ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସମୟ ପୂର୍ବରୁ କେଶ ଧଳା ହେବା ସଭିଁଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି ଯାହା ବିଶେଷ କରି ଯୁବପିଢୀଙ୍କ ପାଇଁ ଏହା ମୁଖ୍ୟ ସମସ୍ୟା ପାଲଟିଛି | କମ ବୟସରେ କେଶ ଧଳା ହେବାର ଏକ ମୁଖ୍ୟ କାରଣ ଭୁଲ ଖାଦ୍ୟପେୟ ଓ ଜୀବନଶୈଳୀ, ଅତ୍ୟଧିକ ଚିନ୍ତା, ନିଶା ସେବନ, ଭିଟାମିନ ର ଅଭାବ ଓ ତା ସହିତ କେଶ ରେ ବିଭିନ୍ନ ପ୍ରକାର ତେଲ ର ବ୍ୟବହାର କରିବା | ଆଉ ଯାହା ଫଳରେ କେଶ ଉପୁଡିବା ସହିତ କେଶ ଧଳା ହେଇଯିବ ଭଳି ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ |ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ କମ ବୟସରୁ କେଶକୁ ଧଳା ହେବାରୁ ରକ୍ଷା କରିବା ପାଇଁ କିଛି ବିଶେଷ ଘରେଇ ଉପଚାର ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-
କଳାଜିରା, ଲବଙ୍ଗ, ନଡ଼ିଆ ତେଲ, କର୍ପୁର, ଭିଟାମିନ E କ୍ୟାପସୁଲ
ପ୍ରସ୍ତୁତି ପ୍ରଣାଳୀ :-
ବନ୍ଧୁ ଗଣ ଏହି ଘରେଇ ଉପଚାରଟି ପ୍ରସ୍ତୁତ କରିବା ପାଇଁ କିଛି ଆବଶ୍ୟକ ସାମଗ୍ରୀ ର ଦରକାର ହେବ ତାହା ହେଉଛି 2 ଚାମଚ କଳା ଜିରା,4 ରୁ 5 ଟି ଲବଙ୍ଗ ତାପରେ ଏହାକୁ ଭଲ ଭାବରେ ଭାଜି ଦିୟନ୍ତୁ, ତାପରେ ଏହା ଥଣ୍ଡା ହେବା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ପାଉଡର ପ୍ରସ୍ତୁତ କରନ୍ତୁ ତାପରେ ଏଥିରେ 4 ଟି କର୍ପୁରକୁ ଗୁଣ୍ଡ କରି ସେଥିରେ ମିଶାନ୍ତୁ | ଏବେ ଆସନ୍ତୁ ଏହାର ପ୍ରସ୍ତୁତି ବିଷୟରେ ଜାଣିବା | ତେବେ ଏହି ଜିନିଷ ରେ ପ୍ରଚୁର ପରିମାଣ ରେ ପୋଷକ ତତ୍ତ୍ୱ ଥାଏ ଯାହା କେଶକୁ ସୁସ୍ଥ ରହିବାସହ ଘନ ଓ କଳା କରିଥାଏ | ତେବେ ପ୍ରଥମେ ଗୋଟିଏ ପାତ୍ର ନିୟନ୍ତୁ ଓ ସେଥିରେ 100 ଗ୍ରାମ ର ନଡ଼ିଆ ତେଲ ଦେଇ ଭଲ ଭାବରେ ଗରମ କରନ୍ତୁ |
ତାପରେ ସେଥିରେ ଆପଣ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା କଳା ଜିରା ଓ ଲବଙ୍ଗ କୁ ସେହି ତେଲ ହାଲୁକା ଗରମ ବେଳେ ପକାନ୍ତୁ ତାପରେ ଓ କର୍ପୁର ର ଗୁଣ୍ଡ କୁ ତେଲ ଟିକେ ଥଣ୍ଡା ହେଲେ ପକାନ୍ତୁ | ଏବେ ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ ଓ ଏହାକୁ ରାତି ସାରା ଢାଙ୍କି କରି ରଖନ୍ତୁ ସକାଳେ ଏହି ତେଲ କୁ ଏକ କପଡା ସାହାଯ୍ୟ ରେ ଛାଣି ନେଇ ଏଥିରେ ଭିଟାମିନ E ର ଏକ କ୍ୟାପସୁଲ ମିଶାନ୍ତୁ | ଏହା ଆପଣଙ୍କ କେଶ କୁ ପୋଷଣ ଦେଇଥାଏ | ଏବେ ଆସନ୍ତୁ ଜାଣିବା ଏହି ଘରେଇ ଉପଚାର ର ବ୍ୟବହାର ବିଷୟରେ |
ବ୍ୟବହାର :-
ଦର୍ଶକ ବନ୍ଧୁ ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ଆପଣ ଆପଣଙ୍କ କେଶରେ ଲଗାଇବା ପୂର୍ବରୁ ଏହାକୁ ହାଲୁକା ଗରମ କରିନିୟନ୍ତୁ | ତାପରେ ଏହାକୁ ଆପଣଙ୍କ କେଶରେ ଭଲ ଭାବରେ ମାଲିସ କରନ୍ତୁ | ତାପରେ ଏହାକୁ ସେମିତି ରାତି ସାରା ରଖନ୍ତୁ ସକାଳେ ଉଠି ଏହାକୁ ଧୋଇ ଦିୟନ୍ତୁ | ଦେଖିବେ ଏମିତି କିଛି ଦିନ କିରିବା ପରେ ଆପଣଙ୍କ କେଶ ଥିବା ସମସ୍ତ ପ୍ରକାର ସମସ୍ୟା ଦୂର ହେବ | ଏହା ସହିତ ଆପଣଙ୍କ ନଖ ର ଏକସାଇଜ କରନ୍ତୁ ଏହା ମଧ୍ୟ ଆପଣଙ୍କ କେଶ ପାଇଁ ବହୁତ ଲାଭ ଦାୟକ ହେଇଥାଏ |
ତେବେ ଏହି ଭଳି ଭାବରେ ଆମେ କେଶର ଯତ୍ନ ନେଇ ପାରିବା ଓ କେଶ ଧଳା ହେବାରୁ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।