Odisha News Portal

ଦେଖନ୍ତୁ ଭିଡ଼ିଓ : ହଠାତ୍ ଅଭିନେତ୍ରୀ ଝିଲିକ୍ ର ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହେବେ…

ଅନେକ ଦିନ ଧରି ସମଗ୍ର ବିଶ୍ୱ କରନା ମହାମାରୀ ସହିତ ଲଢେଇ କରି ଆସିଛି। ଭାରତରେ ଏବେ କରନା ମହାମାରୀ ଏକ ଉତ୍କଟ ରୂପ ଧାରଣ କରିଛି।ଏହି ମହାମାରୀ ର ଗୁରୁତର ସଂକ୍ରମଣରେ ଅନେକ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଏବେ ମଧ୍ୟ ଏହାକୁ ପ୍ରତିହତ କରିବା ପାଇଁ କରୋନା ସହ ଲଢ଼େଇ କରୁଛନ୍ତି ଅନେକ ରାଜ୍ୟ। କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଅଧିକାଂଶ ଲୋକ ନିଜ ସୁରକ୍ଷା କୁ ପ୍ରାଥମିକତା ଦେଇ ଆବଶ୍ୟକ ନପଡିଲେ ଘରୁ ଗୋଡ଼ ମଧ୍ୟ ବାହାର କରୁ ନାହାନ୍ତି।

ତେବେ ଏହାରି ଭିତରେ ସମସ୍ତେ ନିଜ ନିଜର କଥା ଏବଂ ପରିବାରକୁ ପ୍ରାଧାନ୍ୟ ଦେଉଥିବା ବେଳେ, ସେମାନଙ୍କୁ ସୁରକ୍ଷିତ ରଖୁଥିବା ବେଳେ ପଶୁ ପକ୍ଷୀ ମାନଙ୍କ ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ସେମାନେ କିପରି ଏହି ମହାମାରୀ ରେ ବଞ୍ଚିବେ ଏବଂ ନିଜକୁ ସୁରକ୍ଷା ଦେବେ ସେଥିପ୍ରତି ଯତ୍ନଶୀଳ କେହି ହେଉ ନାହାନ୍ତି। ତେବେ ଏହି ସମୟରେ ଅନେକ ଲୋକ ପଶୁପ୍ରେମୀ ମାନେ ଏମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦେବାପାଇଁ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ଯେମିତି ଏବେ ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ଝିଲୀକ୍ ଭଟ୍ଟାଚାର୍ଯ୍ୟ ଏହିପରି ମହାନ୍ କାମ କରିବାକୁ ଆଗେଇ ଆସିଛନ୍ତି।

ସେ କିଛି ଲୋକଙ୍କୁ ଧରି ମାଙ୍କଡ ମାନଙ୍କ ପାଇଁ ଏବଂ ବୁଲା ପଶୁ ମାନଙ୍କ ପାଇଁ କଦଳୀ ଏବଂ ଅନ୍ୟାନ୍ୟ ଖାଦ୍ୟ ସହ ପାନୀୟ ଜଳ ର ସୁବିଧା କରାଇଛନ୍ତି।ଏବଂ ଏହା ସହ ଅନ୍ୟ ମାନଙ୍କୁ ବାର୍ତ୍ତା ମଧ୍ୟ ଦେଇଛନ୍ତି ସମସ୍ତେ ଆପଣଙ୍କ ହିସାବରେ ଯେତିକି ପାରିବେ ଏହି ପଶୁ ପକ୍ଷୀ ମାନଙ୍କ କଥା ଚିନ୍ତା କରିବା ପାଇଁ ଏବଂ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଯୋଗାଇ ଦେବା ପାଇଁ। ଖାଦ୍ୟ ଯେଉଁଠି ହେଲେ ବି ଯଦିଓ ସେମାନେ ପାଇଯିବେ କିନ୍ତୁ ଏ ପ୍ରଚଣ୍ଡ ଖରାରେ ପାଣି ଟୋପାଏ ପାଇଁ ଏମାନେ ବହୁତ୍ ହଇରାଣ ହେଉଛନ୍ତି। ତେଣୁ ସେମାନଙ୍କ ପାଇଁ ପାଣିର ବ୍ୟବସ୍ଥା ନିହାତି କରିବା ଆବଶ୍ୟକ।

ତେବେ ସେ ଏହାର ବ୍ୟବସ୍ଥା ପାଇଁ ସେଠାରେ ଜଣଙ୍କୁ ନିୟୋଜିତ କରିଛନ୍ତି। ଯିଏକି ପ୍ରତିଦିନ ସେଠାରେ ପାଣିର ବ୍ୟବସ୍ଥା କରିବ ପଶୁ ପକ୍ଷୀ ମାନଙ୍କର ସୁବିଧା ପାଇଁ। ତେବେ ଝିଲିକ ସେଠାରେ ସେତେବେଳେ ଏପରି ମାଙ୍କଡ ମାନଙ୍କୁ କଦଳୀ ଖୁଆଇବା ବେଳେ କିଛି ମାଙ୍କଡ ତାଙ୍କ ଉପରେ ଚଢ଼ି ଯାଇଛନ୍ତି। ପ୍ରଥମେ ଜଣେ ମାଙ୍କଡ ଏବଂ ପରେ ଆଉ ଜଣେ ମାଙ୍କଡ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିବାର ଦେଖିବାକୁ ମିଳିଛି। ଏଥିରେ ଝିଲିକ ଖୁସି ନଜର ଆସୁଛନ୍ତି ପଶୁ ମାନଙ୍କ ଗହଳିରେ ନିଜର ସମୟକୁ ଅତିବାହିତ କରି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।