Odisha News Portal

ଦେଖନ୍ତୁ ଭିଡ଼ିଓ : ହଠାତ ଆକାଶରୁ ଖସିଲା ମୃତ୍ୟୁ….

ମୃତ୍ୟୁ କେତେବେଳେ କାହା ନିକଟରେ ଆସି ସମ୍ମୁଖୀନ ହେବ ତାହା କହିବା ସମ୍ଭବ ନୁହେଁ।ଏହା ଏକ ଆକସ୍ମିକ ଦୁର୍ଘଟଣା ସଦୃଶ ହୋଇଥାଏ। ଯାହା ସମସ୍ତଙ୍କୁ ଦୁଃଖିତ କରିଥାଏ ଏବଂ ଭାଙ୍ଗି ଦେଇଥାଏ ନିଶ୍ଚିତ ଭାବରେ। ମୃତ୍ୟୁ ସବୁବେଳେ ଦୁଃଖଦାୟକ ହୋଇଥାଏ। କିଛି ମୃତ୍ୟୁ ଏମିତି ହୋଇଥାଏ ଯାହାକୁ ଦେଖିଲେ ଲୋମ ତାଙ୍କୁରି ଉଠେ ଏବଂ ଭୟରେ ଛାତି ଥରି ଉଠିଥାଏ। ସେହିପରି ଏକ ମୃତ୍ୟୁ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ ଘଟଣା ବିଷୟରେ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଜାଣିଛନ୍ତି ବେଳେବେଳେ ମଣିଷ ଉପରକୁ ଏମିତି ବିପଦ ମାଡ଼ି ଆସିଥାଏ, ଯାହା ପାଇଁ ସେ ଟିକିଏ ବି ସୁରାକ୍ ଆଗରୁ ପାଇ ନଥାଏ।

କାରଣ ପ୍ରକୃତରେ ବିପଦ କେତେବେଳେ କାହା ପାଖକୁ ମାଡି ଆସିବ ତାହା ଜାଣିବା ସହଜ କିମ୍ବା ସମ୍ଭବ ନୁହଁ।ବେଳେବେଳେ ନିଜର ସାମାନ୍ୟ ଅସାବଧାନତା ପାଇଁ ବି ଅକାରଣରେ ଜୀବନ ଚାଲି ଯାଇଥାଏ।ତେଣୁ ସେଥିପ୍ରତି ଆମକୁ ସଚେତନ ଏବଂ ଯତ୍ନଶୀଳ ରହିବାକୁ ପଡ଼ିବ। ସେହିଭଳି ଅସାବଧାନତା କାରଣରୁ କେତେ ବଡ଼ ବିପଦ ଘଟି ପାରେ ତାହାର ନଜିର ଆପଣ ନିହାତି ଅନେକ ଘଟଣାରୁ ପାଇଥିବେ। ସେହିଭଳି ଏକ ଦୁଃଖଦ ଘଟଣା ଏବେ ଘଟିଛି ଯାହା ଜାଣିଲା ପରେ ଆପଣ ବି ଦୁଃଖରେ ମର୍ମାହତ ହୋଇଯିବେ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

ଆମ୍ବ ଗଛ ମୂଳକୁ ଆମ୍ବ ଗୋଟାଇବା ପାଇଁ ଯାଇ ଆଉ ଫେରିଲେ ନାହିଁ। ଚାଲିଗଲା ଦୁଇ ଜଣଙ୍କର ଜୀବନ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ର ଏକ ଗ୍ରାମରେ ଘଟିଛି ଏଭଳି ଏକ ଦୁଃଖଦ ଏବଂ ହୃଦୟ ବିଦାରକ ଘଟଣା। ଗତକାଲି ପୂର୍ବାହ୍ନ ରେ ଆମ୍ବ ଗୋଟାଇବା ପାଇଁ କିଛି ପିଲା ଆମ୍ବ ଗଛ ମୂଳେ ପହଞ୍ଚିଥିଲେ ଆଉ ଏହି ସମୟରେ ଭୀଷଣ ବର୍ଷା ହେବା ସହିତ ବଜ୍ରପାତ ମଧ୍ୟ ହୋଇଥିଲା।ଆଉ ଏହି ଆକସ୍ମିକ ବଜ୍ରପାତ ରେ ୧୪ ବର୍ଷର ନାବାଳିକା ଏବଂ ୧୦ ବର୍ଷର ନବାଳକଙ୍କ ମୃତ୍ୟୁ ଘଟିଛି।ଏହି ଘଟଣା ପରେ ପରିବାର ବର୍ଗ ଉଭୟ ପିଲାଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ।

ଆଉ ହସ୍ପିଟାଲ୍ ରେ ସେମାନଙ୍କୁ ଭର୍ତ୍ତି କରିବା ପରେ ସେଠାରେ ଉଭୟ ପିଲାଙ୍କ ମୃତ୍ୟୁ ଘଟିଛି।ତେବେ ଏହିଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଦୁଇଟି ପିଲାଙ୍କ ଜୀବନ ଅମାନ୍ୟ କାରଣରୁ ଚାଲି ଯାଇଥିବା ବେଳେ ଉଭୟ ପରିବାରରେ ଏକ ଗଭୀର ଦୁଃଖ ଖେଳି ଯାଇଛି। ତେବେ ଆପଣଙ୍କୁ ଏହା ନିବେଦନ ଯେ ବର୍ଷା ଏବଂ ପବନ ସହିତ ଘଡ଼ଘଡ଼ି ମାରିବା ସମୟରେ ଭୁଲ ରେ ବି ଗଛ ମୂଳକୁ କିମ୍ବା ଫାଙ୍କା ଜାଗାକୁ ଯାଆନ୍ତୁ ନାହିଁ।ଏହା ଦ୍ବାରା ଆପଣ ବିପଦ ର ସମ୍ମୁଖୀନ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।