Odisha News Portal

ହେ ଭଗବାନ ! ପେଟ୍ରୋଲ ଜବାବ୍ କ୍ଷୀରରେ , ଆସନ୍ତାକାଲି ଠାରୁ କ୍ଷୀର ଲିଟର ପିଛା 100 ଟଙ୍କା ଜାଣିରଖନ୍ତୁ

ବିଶ୍ୱରେ କୋରନା ମହାମାରୀ ଯୋଗୁଁ ଅଧିକାଂଶ ଦେଶ ଗୁଡିକ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ବହୁତ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରିଛନ୍ତି । କିନ୍ତୁ ସରକାର ଲୋକମାନଙ୍କ ସୁବିଧା ସୁଯୋଗ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ଯେଉଁ ଥିରେ ଲୋକମାନେ ଟିକିଏ ଉପକୃତ ହୋଇ ପାରିବେ ଏବଂ ସେମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇ ପାରିବ । କିନ୍ତୁ ଆପଣ ମାନେ ସମସ୍ତେ ଜାଣିଥିବେ କି କିଛି ଦିନ ପୂର୍ବରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବହୁତ ପରିମାଣରେ ବୃଦ୍ଦି କରାଯାଇଥିଲା । ଯେଉଁଥିରେ ସାଧାରଣ ଲୋକମାନଙ୍କୁ ଚଳିବା ବହୁତ କଷ୍ଟକର ହୋଉଥିଲା । ଏବେ ପୁଣି ଶୁଣାଯାଉଛି କି କ୍ଷୀର ମୂଲ୍ୟ ମଧ୍ୟ ବୃଦ୍ଦି କରାଯାଇଛି । କ୍ଷୀର ଲୋକମାନଙ୍କ ପାଇଁ ବହୁତ ଆବଶ୍ୟକୀୟ ଜିନିଷ , ତେବେ ଆସନ୍ତୁ ଏହି ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ।

 ଆସନ୍ତା କାଲି ଠାରୁ ବଢିବାକୁ ଯାଉଛି କ୍ଷୀରର ଦାମ ଏବଂ ଏକ ଲିଟର କ୍ଷୀର ପିଛା 100 ଟଙ୍କା ଦେବାକୁ ପଡିବ । ଆସନ୍ତାକାଲି ଠାରୁ ଏକ ଲିଟର ପିଛା 100 ଟଙ୍କା ଦେଇ କ୍ଷୀର କିଣିବାକୁ ହେବ , ଯେଉଁଥିପାଇଁ ଖାଉଟି ଏବଂ ସାଧାରଣ ଜନତା ବହୁତ ଚିନ୍ତିତ ଅଛନ୍ତି । ଏହି ସମୟରେ ଅନେକ ଜିନିଷର ଦର ବୃଦ୍ଧି ହେଉଥିବା ବେଳେ ପୁଣି କ୍ଷୀରର ଦାମ ବଢିବା ବୋଝ ଉପରେ ନଳିତା ବିଡା ସଦୃଶ ମନେ ହେଉଛି । କିନ୍ତୁ ଆପଣ ମାନଙ୍କୁ ଜଣାଇ ଦେଉଛୁ କି ଏହି ଦର ବୃଦ୍ଧି ଓଡିଶାରେ ନୁହଁ ବରଂ ଏହା ହରିୟାନାରେ ଲାଗୁ ହେବାକୁ ଯାଉଛି । କାରଣ ତୈଳ ବୃଦ୍ଦି ଅଧିକରୁ ଅଧିକ ହେବା ଯୋଗୁଁ ହରିୟାଣାର ଖାପ ପଞ୍ଚାୟତ କ୍ଷୀର ଦର ବୃଦ୍ଧି କରିବା ପାଇଁ ମତ ପ୍ରକାଶ କରିଛନ୍ତି ।

ତୈଳର ଦର ବୃଦ୍ଧି ଓ ନୂତନ ପଞ୍ଚାୟତ ଆଇନକୁ ବିଚାର କରି କ୍ଷୀର ଦର ବୃଦ୍ଧି କରାଯାଉଛି ବୋଲି ସୂଚନା ମିଳିଛି ଏବଂ ଆହୁରି ମଧ୍ୟ କୁହାଯାଇଛି ଯେ ସରକାରୀ କେନ୍ଦ୍ରରେ ଏହି ଦରରେ ଦୁଗ୍ଧ ବେପାରୀ ମାନେ ଦେଇ ପାରିବେ କିନ୍ତୁ ସାଧାରଣ ଲୋକମାନଙ୍କୁ ପୂର୍ବ ପରି ଦରରେ କ୍ଷୀର ବିକ୍ରୟ କରାଯିବ । ଏହି ବିଷୟରେ ଚାଷୀ ନେତା କହିଛନ୍ତି କି ସେମାନେ ବିପ୍ଳବ କରିବାକରୁ ସରକାର ପେଟ୍ରୋଲ ଦର ବୃଦ୍ଧି କରାଇ ତାଙ୍କୁ ହଇରାଣ କରୁଛନ୍ତି । ସେଥିପାଇଁ ସେମାନେ କ୍ଷୀର ଦର ବୃଦ୍ଧି କରିଛନ୍ତି ଏବଂ ଏହାପରେ ଯୟଦି ସରକରାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ସମୟରେ ପନିପରିବା ଦାମ ମଧ୍ୟ ବୃଦ୍ଧି କରାଯିବ ବୋଲି ଚାଷୀ ନେତା କହିଛନ୍ତି ।

ତୈଳ ବୃଦ୍ଧି ବଢିବା ସହିତ ବର୍ତ୍ତାମନ ସମୟରେ କ୍ଷୀର ଦର ବୃଦ୍ଧି ନେଇ ସାଧାରଣ ଖାଉଟି ମାନେ ବହୁତ ଚିନ୍ତା ଗ୍ରସ୍ତ ଅଛନ୍ତି ଏବଂ ସେମାନଙ୍କୁ ବହୁତ କଷ୍ଟର ସାମ୍ନା କରିବାକୁ ପଡୁଛି । ତେଣୁ ଆଗାମୀ ସମୟରେ ଏହା କେଉଁ ଆଡକୁ ଗତି କରୁଛି ଦେଖିବାକୁ ବାକି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।