ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। କଳା ଜଗତରେ ଅନେକ କଳାକାର ଅଭିନୟ କରିଥାନ୍ତି, କିନ୍ତୁ ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା ସେମାନେ ତାଙ୍କର ଫ୍ୟାନ ହୋଇ ଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ ଜାଗ୍ରତ ହୋଇ ରହିଥାନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଓଲିଉଡ ଅଭନେତ୍ରୀ ଲିପି ବର୍ତ୍ତମାନ ନିଜ ଜୀବନରେ କିଛି ପାଇ ବହୁତ ଖୁସି ଅଛନ୍ତି। ତେବେ ଆସନ୍ତୁ ସେ କାହାକୁ ପାଇ ଏତେ ଖୁସି ଅଛନ୍ତି ଜାଣିବା;
ସୂଚନା ଅନୁସାରେ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଲିପି ମହାପାତ୍ରଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲ୍ଲୀଉଡ଼ ଜଗତର ଆଗ ଧାଡ଼ିର ନାୟିକା ଭାବରେ ବେଶ ପରିଚିତ ଅଟନ୍ତି। ସେ ଆଲବମ ଜଗତରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ଅନେକ ଗୁଡିଏ ସିରିଏଲ ବା ଏଥି ସହିତ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ସୁନ୍ଦର ଅଭିନୟ କରିବା ଦ୍ୱାରା ଦର୍ଶକ ମାନେ ତାଙ୍କୁ ପସନ୍ଦ କରି ବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି।
ତାଙ୍କ ଅଭିନୟ ଦ୍ୱାରା ସେ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ସେ ଭଲ ଅଭିନେତ୍ରୀ ଭାବରେ ଆଗକୁ ପାଦ ଥାପିଛନ୍ତି। ତାଙ୍କ ଅଭିନୟ ଯାଦୁରେ ଲୋକ ମାନେ ମୁଗ୍ଧ ହୋଇ ଯାଇ ଥାଆନ୍ତି ଓ ସେମାନଙ୍କ ମନରେ ଘର କରି ମଧ୍ୟ ରହିଛନ୍ତି। ତେବେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ଓ ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ସାଉଁଟିଛନ୍ତି।
ତେବେ ତାଙ୍କ ପାଇଁ ଏକ ବହୁତ ବଡ଼ ଖୁସିର ଖବର ଆସିଛି। ବର୍ତ୍ତମାନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୧ ଲକ୍ଷ୍ୟ ସବସକ୍ରାଇବର ହୋଇ ଯାଇଛନ୍ତି। ଏହାକୁ ନେଇ ସେ ବହୁ ମାତ୍ରାରେ ଖୁସି ଅଛନ୍ତି। ଏଥି ସହିତ ସେ ଆହୁରି ଅଧିକ ତାଙ୍କ ପ୍ରିୟ କୁକୁର ରେଡିକୁ ଫେରି ପାଇ ଥିବାରୁ ଖୁସି ଅଛନ୍ତି। ତାଙ୍କ ପ୍ରିୟ କୁକୁର ରେଡିକୁ ଜଣେ କେହି ଲୁଚାଇ ନେଇ ଯାଇଥିଲେ। ସେହି ଟାଇମରେ ସେ କୁକୁରକୁ ହଜି ଯାଇଥିବାକୁ ନେଇ ଏକ ଭିଡ଼ିଓ କରିଥିଲେ। ସେହି ଭିଡ଼ିଓକୁ ତାଙ୍କ ଚ୍ୟାନେଲରେ ପୋଷ୍ଟ କରିଥିଲେ। ଜଣେ ମହିଳା ସେହି ଭିଡ଼ିଓ ମାଧ୍ୟମରେ କୁକୁରକୁ ଦେଖିଥିଲେ। ଯେଉଁ ବ୍ୟକ୍ତି କୁକୁରକୁ ନେଇଥିଲେ ତାଙ୍କ ପାଖରୁ କୁକୁରକୁ ଆଣି ଅଭିନେତ୍ରୀ ଲିପିଙ୍କୁ ତାଙ୍କ କୁକୁର ଫେରାଇ ଦେଇଥିଲେ। ସେ ତାଙ୍କ କୁକୁରକୁ ପୁଣି ଥରେ ଫେରି ପାଇ ବହୁତ ଖୁସି ଅଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।