯାଇଛି । ନିଜ ବୟସକୁ ଭୁଲି ପ୍ରେମରେ ବାନ୍ଧି ହୋଇ ନିଜ ପ୍ରେମକୁ ସାକାର କରିବା ପାଇଁ ବାଲିକୁଦା ଅଞ୍ଚଳର ଦୁଇ ଜଣ ବୟସ୍କ ବ୍ୟକ୍ତି ଘରୁ ଫେରାର ହୋଇଛନ୍ତି ।

ଯେଉଁ ଦୁଇ ଜଣ ବୟସ୍କ ବ୍ୟକ୍ତି ଫେରାର ହୋଇଯାଇଛନ୍ତି ସେମାନଙ୍କ ମଧ୍ୟରୁ ଥିବା ମହିଳା ଜଣଙ୍କ ପୁଅ ଝିଅ ବାହାଘର କରି ନାତି ନାତୁଣୀ ଦେଖିଲେଣି ଆଉ ବୃଦ୍ଧ ଜଣଙ୍କ ମଧ୍ୟ ନାତି ନାତୁଣୀକୁ ନେଇ ଘର କରିଛନ୍ତି । ତେବେ ମହିଳାଙ୍କ ପୁଅ ଜଣେ ବାହାର ଜିଲ୍ଲାରେ ରହି କୌଣସି ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି ।

ବୟସ୍କ ହୋଇଥିଲେ ମଧ୍ୟ ଉଭୟ ପ୍ରେମ ସଂପର୍କରେ ବାନ୍ଧି ହୋଇଥିଲେ । ଉଭୟଙ୍କର ପ୍ରେମ ଏତେ ନିବିଡ ଥିଲା ଯେ ଦୁଇ ଜଣ ଶେଷରେ ନିଜ ସମ୍ପର୍କକୁ ନାମ ଦେବା ପାଇଁ ସେମାନେ ଘରୁ ଫେରାର ହୋଇଗଲେ । ପରିବାର , ସମାଜକୁ ଭୁଲି ଦୁହେଁ ଦୁହିଁଙ୍କ ସହିତ ଘରୁ ଚାଲିଗଲେ । ଏପରି ଘଟଣାଟି ଘଟିଛି ବାଲିକୁଦା ଥାନା ଅନ୍ତର୍ଗତ କୃଷ୍ଣଡାସପୁର ଅଞ୍ଚଳରୁ ।


ତେବେ କିଛି ଦିନ ପୂର୍ବେ ବାଲିକୁଦା ବ୍ଲକ ଅଞ୍ଚଳର ଜଣେ ଜିଆରେସେ ନିଜ ବିବାହିତ ପତ୍ନୀ ଏବଂ ପିଲାଛୁଆ ଘରସଂସାରକୁ ଭୁଲି ଜଣେ ନିକଟସ୍ଥ ଡାକ୍ତରଖାନାର କର୍ମଚାରୀଙ୍କ ପତ୍ନୀଙ୍କ ସହିତ ପ୍ରେମ ସମ୍ପର୍କ ରଖି ତାଙ୍କ ସହିତ ଫେରାର ହୋଇଯାଇଥିଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।

ତେବେ ଏହି ଘଟଣା ଲୋକମାନେ ଭୁଲିନଥିବା ବେଳେ ପୁଣି ସେହି ବାଲିକୁଦା ବ୍ଲକର କୃଷ୍ଣଦାସପୁର ଅଞ୍ଚଳରେ ଏମିତି ଏକ ଘଟଣା ଘଟିଗଲା । ଏହି ଘଟଣା ପରେ ଲୋକ ମାନଙ୍କ ମନରେ ବିଭିନ୍ନ ପ୍ରକାର ଧାରଣା ସୃଷ୍ଟି ହେଉଛି। ତେବେ ଫେରାର ହୋଇଥିବା ବୟସ୍କ ପୁରୁଷ ଜଣଙ୍କ ସ୍ଵଂୟ ସହାୟକ ଗୋଷ୍ଠୀରୁ କିଛି ଟଙ୍କା ଉଠାଇ ଥିଲେ ଏବଂ ସେ ସେହି ଟଙ୍କା ଫେରସ୍ତ ନକରି ଟଙ୍କା ସହିତ ଫେରାର ହୋଇ ଯାଇଛନ୍ତି ।