Odisha News Portal

ହାତ ଗୋଡ ଯନ୍ତ୍ରଣା, ପିଠି ଯନ୍ତ୍ରଣା, ଦୁର୍ବଳତା, ଥକାପଣ, ରକ୍ତ ଅଭାବ, ମେଦବହୁଳତା, ଚର୍ବି 80 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ – ଘରୋଇ ଉପଚାର

ପ୍ରାୟତଃ କ୍ଷୀର ପିଇବାକୁ ସମସ୍ତେ ପସନ୍ଦ କରିଥାନ୍ତି।ଏହା ଏକ ସୁଷମ ଖାଦ୍ୟ ହୋଇ ଥିବାରୁ ଶରୀର ଉପରେ ଏହାର ଅନେକ ଉପକାରୀ ପ୍ରଭାବ ରହିଛି। କ୍ଷୀର ର ଅନେକ ଯାଦୁକାରୀ ପ୍ରଭାବ ଏବଂ ଉପଯୋଗୀ ଗୁଣ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ଏବଂ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ଦୂରରେ ରଖିବାରେ ସାହାଯ୍ୟ କରେ। ଆଜିର ଦୁନିଆରେ ମଣିଷର ଜୀବନଶୈଳୀରେ ଅନେକ ପରିବର୍ତନ ଦେଖିବାକୁ ମିଳୁଛି। ଯେଉଁ କାରଣରୁ ଶରୀରରେ ଦେଖା ଦେଉଛି ଅନେକ ରୋଗ। ଯେମିତି କି ଆଣ୍ଠୁ ଗଣ୍ଠି ସମସ୍ୟା, ଦୁର୍ବଳତା, ଥକା ପଣ, ଯୌନ ସମସ୍ୟା ଆଦି ଅନେକ ରୋଗ।

ହାଡ଼ କମଜୋର ହେବା, ଚେହେରା ମଳିନ ପଡ଼ିଯିବା, ଚେହେରା ରେ କୁଞ୍ଚନ ଦେଖାଦେବା, ବୟସ ହେବା ପୂର୍ବରୁ ଚୁଟି ପାଚିବା, ରାତ୍ରି ସମୟ ରେ ନିଦ ନହେବା, ସ୍ମରଣ ଶକ୍ତି କମିଯିବା, ହୃଦୟ ସହ ଜଡ଼ିତ ରୋଗ ଆଦି ନାନାଦି ସମସ୍ୟା କୁ ଦୂର କରିବା ପାଇଁ ହେଲେ ଆପଣଙ୍କୁ ଏହି କ୍ଷୀର ପାନ କରିବା ପାଇଁ ପଡ଼ିବ। ଶରୀରକୁ ପୋଷକ ଯୁକ୍ତ ଖାଦ୍ୟ ଦିଅନ୍ତୁ। ଯେମିତି କି ଆପଣ ଖାଉଥିବା ଖାଦ୍ୟରେ ପ୍ରୋଟିନ, ମିନେରାଲ, ଏମିନ ଏସିଡ ଆଦି ରହିଥିବ। ଯେଉଁ ଖାଦ୍ୟ ବିଷୟରେ ଆମେ କହୁଛି ଏହା ସବୁ ବର୍ଗର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ସମସ୍ତେ ଏହାକୁ ସେବନ କରି ଏହାର ଫାଇଦା ଉଠାଇ ପାରିବେ।

ଆବଶ୍ୟକୀୟ ସାମଗ୍ରୀ-

କ୍ଷୀର, ମଖାନା ଏବଂ ଖସଖସ ମିଶାଇ ଏହି ଖାଦ୍ୟକୁ ସବୁ ବର୍ଗର ଲୋକେ ସେବନ କରି ପାରିବେ। ଖସଖସ ଏକ ପ୍ରକାର ର ମସଲା ଅଟେ। ଆପଣ ଏହାକୁ ଯେକୌଣସି ମସଲା ଦୋକାନରେ ପାଇ ପାରିବେ। ଏହାକୁ ଡ୍ରାଇ ଫ୍ରୁଟ୍ ରେ ମଧ୍ୟ ବ୍ୟବହାର କରାଯାଏ।ଯେଉଁଥିରେ ଶରୀର ଉପଯୋଗୀ ଅନେକ ଆବଶ୍ୟକୀୟ ତତ୍ତ୍ଵ ଭରି ରହିଛି।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଆପଣ ୧ ଗ୍ଲାସ୍ ଉଷୁମ କ୍ଷୀରରେ ଭିଜା ହୋଇ ଆଗରୁ ରଖା ଯାଇଥିବା ଖସଖସ ରୁ ୨ ଚାମଚ ନେଇ ଏଥିରେ ମିଶାନ୍ତୁ। ଏହାପରେ ଆପଣଙ୍କୁ ଏଥିରେ ୨ ମୁଠା ମଖାନା ମିଶାଇବା ପାଇଁ ପଡ଼ିବ। ଏସବୁ କୁ ମିଶାଇ ଆପଣଙ୍କୁ ୨ ମିନିଟ୍ ପର୍ଯ୍ୟନ୍ତ ସେମିତି ଛାଡ଼ି ଦେବାକୁ ପଡ଼ିବ। ଏହାପରେ ଆପଣ ଏହି ମିଶ୍ରଣ କୁ ରାତ୍ରୀରେ ଶୋଇବାର ୧ ଘଣ୍ଟା ପୂର୍ବରୁ ପିଇବାକୁ ପଡ଼ିବ।ଏହାପରେ ଆପଣଙ୍କୁ ବହୁତ ଭଲ ନିଦ ଆସିବ। ସକାଳେ ଉଠିବା ପରେ ଆପଣ ବହୁତ୍ ଆରାମ ଅନୁଭବ କରିବେ। ଯେଉଁ ମାନଙ୍କର ହୃଦୟ ଜନିତ ବେମାର ରହିଛି ଏହାକୁ ସେବନ କରିବା ଦ୍ୱାରା ଏହା ସେସବୁ ସମସ୍ୟାକୁ ଦୂର କରି ହୃଦୟକୁ ସୁସ୍ଥ ରଖେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।