Odisha News Portal

ହେ ଭଗବାନ ! ପୁଣି ହେବ ଭାରତ ବନ୍ଦ ଡାକରା , ଫେବୃଆରୀ 26 ତାରିଖ ଶୁକ୍ରବାରରେ ବ୍ୟବସାୟୀ ସଂଙ୍ଗଠନ କଲେ ଭାରତ ବନ୍ଦ

ଆପଣମାନେ ସମସ୍ତେ ଜାଣିଥିବେ କି କିଛି ଦିନ ପୂର୍ବରୁ କୃଷକ ସଂଙ୍ଗଠନକାରୀ ମାନେ ରାସ୍ତା ଅବରୋଧ କରି ବନ୍ଦ ଡାକରା ଦେଇଥିଲେ କିନ୍ତୁ ଏବେ କୃଷକ ପରେ ବ୍ୟବସାୟୀ ମାନେ ରାସ୍ତାକୁ ଓହ୍ଲାଇଛନ୍ତି । 26 ତାରିଖରେ ଭାରତ ବନ୍ଦ କରିବାକୁ ବ୍ୟବସାୟୀ ମାନେ ଡାକରା ଦେଇଛନ୍ତି ଏବଂ ଏହି ସଂଙ୍ଗଠନରେ 40 ହଜାରରୁ ଅଧିକ ବ୍ୟବସାୟୀ ସଂସ୍ଥା ସାମିଲ ହେବେ । ତେବେ ଲକଡାଉନ ପାଇଁ ସମସ୍ତ ଲୋକମାନଙ୍କୁ ଅନେକ କ୍ଷତି ସହିବାକୁ ପଡିଥିଲା କାରଣ ଏହି ସମୟରେ ସହର ବଜାରରେ ଲକଡାଉନ କାରାଯାଇଥିଲା । ଫଳରେ ଚାଷୀ ଭାଇ ମାନଙ୍କ ସହିତ ସମସ୍ତ ବ୍ୟବସାୟୀ ମାନେ ମଧ୍ୟ ଅନେକ କ୍ଷତି ସହିଥିଲେ । ଯାହା ଦ୍ୱାରା ସେମାନେ ଋଣ ଶୁଝି ପାରିନଥିଲେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।

ଏ ବର୍ଷ ପ୍ରତ୍ୟେକ ଲୋକମାନଙ୍କ ସହ କୃଷକ ମାନଙ୍କର ମଧ୍ୟ ବହୁତ କ୍ଷତି ହୋଇଛି କାରଣ କୃଷକମାନେ କୃଷି ଉପରେ ନିର୍ଭର କରିଥାନ୍ତି ଏବଂ ସେହିଥିରେ ହିଁ ନିଜ ପରିବାର ଭରଣ ପୋଷଣ କରିଥାନ୍ତି । କିନ୍ତୁ ସମସ୍ତ ଚାଷୀ ଭାଇମାନେ ସେମାନଙ୍କ କ୍ଷତିର ଦାବି ପୂରଣ କରିବା ପାଇଁ ଷ୍ଟ୍ରାଇକ କରିଥିଲେ , ତେଣୁ କୃଷକମାନେ ସରକାରଙ୍କ କୃଷି ନିତୀ ଓ ଶ୍ରମ ନିତୀକୁ ବିରୋଧ କରି ଆସନ୍ତା 26 ତାରିଖରେ କେନ୍ଦ୍ରୀୟ ଶ୍ରମିକ ସଂଙ୍ଗଠନ ବନ୍ଦ ଡାକରା ଦେଇଛନ୍ତି । ଶ୍ରମିକ ମାନଙ୍କ କହିବା ଅନୁସାରେ ଏହି ଆନ୍ଦୋଳନରେ କେନ୍ଦ୍ର ସରକାରୀ କର୍ମଚାରୀ ଫେଡେରେସନ , ରାଜ୍ୟ ସରକାରୀ କର୍ମଚାରୀ ଓ ଜୀବନ ବୀମା କର୍ମଚାରୀ ମାନେ ସାମିଲ ହେବେ ବୋଲି କହିଛନ୍ତି ।

ସଂଘ ପକ୍ଷରୁ କୁହାଯାଇଛି କି ସମଗ୍ର ଦେଶରେ ଥିବା ସିଆଇଟିର ପ୍ରତିନିଧୀ ମାନେ ଭାରତ ବନ୍ଦକୁ ସଫଳ କରିବାର ଏକ ସୂଚି ପ୍ରସ୍ତୁତ କରୁଛନ୍ତି । ସିଆଇଟିର ମହାସଚିବ ପ୍ରବୀଣ ଖଣ୍ଡେୱାଲ କହିଛନ୍ତି କି ଭାରତ ବନ୍ଦକୁ ସଫଳ କରିବା ପାଇଁ ଟିକସ ପେସାଦାର ମାନଙ୍କର ଜାତୀୟ ଏବଂ ରାଜ୍ୟ ସ୍ତରୀୟ ସଂଙ୍ଗଠନ ଯଥା – ଟିକସ ଉପଦେଷ୍ଟା , କମ୍ପାନୀ ସେକ୍ରେଟାରୀ , କ୍ଷୁଦ୍ର ଉଦ୍ୟୋଗ , ଖାଉଟି , ପେଟ୍ରୋଲ ପମ୍ପ , ହକର , ଖାଦ୍ୟ ପ୍ରକ୍ରିୟାକରଣ , ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବାକାରୀ ମାନଙ୍କ ପାଖରେ ପହ଼ଞ୍ଚିବୁ ।

ଅନ୍ୟପଟେ ସମସ୍ତ ବନ୍ଦ ବେଳେ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ କିନ୍ତୁ ଅତ୍ୟାବଶ୍ୟକ ସେବା ଗୁଡିକ ଚାଲୁ ରହିବ । ଏହି ବନ୍ଦରେ ସାମିଲ ହେବା ପାଇଁ ଅନଲାଇନ ବିକ୍ରେତା ଏବଂ ଅର୍ଥନୀତି ସହ ଜଡିତ ସମସ୍ତ ସଙ୍ଗଠନ ଗୁଡିକୁ ସାମିଲ ହେବା ପାଇଁ ଆହ୍ନାନ ଦେଇଥିବାର ପ୍ରଣୀବ କହିଛନ୍ତି । କିଛି ଦିନ ପୂର୍ବରୁ କୃଷକ ସଙ୍ଗଠନ ଓ ତୈଳବୃଦ୍ଧି ଯୋଗୁଁ ଅନେକ ଥର ବନ୍ଦ ଘୋଷଣା କରାଯାଇଥିଲା ।

ଗତ କାଲି କୃଷକ ସଂଙ୍ଗଠନ ରେଳ ରୋକ କରିଥିଲେ , ଏହାପରେ 26 ତାରିଖରେ ବ୍ୟବସାୟ ସଂଙ୍ଗଠନ ମାନେ ଭାରତ ବନ୍ଦ ଡାକାରା ଦେଇଛନ୍ତି । ଯାହାର ପ୍ରଭାବ ଆଗାମୀ ସମୟରେ ଦେଖିବାକୁ ବାକି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।