Odisha News Portal

ହାଫପ୍ୟାଣ୍ଟ ପିନ୍ଧିବା ପଡିଲା ମାହାଙ୍ଗା ! ହାଫପ୍ୟାଣ୍ଟ ପିନ୍ଧି ବ୍ୟାଙ୍କ ଯିବାରୁ ଗ୍ରାହକଙ୍କୁ ଫେରାଇଦେଲେ ମ୍ୟାନେଜର, ଆଉ ତା ପରେ…

ସମାଜରେ ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳୁଛି। ଆଜିକାଲି ଲୋକ ମାନେ ଯେଉଁ ସ୍ଥାନକୁ ଯାଉଛନ୍ତି ନିଜ ପସନ୍ଦର ଡ୍ରେସ ପିନ୍ଧି ଯାଉଛନ୍ତି। କିନ୍ତୁ କିଛି ସ୍ଥାନରେ ନିଜ ପସନ୍ଦର ଡ୍ରେସ ପିନ୍ଧି ନଆସିବା ପାଇଁ ରୋକା ଯାଉଛି। ଏଭଳି ଖବର ଶୁଣି ଲୋକ ମାନେ ଖୁବ ଜୋର ସୋର ଭାବରେ ଉତକ୍ଷିପ୍ତ ହୋଇ ଯାଉଛନ୍ତି ଓ ଏହାକୁ ନେଇ ଲୋକ ମାନେ ବିରୋଧ ମଧ୍ୟ କରୁଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ଏମିତି କିଛି ଘଟଣା ନିକଟରେ ଶୁଣିବା ପାଇଁ ମିଳିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ।ତାହା ହେଉଛି ଜଣେ ବ୍ୟକ୍ତି ହାପ ପ୍ୟାଣ୍ଟ ପିନ୍ଧି ଯାଇ ଥିବାରୁ ତାଙ୍କୁ ବ୍ୟାଙ୍କ ମ୍ୟାନେଜର ଫେରାଇ ଦେଇଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଖବର ପଶ୍ଚିମବଙ୍ଗ ରାଜଧାନୀ କୋଲକତା ସହରରୁ ଶୁଣିବା ପାଇଁ ମିଳିଛି। ସୂଚନା ଅନୁସାରେ, ଆଶିଷ ନାମକ ଜଣେ ବ୍ୟକ୍ତି ହାପ ପ୍ୟାଣ୍ଟ ପିନ୍ଧି ଷ୍ଟେଟ ବ୍ୟାଙ୍କଙ୍କୁ ଯାଇ ଥିଲେ। ବ୍ୟାଙ୍କର ମ୍ୟାନେଜର ବ୍ୟକ୍ତି ଜଣଙ୍କୁ ହାପ ପ୍ୟାଣ୍ଟ ପିନ୍ଧି ଥିବାର ଦେଖି, ତାଙ୍କୁ ବ୍ୟାଙ୍କରୁ ଫେରାଇ ଦେଇଥିଲେ। ତାଙ୍କୁ କହିଥିଲେ ଯେ, ଯେ ପର୍ଯ୍ୟନ୍ତ ଫୁଲ ପ୍ୟାଣ୍ଟ ପିନ୍ଧି ନ ଆସିଛ ସେତେ ସମୟ ପର୍ଯ୍ୟନ୍ତ ବ୍ୟାଙ୍କ ଭିତରକୁ ପଶି ପାରିବ ନାହିଁ। ଏହା ଶୁଣି ବ୍ୟକ୍ତି ଜଣଙ୍କ ଖୁବ ଜୋର ସୋର ଭାବରେ ରାଗି ଯାଇଥିଲେ।

ଏହା ପରେ ବ୍ୟକ୍ତି ଜଣଙ୍କ ତାଙ୍କ ଟ୍ୟୁଟରେ ଏସବିଆଇଙ୍କୁ ଟ୍ୟାଗ କରି ବ୍ୟାଙ୍କରେ ତାଙ୍କ ପ୍ରତି ହୋଇଥିବା ବାବଦରେ ସବୁ କଥା ଲେଖିଛନ୍ତି। ଏଥି ସହିତ ସେ ଯେ କୌଣସି ଗ୍ରାହକ ଆସିଲେ ତାଙ୍କର ଡ୍ରେସ କିଛି ରହିଛି ବୋଲି ଲେଖିଥିଲେ। ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜେ ପ୍ରଥମ ଗ୍ରାହକ ନୁହଁନ୍ତି ଯେ କି ତାଙ୍କ ଏଭଳି କିଛି ଘଟଣା ଘଟିଛି। କିଛି ବର୍ଷ ପୂର୍ବେ ମଧ୍ୟ ପୁନେରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳି ଥିଲା। ଜଣେ ଗ୍ରାହକ ସର୍ଟ ପିନ୍ଧି ବ୍ୟାଙ୍କଙ୍କୁ ଯାଇ ଥିଲେ ସେଠାରେ ଏସବିଆଇର ତିଳକ ରୋଡ଼ ଶାଖା ତାଙ୍କୁ ଫେରାଇ ଦେଇଥିଲେ ବୋଲି ମଧ୍ୟ କହିଥିଲେ। ଏସବିଆଇ ତାଙ୍କ ଟ୍ୟୁଟ କରି କହିଛନ୍ତି ଯେ, ଗ୍ରାହକ ମାନଙ୍କ କଥା ବୁଝି ପାରୁଛନ୍ତି ଓ ସମ୍ମାନ ମଧ୍ୟ ଦେଉଛନ୍ତି। ଏଥି ସହିତ ଗ୍ରାହକ ମାନଙ୍କ ପାଇଁ କୌଣସି ଡ୍ରେସ କୋର୍ଡ ନାହିଁ ଗ୍ରାହକ ମାନେ ନିଜ ପସନ୍ଦର ଡ୍ରେସ ପିନ୍ଧି ବ୍ୟାଙ୍କଙ୍କୁ ଯାଇ ପାରିବେ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।