Odisha News Portal

ଦେଖନ୍ତୁ ଭିଡ଼ିଓ – ହେ ଭଗବାନ ! ବିବାହର ଦିନକ ପରେ କାଟି ଦେଲେ ନିଜ ଯୌନାଙ୍ଗ ଆଉ ତା’ ପରେ….

ଏବେ ସାମ୍ନାକୁ ଆସିଛି ଏମିତି ଏକ ଅଜବ ଏବଂ ବିରଳ ଘଟଣା, ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ ଜାଣିବା ପରେ। କାରଣ ଏଭଳି ଏକ ଘଟଣା ଯାହା ଆମ ଓଡ଼ିଶା ଡାକ୍ତରୀ ଇତିହାସ ରେ ମଧ୍ୟ ପ୍ରଥମ ଅଟେ। ବନ୍ଧୁଗଣ ଆପଣ ଜାଣିଛନ୍ତି ବର୍ତ୍ତମାନ ଯୁଗରେ ଅନେକ ସମୟରେ ଭିନ୍ନ ଭିନ୍ନ ଅନେକ ପ୍ରକାରର ଏମିତି କିଛି ଘଟଣା ଘଟୁଛି, ଯାହା ଭାଇରାଲ ଖବର ପାଲଟି ଯାଉଛି। ତା ମଧ୍ୟରେ ଏମିତି କିଛି ଖବର ରହିଛି ଯାହା ସଂସ୍ପର୍ଶରେ ଆପଣ ଆସୁଥିବେ।ଏହା ସହିତ କିଛି ଏମିତି ଖବର ମଧ୍ୟ ରହିଛି ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ। କାରଣ ଏହା ସମାଜର ଏକ ଭିନ୍ନ ଦିଗକୁ ସୂଚାଇଥାଏ। ଯାହା ସହଜରେ ବିଶ୍ୱାସ କରିବା ସମ୍ଭବ ନୁହଁ।

ସେମିତି ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଘଟିଛି ଆମ ଓଡ଼ିଶାର କଟକ ବଡ଼ ଡ଼ାକ୍ତରଖାନାରେ। ଏଠାରେ ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତରୀ ଦଳ। ଆଉ ଯାହାର ସଫଳ ରୂପାୟନ ମଧ୍ୟ ହୋଇ ସାରିଛି। ସୂଚନା ଅନୁସାରେ ବିବାହର ମାତ୍ର ଦିନକ ପରେ କୌଣସି ପାରିବାରିକ କୋଲହ କିମ୍ବା ମାନସିକ ସ୍ତରରେ ଦୁଶ୍ଚିନ୍ତା କାରଣରୁ ବ୍ୟସ୍ତ ବିବ୍ରତ ହୋଇ ଜଣେ ଯୁବକ କାଟି ଦେଇଥିଲେ ତାଙ୍କ ନିଜ ଯୌନାଙ୍ଗ। ଆଉ ତାପରେ ତାଙ୍କୁ ବାଲେଶ୍ଵର ଡାକ୍ତରଖାନା କୁ ନିଆ ଯାଇଥିଲା।ସେଠାରେ ଡାକ୍ତର ତାର ଅସ୍ତ୍ରୋପଚାର ପାଇଁ ସୁବିଧା ନଥିବା କହି ତାଙ୍କୁ ସେଠାରୁ ପଠାଇ ଦେଇଥିଲେ ଏବଂ ତାଙ୍କର ଏହି ସମସ୍ୟାର ସମାଧାନ ପୂର୍ବକ ଅସ୍ତ୍ରୋପଚାର ପାଇଁ କଟକ ନେଇ ଯିବାକୁ ପରାମର୍ଶ ଦେଇଥିଲେ।

ତାପରେ ସେଠାରୁ ଗୁରୁତର ଅବସ୍ଥାରେ ମେଡିକାଲ୍ ଆସିଥିଲେ ଏହି ଯୁବକ। ଆଉ କଟକରେ ଭର୍ତ୍ତି ହେବା ପରେ ସବୁ ପ୍ରକାର ଚେଷ୍ଟା କରି ଡାକ୍ତରୀ ଟିମ୍ ତାଙ୍କର ଅସ୍ତ୍ରୋପଚାର କରାଇ ବାରେ ସକ୍ଷମ ହୋଇଛନ୍ତି। ଆଉ ଏବେ ଡାକ୍ତରୀ ଟିମର ସଫଳ ଅସ୍ତ୍ରୋପଚାର ଫଳରେ ଯୁବକ ଜଣକ ସୁସ୍ଥ ଅଛନ୍ତି ବୋଲି ମଧ୍ୟ ସୂଚନା ମିଳିଛି।ତେବେ ବିବାହର ମାତ୍ର ଦିନକ ପରେ ଜଣେ ଯୁବକ ଏପରି ଭାବରେ ନିଜ ଯୌନାଙ୍ଗ କାଟି ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେଉଁ ଭଳି ପରିସ୍ଥିତି ରେ ସେ ଏମିତି ଏକ ପଦକ୍ଷେପ ନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ତାଙ୍କ ମାଆ ଙ୍କ କହିବା କଥା ଅନୁସାରେ ତାଙ୍କ ପୁଅ ବିବାହ ପରେ କେଉଁ ଗୋଟିଏ କାରଣରୁ ନେଇ ବିଚଳିତ ଭାବରେ ରଖୁଥିଲେ ନିଜକୁ।

ଆଉ ହଠାତ୍ ଏକ ଫାଙ୍କା ଜାଗାକୁ ଯାଇ ଯୁବକ ଜଣଙ୍କ ହାତରେ ଛୁରୀ ନେଇ ନିଜର ଯୌନାଂଗ କାଟି ଦେଲେ। ଏହାପରେ ଉକ୍ତ ଖବର ସବୁଆଡେ ପ୍ରଘଟ ହେବା ପରେ ପରିବାର ପକ୍ଷରୁ ଉକ୍ତ ଯୁବକଙ୍କୁ ହସ୍ପିଟାଲ୍ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କର ସଫଳ ଅସ୍ତ୍ରୋପଚାର କରିଛନ୍ତି। ଏବଂ କଟକ ବଡ଼ ଡ଼ାକ୍ତରଖାନାରେ ଏମିତି ଘଟଣା ପ୍ରଥମ ବୋଲି ଡାକ୍ତର କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।