ଭାରତ ପାକିସ୍ତାନ ମ୍ୟାଚ୍ ଶେଷ ହେବା ପରେ ଏବେ ଟୁଇଟ୍ ୱାର ଆରମ୍ଭ ହୋଇଛି , ଉଭୟ ଦେଶର ପୂର୍ବତନ ଖେଳାଳି ଙ୍କ ମଧ୍ୟରେ ଏଭଳି ଟୁଇଟ୍ ୱାର ଦେଖିବାକୁ ମିଳିଛି । ଆଉ ଏହି ଟୁଇଟ ୱାର ରେ ପୂର୍ବତନ ପାକିସ୍ତାନ କ୍ରିକେଟରଙ୍କ ର ଧଜିଆ ଉଡେଇଛନ୍ତି ହରବଚନ ସିଂ । ଭାରତ ପକିସ୍ତାନ ଟି ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ ଶେଷ ହେବାର 3 ଦିନ ବିତି ଯାଇଥିଲେ ମଧ୍ୟ ଏବେବି ସୋସିଆଲ ମିଡିଆରେ ଲଢେଇ ଲାଗୁଛି । କେତେବେଳେ ଉଭୟ ଦେଶର ପ୍ରଶଂସକ ମୁହାଁମୁହିଁ ହେଉଛନ୍ତି ତ ପୁଣି କେତେବେଳେ ଉଭୟ ଦେଶର ପୂର୍ବତନ ଖେଳାଳି ଏହି ଲଢେଇରେ ଆମ୍ନା ସାମ୍ନା ହେଉଥିବାର ଦେଖିବାକୁ ମିଳୁଛି ।
ଏହି କ୍ରମରେ ପାକିସ୍ତାନର ପୂର୍ବତନ ଦ୍ରୁତ ବଲର୍ ମହମ୍ମଦ ଆମିର ହରବଚନକୁ ଟ୍ୟାକ କରି ଟୁଇଟ୍ କରିବା ଆରମ୍ଭ କରିଥିଲେ । ଆମିର କହିଥିଲେ ମୁଁ ପଚାରିବାକୁ ଚାହୁଁଛି କି ହରବଚନ ପାଜି ତାଙ୍କ ଟିଭି ଭାଙ୍ଗିଛନ୍ତି କି ନାହିଁ । କିଛି ନାହିଁ ପରିଶେଷରେ ଏହା ବାସ୍ କ୍ରିକେଟ ଖେଳ । ଆଉ ଏହି ଟୁଇଟ୍ ର ଜବାବ୍ ଦମଦାର ଅନ୍ତାକ୍ଷରରେ ଦେଇଥିଲେ ହରବଚନ , ଚୁଇଟ୍ କରି ହରବଚନ ଏକ ଭିଡିଓ ସେୟାର କରିବା ସହ କହିଥିଲେ ଏବେ ତୁମେ ବି କହିଲଣି ଆମିର ଏହି 6 ର ଲ୍ୟାଣ୍ଡିଙ୍ଗ ତୁମ ଘର ଟିଭି ଉପରେ ହୋଇ ନାହିଁ ତ । କିଛି ନାହିଁ ଆପଣ କହିବା ଭଳି ଏକ ଖେଳ ।
ହରବଚନ ଯେଉଁ ଭିଡିଓଟି ସେୟାର କରିଥିଲେ ସେଥିରେ ଶେଷ ଓଭର ରେ ଆମିରଙ୍କୁ ଛକା ମାରି ଭାରତକୁ ବଡ ବିଜୟ ଭେଟି ଦେଇଥିଲେ । ଏହି ଭିଡିଓକୁ ସେୟାର କରି ଆମିରଙ୍କ ପୁରୁଣା କଥା ମନେ ପକାଇ ଦେଇଥିଲେ ବରବଚନ । ବାସ୍ ହରବଚନଙ୍କ ଏହି ଟୁଇଟ ପରେ ଆରମ୍ଭ ହୋଇଥିଲା ଟୁଇଟ୍ ୱାର , ଆମିର ମଧ୍ୟ ଭାରତ ପାକିସ୍ତାନ ଟେଷ୍ଟ ମ୍ୟାଚର ଏକ ପୁରୁଣା ଭିଜିଓ ସେୟାର କରିଥିଲେ । ଆଉ ଏଥିରେ ଲେଖିଥିଲେ ଟିକେ ବ୍ୟସ୍ତ ଥିଲି କାରଣ ମୁଁ ତୁମର ବୋଲିଙ୍ଗ ଦେଖୁଥିଲି , ଏହି ମ୍ୟାଚରେ ଲାଲା ତୁମକୁ ଲଗାତାର 4 ଟି ଛକା ମାରିଥିଲେ । କ୍ରିକେଟରେ ଏମିତି ହୁଏ କିନ୍ତୁ ଟେଷ୍ଟ କ୍ରିକେଟରେ ଏମିତି ପାହାର ଟିକିଏ ଅଧିକ ହୋଇଗଲା ।
ଆମିରଙ୍କ ଏହି ଟୁଇଟ୍ ପରେ ହରବଚନ ଯେଉଁ ବାଣ ମାରିଥିଲେ ତାହାକୁ ଅଟକାଇବା ଏତେ ସହଜ ନଥିଲା । କାରଣ ଆମିରଙ୍କୁ ମ୍ୟାଚ ଫିକ୍ସିଙ୍ଗ କଥା ମନେ ପକାଇ ଦେଇଥିଲେ ହରବଚନ । ହରବଚନ ଲେଖିଥିଲେ ଲର୍ଥ ରେ ନୋ ବଲ କିଭଳି ହୋଇଗଲା , ଏଥିପାଇଁ କିଏ କେତେ ଦେଇଥାଲା । ଟେଷ୍ଟ କ୍ରିକେଟରେ ନୋ ବଲ ବା କିଭଳି ହୋଇପାରିବ କ୍ରିକେଟ ଭଳି ଏକ ଖେଳକୁ ବଦଲାମ କରୁଥିବାରୁ ତୁମକୁ ଲାଜ ଲାଗିବା କଥା । ଆଉ ଏହାହର ପ୍ରତି ଉତ୍ତରରେ ଆମିର କହିଥିଲେ ଚାଲିଯାଆ ଲାଲା ଆସୁଛି ଏହି ଟୁଇଟ୍ ରେ ଅତି ନିମ୍ନ ସ୍ତରକୁ ଖସି ଯାଇଖିଲେ ଆମିର ।
ହରବଚନଙ୍କ ପ୍ରତି ଖରାପ ଶବ୍ଦ ପ୍ରୟୋଗ କରିଥିଲେ , ଆମିରଙ୍କ ଏହି ଟୁଇଟ୍ ସହ୍ୟ କରି ପାରିନଥିଲେ ହରବଚନ । ଆଉ ଲଗାତାର ଦୁଇଟି ସିରିଜ ଟୁଇଟ୍ କରି ଏମିତି ଜବାବ୍ ଦେଇଥିଲେ ଯେ ଟୁଇଟ ୱାର ଛାଡି ଚାଲିଯାଇଥିଲେ ଆମିର । ହରବଚନ ଶେଷ ଟୁଇଟ୍ ରେ ଲେଖିଥିଲେ ଫିକ୍ସର କୁ ସିକ୍ସର ଆଉଟ୍ ଅଫ୍ ଦା ପାର୍କ ଆମିର ଚାଲ ଦଫା ହୋ ଯା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।