Odisha News Portal

Vastu Shastra – ହଳଦୀରେ କରନ୍ତୁ ଏହି ଗୋଟିଏ ଉପାୟ ଘରେ କୌଣସି ପ୍ରକାର ଅଭାବ ରହିବ ନାହିଁ

ସାଧାରଣ ଭାବରେ ପ୍ରତ୍ୟୋକ ବ୍ୟକ୍ତିଙ୍କ ଘରେ ହଳଦୀର ବ୍ୟବହାର କରାଯାଇଥାଏ , କୁହାଯାଏ କି ହଳଦୀ ମାତା ଲକ୍ଷ୍ମୀଙ୍କର ଅତିପ୍ରିୟ ହୋଇଥାଏ । ତେଣୁ ହଳଦୀ ଖାଦ୍ୟ ପଦାର୍ଥ ରେ ବା ରୋଷେଇ ରେ ବ୍ୟବାହର ନହେଲେ ମାତା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି । କେହି କେହି କହିଥାନ୍ତି ହଳଦୀ ନପଡିଲେ ଖାଦ୍ୟ ସ୍ୱାଦହୀନ ଓ ଅସୁନ୍ଦର ଦେଖାଯାଏ । ତେଣୁ ହଳଦୀକୁ ଖାଦ୍ୟ ପଦାର୍ଥ ବା ରୋଷେଇ କାର୍ଯ୍ୟରେ ଲଗାଯାଇଥାଏ । ଏହି ହଳଦୀରେ ଆହୁରି ଅନେକ ଚମତ୍କାରୀ ଗୁଣ ରହିଛି , ଯେଉଁ କାରଣରୁ ଜ୍ୟୋତିଷ ଶାସ୍ତ୍ର ବାସ୍ତୁ ଶାସ୍ତ୍ର ରେ ବହୁ ଆକଳନ ହୋଇଅଛି । ହଳଦୀକୁ ଖାଦ୍ୟ ପଦାର୍ଥରେ ବ୍ୟବହାର କରିବା ସହିତ ମାଙ୍ଗଳିକ କାର୍ଯ୍ୟ ବା ପୂଜା ରେ ବ୍ୟବହାର କରାଯାଏ ।

1. ବିବାହ କାର୍ଯ୍ୟ ସମ୍ପନ୍ନ ପାଇଁ :-

ହଳଦୀକୁ ଶରୀରରେ ଲଗାଇବା ଦ୍ୱାରା ରୋଗଜିବାଣୀ ନଷ୍ଟ କରିବା ସହିତ ସକରାତ୍ମକ ଉର୍ଜା ଶରୀରରେ ବଢିଥାଏ । ଯାହାଦ୍ୱାରା କି ଶରୀର ଓ ମନ ଶାନ୍ତ ନିର୍ମଳ ହୋଇଥାଏ , ଏଥିପାଇଁ ଆପଣଙ୍କୁ ଛୋଟ ଉପାୟ ଟିଏ ଆପଣାଇବା ପାଇଁ ପଡିବ । ଏହି ସହଜ ଉପାୟଟି ହେଉଛି ଆପଣ ପ୍ରତିଦିନ ଗାଧୋଇବା ପାଣିରେ କିଛି ହଳଦୀ ମିଶାଇ ସେହି ପାଣିରେ ଗାଧୋଇବେ । ଏପରି କଲେ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ ।

2. ଅଶାନ୍ତି ଦୂର ପାଇଁ :-

ପୁଅ ଝିଅଙ୍କର ବିବାହ ପରେ ଅନେକ ଘରେ ଅଶାନ୍ତି ବା ଝଗଡା ଲାଗି ରହିଥାଏ । ଘରେ ସର୍ବଦା ଅଶାନ୍ତି ଓ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦେଇଥାଏ । ଏହିପରି ହେଉଥିଲେ ପ୍ରତିଦିନ ଏକ ତମ୍ୱା ଲୋଟାରେ ପାଣି ଭରି ସେଥିରେ ଚିମୁଟାଏ ହଳଦୀ ମିଶାଇ ସେହି ପାଣିକୁ ସୂର୍ଯ୍ୟ ନାରାୟଣଙ୍କୁ ଅର୍ପଣ କରନ୍ତୁ । ଏହି ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଥାଏ ।

3. ପାଠପଢାରେ ମନ ଲାଗୁନଥିଲେ :-

ଯେଉଁ ପିଲା ମାନଙ୍କର ପାଠପଢାରେ ମନ ଲାଗୁନଥାଏ ଏବଂ ପାଠ ମନେ ରହୁ ନଥାଏ ବା ସର୍ବଦା ବିଚଳିତ ରହୁଥାନ୍ତି ଦୁଷ୍ଟ ହେଉଥାନ୍ତି । ଏପରି କ୍ଷେତ୍ରରେ ଯଦି ଆପଣ ପିଲାର ମଥାରେ ହଳଦୀର ଟିକା ଲଗେଇ ଦିଅନ୍ତି ଏବଂ ଏହା ପ୍ରତିଦିନ କରନ୍ତି । ତେବେ ସେହି ପିଲାର ପାଠପଢାରେ ମନ ଲାଗିଥାଏ , ମନ ଶାନ୍ତ ହୋଇଥାଏ ଏବଂ ଦୁଷ୍ଟ ହୋଇ ନଥାନ୍ତି ।

4. ଆର୍ଥିକ ସମସ୍ୟା ଦୂର ପାଇଁ :-

ଯଦି ଆପଣ କୌଣସି ନୂଆ ଘର ତୋଳି ଗୃହ ପ୍ରବେଶ କରୁଛନ୍ତି ,ସେହି ସମୟରେ ସ୍ୱାମୀ ସ୍ତ୍ରୀ ଦୁହେଁ ଏକ ପାତ୍ରରେ ହଳଦୀ ଗୋଳେଇ ସେହି ହଳଦୀକୁ ଦୁଇ ହାତରେ ଲଗେଇ ଘରର କାନ୍ଥରେ ଛାପି ଦିଅନ୍ତି । ଏପରି କରିବା ଦ୍ୱାରା ସେହି ଘରେ କେବେହେଲେ ଅଭାବ ଅନାଟନ ଦେଖାଦେବ ନାହିଁ । ବାସ୍ତୁଦୋଷ ମଧ୍ୟ ଦୂର କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।