Odisha News Portal

ଦେଖନ୍ତୁ ଭିଡ଼ିଓ – ହଠାତ କାହିଁକି Bollywood ସୁପରଷ୍ଟାର ଗୋବିନ୍ଦା ଙ୍କୁ ଦେଖି ଗୋଡ ଧରି କାନ୍ଦିଲେ ଓଡ଼ିଆ ହିରୋ ସ୍ୱରାଜ….

ବଲିଉଡ୍ ଚଳଚ୍ଚିତ୍ର ଜଗତ ର ସୁପର୍ ଷ୍ଟାର୍ ଗୋବିନ୍ଦା ଙ୍କୁ ପାଖରେ ପାଇ ଭାବ ବିହୋଳ ହୋଇଗଲେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ତଥା ନବାଗତ ହିରୋ ଭାବେ ପରିଚିତ ହୋଇଥିବା ସ୍ବରାଜ ବାରିକ । ଗୋବିନ୍ଦା କୁ ପାଖରେ ପାଇ ଭାବ ବିହୋଳ ହୋଇ ଯାଇଥିଲେ ଓ ପାଦ ଧରି ପକାଇ ଥିଲେ। ତରଙ୍ଗ ସିନେ ପ୍ରଡକ୍ସନ ନିକଟ ରେ ତରଙ୍ଗ ଉତ୍ସବ ପାଳନ କରିଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୋବିନ୍ଦା କୁ ନିମନ୍ତ୍ରଣ କରାଯାଇ ଥିଲା ।

ସ୍ବରାଜ ବାରିକ ଗୁରୁ ଗୋବିନ୍ଦା କୁ ଦେଖି ଭାବ ବିହୋଳ ହୋଇ ଯାଇଥିଲେ ଆଉ ତାଙ୍କୁ ଦେଖି ଅନ୍ଥୋଈ ଯାଇଥିଲେ ଓ ଗୋଡ଼ ଧରି ପକାଇ ଥିଲେ। ଗୋବିନ୍ଦା କୁ ଦେଖିବା ପାଇଁ କେବଳ ସ୍ବରାଜ ବାରିକ ନୁହେଁ ଏଲିନା ସାମନ୍ତରାୟ ଙ୍କ ସହିତ ଅନ୍ୟ ବଡ଼ ବଡ଼ କଳାକାର ମାନେ ମଧ୍ୟ ଆସିଥିଲେ ।

ଏଲିନା ସାମନ୍ତରାୟ ମଧ୍ୟ ତାଙ୍କର ଏହି ଫଟୋ ଟିକୁ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ । ଏହା ସହିତ ଭୂମିକା ମଧ୍ୟ ତାଙ୍କର ଗୋବିନ୍ଦା ଙ୍କ ସହିତ ଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ ଓ ଲେଖିଥିଲେ ଯେ ଫଟୋ ଟି ଟିକେ ବ୍ଲର୍ ହେଉଛି କିନ୍ତୁ ଫଟୋ ଟି ମୋ ମନ କୁ ପାଇଛି । ଏହା ସହିତ ଅଲିଉଡ ର ଆଉ ଜଣେ ସୁପର୍ ଷ୍ଟାର୍ ଶ୍ରୀତମ ଦାସ ମଧ୍ୟ ବଲିଉଡ୍ ଚଳଚ୍ଚିତ୍ର ଜଗତ ର ସୁପର୍ ଷ୍ଟାର୍ ଗୋବିନ୍ଦା ଙ୍କ ସହିତ ଫଟୋ ଉଠାଇ ନିଜର ଖୁସି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ।

ଏହା ସହିତ ଏହା ପୂର୍ବରୁ ନବ ବିବାହିତ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ମଧ୍ୟ ବଲିଉଡ୍ ଅଭିନେତା ଗୋବିନ୍ଦା ଭେଟି ଥିଲେ ଓ ତାଙ୍କୁ ତାଙ୍କର ବାହାଘର ପାଇଁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଘରେ ଲଞ୍ଚ କରିବାର ମଧ୍ୟ ସୂଚନା ମିଳିଛି । ତେବେ ସୋସିଆଲ ମିଡ଼ିଆ ରେ ନବ ବିବାହିତ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ସହିତ ବଲିଉଡ୍ ସୁପର୍ ଷ୍ଟାର୍ ଗୋବିନ୍ଦା ଗୋଟିଏ ଫ୍ରେମ ରେ ଆସିବା ସହିତ ତାଙ୍କ ଘରେ ଖୁବ୍ ଖୁସିର ମାହୋଲ୍ ମଧ୍ୟ ଖେଳି ଯାଇ ଥିବାର ନଜର ଆସିଛି। ଯାହାକି ଗତକାଲି ସବ୍ୟସାଚୀ ଓ ଅର୍ଚ୍ଚିତା ସାହୁ ଙ୍କ ଫଟୋ ଗୋବିନ୍ଦା ଙ୍କ ସହିତ ଖୁବ୍ ମାତ୍ରା ରେ ଭାଇରାଲ ହୋଇଥିଲା ।

ଗୋବିନ୍ଦା ତରଙ୍ଗ ସିନେ ପ୍ରଡକ୍ସନ ର ତରଙ୍ଗ ଉତ୍ସବ ରେ ଯୋଗ ଦେଇଥିଲେ । ସେ ନିଜ ସ୍ତ୍ରୀ ସହିତ ଏହି ଆୱାର୍ଡ଼ ସୋ ରେ ଯୋଗ ଦେଇଥିବା ର ନଜର ଆସିଥିଲେ ।ଆଉ ଦୁହେଁ ନବ ନବ ବିବାହିତ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ସହିତ ଅଧିକ ସମୟ ସ୍ପେଣ୍ଡ୍ କରିଥିବାର ମଧ୍ୟ ନଜର ଆସିଥିଲେ । ତେବେ ତରଙ୍ଗ ସିନେ ପ୍ରଡକ୍ସନ ର ଏହି ତରଙ୍ଗ ଉତ୍ସବ ରେ ଗୋବିନ୍ଦା ଯୋଗ ଦେଇ ଥିବାରୁ ସବୁ କଳାକାର ଖୁବ୍ ଖୁସି ନଜର ଆସିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।