ଯଦି ଆପଣ ନିଜ ଫେସ୍ ପାଇଁ ଚିନ୍ତିତ ଅଛନ୍ତି ବା ଆପଣଙ୍କ ଫେସ୍ ବହୁତ କଳା ପଡିଯାଇଛି , ସେଥିରେ କିଛି ଦାଗ ଚିହ୍ନ ଯେମିତିକି ପିମ୍ପୁଲ , ଆକ୍ନିମାକ୍ସ ଯାହା ବି କିଛି ଦାଗ ଚିହ୍ନ ଆସି ଯାଇଛି ବା ଆପଣଙ୍କ ଫେସ୍ ରେ ଏକ୍ସଷ୍ଟ୍ରା ଅଏଲ ଅଛି । ତ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଏକ ସହଜ ଘରୋଇ ଉପଚାର ସେୟାର କରିବୁ । ଯାହାକୁ ବ୍ୟବହାର କରି ଆପଣ ମାନେ ଏହି ସମସ୍ୟାରୁ ମୁକ୍ତି ପାଇଁ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ରେମିଡିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।
ଆବଶ୍ୟକ ସାମଗ୍ରୀ :-
1.ଅଟା
2. ଲେମ୍ୱୁ
3. ହଳଦୀ
4. ରୋଜ ୱାଟର
ପ୍ରସ୍ତୁତ ପ୍ରଣାଳୀ :-
ରେମିଡି ପ୍ରସ୍ତୁତି ପାଇଁ ପ୍ରଥମେ ଏକ ବାଉଲରେ ଏକ ଚାମଚ ଅଟେ ଏଡ୍ କରନ୍ତୁ , ଅଟାରେ ଏମିତି ପ୍ରପଟିସ୍ ଥାଏ ଯାହା ଆପଣଙ୍କ ସ୍କିନର ମଇଳାକୁ ବାହାର କରି ଇନଷ୍ଟାନ ଗ୍ଲୋଇଙ୍ଗ ଦେଇଥାଏ । ତା ସହିତ ଚେହେରାର ଏକ୍ସଷ୍ଟ୍ରା ଅଏଲ କୁ ମଧ୍ୟ ବାହାର କରିଥାଏ । ଏହାପରେ ଆବଶ୍ୟକ ହଳଦୀ , ଯେଉଁଥିରେ ବହୁତ ସାରା ଆଣ୍ଟିସେଫ୍ଟିକ ଗୁଣ ଥାଏ । ଏହା ଆପଣଙ୍କ ସ୍କିନକୁ ବହୁତ ସାରା ଇନଫେକ୍ସନ ରୁ ବଞ୍ଚେଇଥାଏ । ଏଥିରେ ହାପ ସ୍ପନ ହଳଦୀ ଏଡ୍ କରନ୍ତୁ , ଏହାପରେ ଏଡ୍ କରନ୍ତୁ ଲେମ୍ୱୁ । ଲେମ୍ୱୁରେ ଭିଟାମିନ ଇ , ସାଇଟ୍ରିକ ଏସିଡ୍ ଥାଏ ଯାହା ଆପଣଙ୍କ ସ୍କିନର ଅଏଲକୁ ବାହାର କରିଥାଏ ।
ଏହାପରେ ସେଥିରେ ଏ଼ଡ୍ କରନ୍ତୁ ଭିଟାମିନ ଇ କ୍ୟାପସୁଲ , ଏହା ଆମ ସ୍କିନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହି ରେମିଡିରେ ଗୋଟିଏ ଭିଟାମିନ ଇ କ୍ୟାପସୁଲ ଏଡ୍ କରନ୍ତୁ , ତା ସହିତ ସେଥିରେ ଏଡ୍ କରନ୍ତୁ ଭଲ ପେଷ୍ଟ ପ୍ରସ୍ତୁତ ପାଇଁ ଆବଶ୍ୟକ ପରିମାଣରେ ରୋଜ ୱାଟର । ଏହାକୁ ଭଲ ଭାବରେ ମିକ୍ସ କରି ଗୋଟେ ଥିକ୍ ପେଷ୍ଟ ବନାନ୍ତୁ । ବର୍ତ୍ତମାନ ଆମର ରେମିଡି ବନି ପ୍ରସ୍ତୁତ ।
ବ୍ୟବହାର ପ୍ରଣାଳୀ :-
ଯେତେବେଳେ ବି ଆପଣ ଗାଧେଇବାକୁ ଯାଉଛନ୍ତି ତାର ଗୋଟିଏ ଘଣ୍ଟା ପୂର୍ବରୁ ନିଜ ଫେସ୍ ରେ ଏହାକୁ ଏମିତି ହାତରେ ନେଇ ଆପ୍ଲାଏ କରନ୍ତୁ । ତା ପୂର୍ବରୁ ଆପଣଙ୍କ ଫେସ୍ କୁ ଭଲ ଭାବରେ ଧୋଇନେବେ । ଏହାକୁ ଆପ୍ଲାଏ କରିବା ପରେ 2ରୁ 3 ମିନିଟ ପର୍ଯ୍ୟନ୍ତ ମସାଜ୍ କରିବେ , ଏହାକୁ ଆପ୍ଲାଏ କରିବା ଦ୍ୱାରା ଯାହାବି ଆପଣଙ୍କ ଫେସ୍ ରେ ପିଗମେଟେସନ ବା ପଲ୍ୟୁସନ ଥିବ ତାହା ଦୂର ହେବ । ଏହା ଆପଣଙ୍କ ଡାର୍କ ସର୍କଲକୁ ମଧ୍ୟ ରିମୋଭ କରିବ , ଏହାକୁ ଲଗାଇବା ପରେ 10 ରୁ 15 ମିନିଟ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡି ଦିଅନ୍ତୁ । .ଯେତେବେଳେ ଏହା ଶୁଖିଯିବ ନରମାଲ ୱାଟରରେ ଫେସ୍ କୁ ଧୋଇନେବେ । ଏହାକୁ ସପ୍ତାହରେ 2-3 ଥର ୟୁଜ କରନ୍ତୁ ଫେସ୍ ସମ୍ପୂର୍ଣ୍ଣ ଭାବରେ ଗ୍ଲୋଇଙ୍ଗ ହୋଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।