Odisha News Portal

ହେ ଭଗବାନ ! ଗୁମ୍ଫାରୁ ଭିତରୁ ଶୁଭେ ଓଁ କାର ଶବ୍ଦ , ବିଶ୍ବାସ ନ ହେଲେ ବି ସତ ! ମନରେ ଭକ୍ତି ଥିଲେ ଆପଣ ମାନେ ନିଶ୍ଚିତ ସେୟାର କରିବେ ?

ବାଙ୍କି ଠାରେ ରହିଛି ହଜାର ହଜାର ବର୍ଷ ତଳର ଗୁମ୍ଫା । ଯାହା ଭିତରକୁ ଲମ୍ବିଛି ଏକ ସୁଡଙ୍ଗ । ଏହାଠାରୁ ଆହୁରି ଆଶ୍ଚର୍ଯ୍ୟ ଜନକ କଥାଟି ହେଲା ଏହାରି ଭିତରୁ ଶୁଭେ ଓଁ କାର ଶବ୍ଦ । ଲୋକଙ୍କ କଥାକୁ ବିଶ୍ବାସକୁ ନେଇ ଏଠାକୁ ଅନେକ ରିପୋର୍ଟର ମାନେ ଯାଇଥିଲେ ଏହାର ସତ୍ୟତା ଜାଣିବା ପାଇଁ । ଲୋକଙ୍କ ଠାରୁ ବୁଝିବା ପରେ ଜାଣିଥିଲେ ଏହି ଗୁମ୍ଫା ବିଷୟରେ । ତେବେ ଏହି ଗୁମ୍ଫାର ଭିତରକୁ ପ୍ରାୟ 20 ମିଟିର ପର୍ଯ୍ୟନ୍ତ ପ୍ରବେଶ କରି ହୁଏ କିନ୍ତୁ ଆଉ ଆଗକୁ ଯିବା ସମ୍ଭବ ହୁଏନାହିଁ । କାହିଁକି ନାଁ ଘୋର ଅନ୍ଧାର ଏବଂ ଅଜବ ଶବ୍ଦ ଶୁଭୁଥାଏ ଭିତରୁ, ଆଗକୁ ଯିବା ପାଇଂ ହେଲେ ପେଟେଇ ପେଟେଇ ଯିବାକୁ ହେବ କିନ୍ତୁ ତାଭିତରେ ହୁଏତ ଥାଇ ପାରନ୍ତି ସରିସୃପ କି ଅନ୍ୟ ହିଂସ୍ରଜନ୍ତୁ । ତେବେ ଚାଲନ୍ତୁ ଜାଣିବା ସେହି ରହସ୍ୟମୟ ଗୁମ୍ଫା ବିଷୟରେ ।

ତେବେ ସେହି ସୁଡଙ୍ଗ ଦେଇ କୁଆଡେ ସାଧୁସନ୍ଥ ଶ୍ରୀକ୍ଷେତ୍ର, ଖଣ୍ଡଗିରି ଏବଂ ଓଳାଶୂଳିରେ ପହଞ୍ଚିଥାନ୍ତି । ପ୍ରାୟ ଚାରି ହଜାର ବର୍ଷ ତଳର ଏହି ଗୁମ୍ଫା ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି । ତେବେ ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଲା ଏହି ଅନାହତ ଗୁମ୍ଫାର ଗୋଟିଏ ପାର୍ଶ୍ବରୁ ଝଣାର ଧାରଟିଏ ବୋହି ଚାଲିଛି, ଯାହା କେବେ ଶୁଖେ ନାହିଁ ।

ପଥର ସବୁକୁ ନିରିଖେଇ ଦେଖିଲେ ଏଠାରେ କିଥି ଖୋଦେଇ ହୋଇଥିବା ଦେଖିବାକୁ ମିଳେ , ତାସହ ଗୋଲ ଗୋଲ ଆକାରର ଛୋଟ ଛୋଟ ପଥର ମଧ୍ୟ ଅନେକ ଇତିହାସକୁ ଜାବୁଡି ଧରିଥିବା ଅନୁମାନ ହୁଏ । ବୋହି ଯାଉଥିବା ଝରଣାଟି ଶ୍ବେତଗଙ୍ଗା ବୋଲି ବର୍ତ୍ତମାନର କିଛି ସାଧୁ କୁହନ୍ତି । 

ଅନାହତର ଅର୍ଥ ହେଉଛି ଅ ହତ ଅନାହତ । ଗୁମ୍ଫାଟି ଅଖଣ୍ଡ ରହିଛି, ତାହାକେତେ ବାଟ ଅଛି ତାହା କେହି କହିପାରିବେ ନାହିଁ । ସନ୍ୟାସୀ ମାନେ କୁହନ୍ତି ଗୁମ୍ଫାର ତିନୋଟି ଦ୍ବାର ରହିଛି, ଗୋଟିଏ ଶ୍ରୀକ୍ଷେତ୍ର, ଖଣ୍ଡଗିରି ଏବଂ ଓଳାଶୂଳିକୁ ।ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏହାର ଗୁରୁତ୍ବ ବହୁତ ଅଧିକ ଅଛି । ଅନାହତ ଗୁମ୍ଫା ହେଉଛି ଗୋଟିଏ ପୁରାତନ ଗୁମ୍ଫା ।

ମଧ୍ୟପ୍ରସ୍ତର ଯୁଗ ସମୟର ଏହି ଗୁମ୍ଫା । ପାଖାପାଖି 3000 ବିସି ସମୟରେ ଏହିଠାରେ ଏକ କମ୍ୟୁନିଟି ରହୁଥିଲେ ବୋଲି ତାର ପ୍ରମାଣ ମଧ୍ୟ ମିଳିଛି । ଏହିଠାରୁ ଅନେକ ଛୋଟ ଛୋଟ ପଥର ଦୀପ ମଧ୍ୟ ମିଳିଛି, ଏହାସହିତ ଅନେକ ପୁରାତନ ଫୁଲ, ଆଦିମାତା, ଜୀବଜନ୍ତୁର ଚିତ୍ର ମଧ୍ୟ ରହିଛି ।

ତେବେ ପ୍ରତ୍ୟେକ ଅମାବାସ୍ୟା ସଂକ୍ରାନ୍ତି ତିଥିରେ ଏଠାକୁ ଆସି ଏହି ସ୍ଥାନର ଅଲୌକିକ ଦିଗ ବିଷୟରେ ଗବେଷଣା କରାଯିବାର ଆବଶ୍ୟକତା ରହିଛି । କାରଣ ଏହି ଦିନ ମାନଙ୍କରେ ହିଁ ଶୁଭେ କିଛି ଅଲୌକିକ ଶବ୍ଦ । ଏହି ରହସ୍ୟ ଫିଟିଲେ ଓଡିଶା ଇତିହାସରେ ଯୋଡି ହୋଇ ପାରନ୍ତା ଏକ ନୂତନ ଅଧ୍ୟାୟ । ତେବେ ଶୀତ ଋତୁ ଆସିଲେ ସ୍ଥାନୀୟ ପର୍ଯ୍ୟଟକଙ୍କ ଗହଳି ଏଠାରେ ଦେଖିବାକୁ ମିଳେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।