Odisha News Portal

ହେ ଭଗବାନ ! ମୋ ପୁଅକୁ କୁଆଡେ ନେଇ ଯାଉଛୁ, ଆମ୍ବୁଲାନ୍ସ ରଖ ମୁଁ ତା ବାପା…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖି ବାକୁ ମିଳିଥାଏ। ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡି ଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ଯାହାକୁ ଶୁଣିବା ମାତ୍ରେ ବହୁତ ଦୁଃଖ ଓ କଷ୍ଟ ଲାଗିଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଜ୍ୟୋତି ପ୍ରକାଶଙ୍କ ମୃତ ଶରୀରକୁ ଆମ୍ବୁଲାନ୍ସରେ ନେଇ ଯାଉ ଥିବାରୁ ତାଙ୍କ ବାପା ଅଟକାଇ ଦେଇଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ବହୁତ ବଡ଼ ଦୁଃଖ ଦାୟକ କଥା ଅଟେ। ଏଭଳି ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁଯାୟୀ, ଭୁବନେଶ୍ୱରର ଗଣ୍ଡମୁଣ୍ଡା ଅଞ୍ଚଳର ସୌଭାଗ୍ୟ ନଗରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଆପଣ ମାନେ ଜାଣିଥିବେ ଜ୍ୟୋତିପ୍ରକାଶ ବେହେରା ନାମକ ଜଣେ ବାଳକ ଯାହାର ବୟସ ମାତ୍ର ୧୫ ବର୍ଷ ଓ ସେ ଦଶମ ଶ୍ରେଣୀର ଛାତ୍ର ଅଟେ। ସେ ଟ୍ୟୁସନ ଯିବା ବାଟରେ ନାଳରେ ପଡି ଯାଇ ତା’ର ମୃତ୍ୟୁ ହୋଇଛି। ସେହି ଛାତ୍ରର ମୃତ ଶରୀରକୁ ଆମ୍ବୁଲାନ୍ସରେ ନେଇ ଯାଉ ଥିବାରୁ ତାଙ୍କ ପରିବାର ଲୋକ ମାନେ ଜାଣିବାକୁ ପାଇ ଥିଲେ ଓ ଏହି ଖବର ଶୁଣି ତାଙ୍କ ବାପା ଆସି ଗାଡିକୁ ଅଟକାଇ ଦେଉଛନ୍ତି। ଆପଣ ମାନେ ପୁଅକୁ କୁଆଡେ ନେଇ ଯାଉଛ ବୋଲି ମଧ୍ୟ ପଚାରୁଛନ୍ତି। ଲୋକ ମାନେ ମୃତକଙ୍କ ବାପାଙ୍କୁ ଜୋର ଟାଣି ଧରି ଅଟକାଇ ବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ସେ କଦାପି ଧର୍ଯ୍ୟ ଧରି ରହୁ ନାହାନ୍ତି ଓ ତାଙ୍କ ପୁଅକୁ ଦେଖିବା ପାଇଁ ସେ ଜିଦ ଧରି ରହିଛନ୍ତି।

ତେବେ ଏଭଳି ଏକ ଦୁଃଖ ଦାୟକ ଖବର ପରିବାରକୁ ଶକ୍ତ ଆଘାତ ଦେଇଛି ଓ ପରିବାରରେ ଶୋକର ଲହରୀ ଖେଳି ଯାଇଛି। ସେଠାକାର ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ ମନ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି ଓ ଏଥି ସହିତ ସାରା ରାଜ୍ୟରେ ମଧ୍ୟ ଦୁଃଖର ଲହରୀ ଖେଳି ଯାଇଛି। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।