Odisha News Portal

ହେ ଭଗବାନ ! ଦେଢ ବର୍ଷର ପିଲା ପିଠିରେ ଦେଢ କିଲୋର ଆବୁ , କଷ୍ଟରରେ ଛଟପଟ ହେଉଛି ପିଲା ,କିନ୍ତୁ ଚିକିତ୍ସା ପାଇଁ ନାହିଁ ଅର୍ଥ ! ଏହି ପିଲା ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..

0 4

ସତରେ ଈଶ୍ବରଙ୍କ ଲୀଳା ଚମତ୍କାର , ତାହାକୁ ଜଣେ ସାଧାରଣ ଲୋକ ପକ୍ଷରେ ବୁଝିବା ସମ୍ଭବପର ନୁହେଁ । ଈଶ୍ବର କେତେବେଳେ କାହାକୁ କଷ୍ଟ ଦିଅନ୍ତି , ତ ପୁଣି କେତେବେଳେ କାହାକୁ ଦୁଃଖ ଦିଅନ୍ତି ତାହା କେବେଳ ସେ ହିଁ ଜାଣିଛନ୍ତି । ଆମେ ଆଜି ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ଆଖି ମଧ୍ୟ ଲୁହରେ ଭରିଯିବ ।ମାଁ କୋଳରେ ଫୁଲଟିଏ ପରି ଖେଳୁ ବୁଲୁଥିବା ଶିଶୁଟିର ବା କଣ ଦୁଃଖ ଥାଇ ପାରେ । ଶିଶୁର ଖେଳ ଦେଖିଲେ କେବଳ ମାଁ କାହିଁକି ସମସ୍ତଙ୍କର ମନ ପୁରି ଯାଏ ।

କିନ୍ତୁ ସେହି୍ କୋମଳମତି ଶିଶୁଟିଏ ପାଇଂ ମଧ୍ୟ ଈଶ୍ବରଙ୍କ ପାଖରେ ଦୁଃଖଟିଏ ଅଛି । ସବୁବେଳେ ହସୁଥିବା ପିଲାଟି ପାଇଂ ଏବେ ତା ପୂରା ପରିବାର ଚିନ୍ତାରେ । ତେବେ ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଂଥିରେ ଗୋଟିଏ ଏମିତି କରୁଣ ଶିଶୁ ଦେଖିବାକୁ ମିଳିଛି ଯାହା ବିଷୟରେ ଆପଣ ଜାଣିଲେ ଧର୍ଯ୍ୟ ଧରି ପାରିବେ ନାହିଁ । ତେବେ ଭିଡିଓରେ ଦେଖିବାକୁ ମିଳିଛି ପିଲାଟି ବେଶ୍ ହସୁଛି ଆଉ ଖେଳୁଛି । କିନ୍ତୁ ପିଲାଟିର ଆଗପଟେ ହସହସ ମୁହଁ ଆଉ ପଛପଟେ ଲୁଚିଛି ଏକ ବଡ ବିପଦ ।

ମାତ୍ର ଦେଢବର୍ଷର ଶିଶୁ ପିଠିରେ ବାହାରିଛି ଏକ ବିଶାଳ ଟ୍ୟୁମର ବା ଆବୁ । ଟ୍ୟୁମରଟି ଏତେ ଭୟଙ୍କର ହୋଇଛି ତାହା ଆପଣ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ । ପୁରୀ ଜିଲ୍ଲା ଗୋପବ୍ଲକ ଡଭାର ଗାଁର 6ିଲୋଚନ ଓଝା ଏବଂ ସୁରାନୀ ଓଝାଙ୍କର ଏକମାତ୍ର ପୁଅ ଗଣେଶ । ବୟସ ମାତ୍ର ଦେଢବର୍ଷ , ଜନ୍ମ ହେବା ଦିନଠାରୁ ପିଠିରେ ଏକ ଛୋଟ ଆବୁ ବାହାରିଥିଲା କିନ୍ତୁ ସେପ୍ରତି କେହି ଗୁରୁତ୍ବ ଦେଇନଥିଲେ ।

ଆଉ ଧିରେଧିରେ ସେହି ଆବୁଟି ବଢିବାରେ ଲାଗିଥିଲା ଏବଂ ଶେଷରେ ଏକ ଏମିତି ଅବସ୍ଥାରେ ପହଞ୍ଚିଯାଇଚି ଯାହା କୌଣସି ଫୁଟବଲ୍ ଠାରୁ କମ୍ ନୁହେଁ । ଫଳରେ ପିଲାଟି ନାଁ ଟିକେ ଭଲରେ ଶୋଇପାରୁଛି ନାଁ ବସିପାରୁଛି । ତାର ଅପରେସନ ନିହାତି ଆବଶ୍ୟକ ହୋଇପଡିଛି ।

କିନ୍ତୁ ମିସ୍ତ୍ରୀ କାମ କରି ଗୁଜୁରାଣ ମେଣ୍ଟାଉଥିବା ତ୍ରିଲୋଚନଙ୍କର ଏବେ ରୋଜଗାର ନାହିଁ, କେମିତି କରିବେ ସେ ପୁଅର ଚିକିତ୍ସା ତାକୁ ନେଇ ସେ ଚିନ୍ତାରେ । କିଛି ଦିନ ତଳେ କେଉଁଠୁ କେମିତି ଟଙ୍କା ଯୋଗାଡ କରି ପୁଅର ଚିକିତ୍ସା ଏମସରେ କରିଥିଲେ କିନ୍ତୁ ଆର୍ଥିକ ଦୂରବସ୍ଥା ଯୋଗୁ ଅଧିକ ଚିକିତ୍ସା ଆଉ ହୋଇ ପାରିଲା ନାହିଁ । ତ୍ରିଲୋଚନ ଏବେ ସହାୟତା ପାଇଁ ହାତପାତିଛନ୍ତି ଅନ୍ୟ ଆଗରେ । ଶିଶୁ ଗଣେଶ ପାଇଁ ଏବେ ପୂରା ପରିବାର ଚିନ୍ତାରେ । ପ୍ରଶ୍ନ ଉଠୁଛି ଗରିବ ମଣିଷର ଛୁଆଟି ପାଇଁ ଏଦୁନିଆରେ କଣ ଚିକିତ୍ସା ସୁବିଧା କଣ ନାହିଁ ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।