Odisha News Portal

ଦେଖନ୍ତୁ ଭିଡ଼ିଓ – ହେ ଭଗବାନ ! ଏତେ କଦର୍ଯ୍ୟ ଭାଷାରେ ଗାଳି ଦେଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଶୁଣିଲେ ହୋସ ଉଡିଯିବ

ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପ ରେ ବିବାଦୀୟ ନାୟିକା ତ କେବେ ରାଜନୀତି ରେ ।ତେବେ ସବୁବେଳେ ସେ ଏକ ଚର୍ଚ୍ଚିତ ଚେହେରା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା। ତେବେ ନିକଟ ଅତୀତ ରେ ମଧ୍ୟ ସେ ଯାତ୍ରା ମଞ୍ଚ ଖୋଲିବା ପାଇଁ ସେ ରାଜରାସ୍ତା କୁ ଓହ୍ଲାଇ ଥିଲେ ଓ ବିବାଦ ରେ ଶିକାର ହୋଇ ଥିଲେ। ତେବେ ବିଭିନ୍ନ ପ୍ରକାର ବିବାଦ ର ଶିକାର ହୋଇ ସେ ଆଜି ଓଡିଶା ଛାଡ଼ି ଯାଇଥିଲେ । ତେବେ ପୁଣି ଥରେ ଓଡ଼ିଶା କୁ ଫେରି ଓଡ଼ିଶା ରେ ଅନେକ ଗୁଡ଼ିଏ କାମ କରିବାକୁ ଯାଉଛନ୍ତି ରାଣୀ ପଣ୍ଡା।

ତେବେ ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି । କିନ୍ତୁ ଏହା ରୂପ ବ୍ୟତୀତ ରାଣୀ ପଣ୍ଡା ଙ୍କ ର ଆଉ ଏକ ରୂପ ଲୋକ ମାନେ ଦେଖିବାକୁ ପାଇଛନ୍ତି ।ତେବେ ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା। ତେବେ ସେ ବର୍ତ୍ତମାନ ଓଡ଼ିଶା ଛାଡ଼ି ବାହାରେ ରହି ଥିଲେ । ଆଉ ବର୍ତ୍ତମାନ ସେ ଓଡ଼ିଶା ଫେରି ଆସିଛନ୍ତି ।

ଓଡ଼ିଶା ଫେରି ସେ ପୁଣି ଥରେ ବିବାଦ ର ଶିକାର ହୋଇଛନ୍ତି । ରାଣୀ ପଣ୍ଡା ଙ୍କ ର ନିଜର ଏକ ଯାତ୍ରା ପାର୍ଟି ଆସିବାକୁ ଯାଉଛି ଯାହାର ନାମ ରହିଛି ନାଟ୍ୟ ମଣ୍ଡପ । ସେ ନିଜର ଏହି ଯାତ୍ରା ମଣ୍ଡପ ରେ ଝିଲମିଲ ଲାଇଟ୍ ସହିତ ବୋବାଲ ସାଉଣ୍ଡ ସାଙ୍ଗକୁ ତାଙ୍କର ଏହି ନାଟ୍ୟ ମଣ୍ଡପ ଯାତ୍ରା ପାର୍ଟି ରେ ଏଣ୍ଟ୍ରି ମାରିବେ କିନ୍ତୁ କୌଣସି ଆଇଟମ ଗୀତ ର ହିରୋଇନ୍ ଭାବେ ନୁହେଁ ବରଂ ଲେଡୀ ପ୍ରଯୋଜକ ଭାବରେ।

ତେବେ ରାଣୀ ପଣ୍ଡା ଙ୍କ ର ଏହି ଯାତ୍ରା ମଣ୍ଡପ ରେ ସେ ନୂଆ ନୂଆ କଳାକାର ମାନେ ଅଭିନୟ କରିବାକୁ ସୁଯୋଗ ପାଇବେ । ଯେଉଁ ମାନଙ୍କ ର ଯାତ୍ରା ଦୁନିଆ ରେ ଅଭିନୟ କରି ନାମ କମାଇବା ସ୍ବପ୍ନ ରହିଛି ସେହିମାନେ ନିଜର ସ୍ବପ୍ନ ଏଠାରେ ପୂରଣ କରି ପାରିବେ ବୋଲି କହିଛନ୍ତି ରାଣୀ ପଣ୍ଡା। ରାଣୀ ପଣ୍ଡା ସୋସିଆଲ ମିଡିଆରେ ଲାଇଭ ଆସି ନିଜ ଫ୍ୟାନ ମାନଙ୍କୁ ଏହି ବିଷୟ ରେ ନିଜେ ସୂଚନା ଦେଇଛନ୍ତି ଓ କହିଛନ୍ତି ତାଙ୍କୁ ଆଗପରି ସପୋର୍ଟ କରିବା ପାଇଁ। ଏହା ସହିତ ସେ କହିଛନ୍ତି ଯେ ତାଙ୍କର ଏହି ଯାତ୍ରା ମଣ୍ଡପ ରେ ଭୋଜପୁରୀ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ପାଇବେ।

ଏହା ସହିତ ତାଙ୍କର ଏକ ସ୍ବପ୍ନ ରହିଛି ସେ ନାନା ପାଟେକର ଙ୍କୁ ମଧ୍ୟ ଆଣିବେ। ତେବେ ତାଙ୍କର ଏହି ଭିଡିଓ ମାଧ୍ୟମ ରେ ସେ କିଛି ଯାତ୍ରା ପାର୍ଟି ମାନଙ୍କୁ ବହୁତ୍ ଗାଳି ଦେଇଛନ୍ତି ଓ କହିଛନ୍ତି ଗୋଟେ ଗୋଟେ ହୋଇ ସମସ୍ତେ ମରିବେ ଓ ଧୂଳିସାତ ହୋଇଯିବେ ବୋଲି କହିଛନ୍ତି ରାଣୀ ପଣ୍ଡା । ତେବେ ଯଦି ତାଙ୍କର ଏହି ନାଟ୍ୟ ମଣ୍ଡପ ପାଇଁ ତାଙ୍କୁ କେହି ସାହାର୍ଯ୍ୟ ନକରନ୍ତି ସେ ଜଣେ ରୋଡ ଦ୍ୟାଂସର୍ ହେବେ ବୋଲି କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।