Odisha News Portal

ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡ଼ିଓ । ଏହି ମହିଳା ଜଣକ ଥାନା ଆଗରେ କାହିଁକି ଉଲଗ୍ନ ହେଲେ, କାରଣ ଜାଣିଲେ ମଥାରେ ହାତ ଦେଇଦେବେ.! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…..

0 3

ପ୍ରତିଦିନ ଆମ ସମାଜରେ କିଛି ନାଁ କିଛି ଅଜବ ତଥା ଆଶ୍ଚର୍ଯ୍ୟକର ଘଟଣା ଘଟିଥାଏ । ଯେଉଂ ଘଟଣା ସବୁ ବେଳେ ବେଳେ କିଛି ଲୋକମାନଙ୍କର ଅବୁଝା ପଣ ଯୋଗୁଁ ହୋଇଥିବା ବେଳେ ଆଉ କିଛି ଘଟଣା ଲୋକମାନେ ପରିସ୍ଥିତିରେ ପଡି ଇଚ୍ଛା ନ ଥିବା ସତ୍ବେ ମଧ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ସ୍ତ୍ରୀର ଉନ୍ମୁକ୍ତ କାଣ୍ଡ ବିଷୟରେ କହିବୁ ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । କାହିଁକି ନାଁ ସ୍ତ୍ରୀ ଜଣକ ଥାନା ସାମ୍ନାରେ ଉଲଗ୍ନ ହୋଇ ଏପରି କିଛି କରୁଥିବାର ନଜରର ଆସିଛି ।

ଯାହାର ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ତେବେ ଚାଲନ୍ତୁ ଜାଣିବା କିଏ ସେହି ମହିଳା ଆଉ କାହିଁକି ନିଜ ଇଜ୍ଜତ କୁ ବିଚ୍ ରାସ୍ତା ଉପରେ ସର୍ବସାଧାରଣରେ ବଦନାମ୍ କରୁଛନ୍ତି ।


ତେବେ ସକାଳେ ପ୍ରାୟ 8 ଟା ବେଳେ ଦେଖିବାକୁ ମିଳିଥିଲା ସେହି ମହିଳାଙ୍କୁ । ମହିଳା ଜଣକ କିଛି ନଭାବି ନଚିନ୍ତି ବା ନବିଚାରି ଥାନା ସାମ୍ନାରେ ପହଞ୍ଚି ଥିଲେ । ଆଉ କେହି କିଛି ଭାବିବା ପୂର୍ବରୁ ଦେହରୁ ପୋଷାକ ପତ୍ର ଖୋଲି ପାଗଳ ପ୍ରାୟ ପ୍ରଳାପ କରିବାକୁ ଲାଗିଥିଲେ । ଏହାସହିତ ରାସ୍ତାରେ ଯାଉଥିବା ଲୋକ ମାନଙ୍କୁ ଆକ୍ରମଣ ମଧ୍ୟ କରି ଥିଲେ । ଏମିତି ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଲହଡାର ଅଞ୍ଚଳରେ ।

ମହିଳା ଜମକ ଉଲଗ୍ନ ଅବସ୍ଥାରେ ଥାନାରେ ପସି ଥାନାକୁ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ । ଆଉ ଲୋକ ମାନେ ଏହାକୁ ବାରଣ କରିବାରୁ ସେ ଲୋକମାନଙ୍କୁ ମାରଧର କରିବା ସହ ରାସ୍ତା ଅବରୋଧ କରିଥିଲେ । ତେବେ ମହିଳା ଜଣଙ୍କ ଏହି କାମ କରୁଥିବା ବେଳେ ପୋଲିସ ମଧ୍ୟ ତାଙ୍କୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ।

କିନ୍ତୁ ମହିଳା ଜଣଙ୍କ ସେମାନଙ୍କୁ ବହୁତ ଖରାପ୍ ଭାଷାରେ ଗାଳିଗୁଲଜ କରିବାରେ ନଜର ଆସିଥିଲେ । ପ୍ରାୟ 1ଘଣ୍ଟା ପର୍ଯ୍ୟନ୍ତ ମହିଳା ଜଣଙ୍କ ଏହିପରି ଔଦ୍ଧତ୍ୟ ଆଚରଣ ଦେଖାଇ ସେହି ଅଞ୍ଚଳରେ ଏକ ପ୍ରକାର ଆତଙ୍କ ଖେଳାଇ ଦେଇଥିଲେ । କିନ୍ତୁ ଧୀରେ ଧୀରେ ପୋଲିସ୍ ତାଙ୍କୁ ନିଜ ଆୟତ୍ତକୁ ଆଣିପାରିଥିଲେ ଏବଂ ସ୍ଥାନୀୟ ଲୋକମାନେ ମଧ୍ୟ ପୋଲିସକୁ ସାହାର୍ଯ୍ୟ କରିଥିଲେ ।

ଅନୁମାନ କରାଯାଉଛି ଯେ ମହିଳା ଜଣଙ୍କର ମାନସିକ ଅବସ୍ଥା ଠିକ୍ ନାହିଁ । ସୂଚନା ଅନୁସାରେ ମହିଳା ଜଣଙ୍କର ଘର ଢେଙ୍କାନାଳ ଜିଲ୍ଲାରେ ଆଉ ତାଙ୍କ ସମ୍ପର୍କୀୟ ମଧ୍ୟ ସେଠାରେ ରହୁଛନ୍ତି । ତେବେ ମହିଳାଙ୍କ ସମ୍ପର୍କୀୟଙ୍କ ଖବର ପାଇ ପୋଲିସ ମହିଳା ଜଣଙ୍କୁ ତାଙ୍କ ଘରେ ସୁରକ୍ଷିତ ଭାବେ ଛାଡ଼ି ଦେଇ ଆସିଥିଲା । ତେବେ ପୋଲିସ୍ ମଧ୍ୟ ଧିରତାର ସହିତ ଘଟଣାଟିକୁ ବୁଝିସୁଝି କାମ କରିବାକୁ ସ୍ଥିର କରିଥିଲା । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଅପଲୋଡ଼ ହୋଇ ସାରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।