ବନ୍ଧୁଗଣ କାଲି ସରିଛି ପୌର ନିର୍ବାଚନ। ନିଜ ମନ ପସନ୍ଦର ପ୍ରାର୍ଥୀ ଙ୍କୁ ଭୋଟ ଦେଇଛନ୍ତି ଭୋଟର୍ ମାନେ। ଆଉ ସେମାନଙ୍କ ଭାଗ୍ୟ ଏବେ ସିଲ୍ ହୋଇ ରହିଛି। ପ୍ରାୟତଃ ସବୁଆଡ଼େ ଶାନ୍ତି ଶୃଙ୍ଖଳା ର ସହିତ ମତଦାନ ହୋଇଥିବା ଜଣା ପଡିଛି। ତେବେ ଏହି ସମୟରେ ସମସ୍ତ ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ନିଜ ନିଜ ଅଂଚଳରେ ଯାଇ ଭୋଟ ପ୍ରଦାନ କରିଛନ୍ତି। ଗତ କାଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ମଧ୍ୟ ତାଙ୍କ ଅଞ୍ଚଳରେ ଭୁବନେଶ୍ୱରର ଏକ ବୁଥ ରେ ଯାଇ ଭୋଟ ଦେଇ ଥିବାର ଦେଖିବାକୁ ମିଳିଛି। ଭୋଟ ଦେଇ ସେ ତାଙ୍କର ନିଜର ନାଗରିକତ୍ବ ର ଅଧିକାର କୁ ସାବସ୍ତ୍ୟ କରିଛନ୍ତି ଏବଂ ବହୁତ୍ ଖୁସି ଥିବା କହିଛନ୍ତି।
ଏକ ନୂତନ ଅନୁଭବ ତାଙ୍କୁ ମିଳିଛି ନିଜ ପସନ୍ଦର ଯୋଗ୍ୟ ବ୍ୟକ୍ତିତ୍ଵ ର ପ୍ରାର୍ଥୀଙ୍କୁ ଭୋଟ ଦେଇ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରେ କହିଛନ୍ତି। ପ୍ରଥମେ ପ୍ରାଥି ଙ୍କୁ ଭଲ ଭାବରେ ପରଖି ସେ ତାଙ୍କର ଗୋଟିଏ ମୂଲ୍ୟବାନ ଭୋଟ କୁ ଦେଇଛନ୍ତି ଏବଂ ନିଜର ଅଧିକାର କୁ ସାବସ୍ତ କରି ଥିବାରୁ ଏଥିପାଇଁ ସେ ବହୁତ୍ ଖୁସି ମଧ୍ୟ। ତେବେ ଏଥର ଅର୍ଚ୍ଚିତା ପୌର ନିର୍ବାଚନ ରେ ଏକ ନିର୍ଦ୍ଦିଷ୍ଟ ଦଳ ପ୍ରତି ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ଆଉ ଏହି ପ୍ରଚାର ମଧ୍ୟ ତାଙ୍କ ପାଇଁ ଏକ ନୂତନ ଏବଂ ଭିନ୍ନ ଅନୁଭବ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି ତାଙ୍କ ପ୍ରତିକ୍ରିୟା ରେ।
ତେବେ ଅଭିନେତ୍ରୀ ଅର୍ଚ୍ଚିତା ଓଡିଶାରେ ଏକ ଲୋକପ୍ରିୟ ଚେହେରା ଅଟନ୍ତି।ଅଗଣିତ ଦର୍ଶକ ଏହି ଅଭିନେତ୍ରୀଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ଢେର୍ ସାରା ଭଲପାଇବା ମଧ୍ୟ ଦେଇଛନ୍ତି। ସେ ତାଙ୍କର ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ବେଳେବେଳେ ଏମିତି ଗେଟ୍ ଅପ୍ ରେ ସେ ନଜର ଆସିଥାନ୍ତି ଯାହାକୁ ଦେଖି ଦର୍ଶକଙ୍କ ହୋସ ଉଡ଼ି ଯାଇଥାଏ। ଅର୍ଚ୍ଚିତା ସାହୁ ଓଲିଉଡ ଇଣ୍ଡଷ୍ଟ୍ରି ର ଏମିତି ଜଣେ ଅଭିନେତ୍ରୀ ଅଟନ୍ତି ଯାହାଙ୍କର ଅଭିନୟ, ବୋଲ୍ଡ ଅନ୍ଦାଜ୍ ଏବଂ ଡାନ୍ସ ସବୁବେଳେ ଚର୍ଚ୍ଚାରେ ରହିଥାଏ। ତାଙ୍କର ଡାନ୍ସ ର ଭିନ୍ନ ଭିନ୍ନ ଅନ୍ଦାଜକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ।
ଅନେକ ଫିଲ୍ମ୍ ରେ ଦମଦାର ପ୍ରଦର୍ଶନ କରିଥାନ୍ତି ଏହି କୁଇନ ଜଣଙ୍କ। ଅନେକ ସମୟରେ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ଦେଖି ତାଙ୍କର ଫ୍ଯାନ ସବୁ ପାଗଳ ହୋଇ ପଡିଥାନ୍ତି। ତାଙ୍କର ପ୍ରତିଟି ଫିଲ୍ମ୍ ସୁପରହିଟ ଏବଂ ସମସ୍ତଙ୍କୁ ପସନ୍ଦ ଆସିବା ଭଳି। ସବ୍ୟସାଚୀ ଙ୍କ ସହିତ ସେ ଅଧିକ ଫିଲ୍ମ୍ କରିଥିବା ବେଳେ ଗତବର୍ଷ ସେ ନାୟକ ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରି ଏବେ ବେଶ୍ ଖୁସିରେ ଥିବା ନଜର ଆସୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।