Odisha News Portal

ଦେଖନ୍ତୁ ଭିଡ଼ିଓ – ହଜିଗଲା ମାନବିକତା ! ଛାତ୍ରୀଙ୍କୁ ତାଲା ପକାଇଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ…ଭିଡ଼ିଓ ଭାଇରାଲ..

ବନ୍ଧୁଗଣ ନିକଟରେ ଏକ ଏମିତି ଘଟଣା ଘଟିଛି ଯାହା ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଯାହା ଘଟିଛି ଏକ ବିଦ୍ୟାଳୟର ଛାତ୍ରୀଙ୍କ ସହିତ। ଆପଣ ଏହି ଘଟଣାକୁ ଜାଣିବା ପରେ ନିହାତି ଭାବରେ ଆପଣଙ୍କୁ ବି ଅଜିବ ଲାଗିବ। ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ଥିଲା? ସ୍କୁଲ୍ ସରିବା ପରେ ସ୍କୁଲ ଗେଟ୍‌ରେ ତାଲା ପଡ଼ିଥିବା ବେଳେ ଭିତରେ ଛାତ୍ରୀ ଜଣଙ୍କ ରହି ଯାଇଛନ୍ତି। ଆଉ ସେ ତା ଭିତରେ ରହି ଯାଇଥିବା ବେଳେ ବାହାରିବାକୁ ଚେଷ୍ଟା କରୁଛନ୍ତି ଏବଂ ଗେଟ୍‌ ଫାଙ୍କରେ ଛାତ୍ରୀଙ୍କୁ ବାହାର କରିବାକୁ ଚାଲିଛି ଲୋକଙ୍କ ପ୍ରୟାସ । ପ୍ରାୟତ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ଲୋକେ।

ଆଉ ଶେଷର ଖବର ପାଇବା ପରେ ସେଠାରେ ପହଞ୍ଚିଛି ପୋଲିସ।ଏହା ପରେ କୌଶଳ କ୍ରମେ ସ୍କୁଲ୍ ଗେଟ୍‌ ଟି ଖୋଲିଲା ପରେ, ବାହାରକୁ ଆସିଲେ ଏହି ଛାତ୍ରୀ ଜଣଙ୍କ। ଆପଣଙ୍କୁ କହି ରଖୁଛୁ କି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟରେ। ଏଠାରେ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ସାରି ଦିନ ୧୨ଟାରେ ଗେଟ୍‌ ତାଲା ପକାଇ ପଳାଇ ଯାଇଥିଲେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ।ଆଉ ଏହାର କିଛି ସମୟ ପରେ ଛାତ୍ରୀଙ୍କ ଚିତ୍କାର ଶୁଭିଥିଲା । ଏତିକି ବେଳେ ଛାତ୍ରୀ ଜଣଙ୍କ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା।

ଏହା ପରେ ସେଠାରେ ଧୀରେ ଧୀରେ ଲୋକଙ୍କ ଭିଡ ଜମିଥିଲା। ଛାତ୍ରୀ ଜଣଙ୍କ ସେଠାରୁ ବାହାରିବାକୁ ଚେଷ୍ଟା କରୁଥିବାର ଦେଖି ସେଠାରେ ଛାତ୍ରୀଙ୍କୁ ବାହାରକୁ ଆଣିବା ପାଇଁ ସମେସ୍ତ ଚେଷ୍ଟା କରିଥିଲେ। ଶେଷରେ ପୋଲିସ କୁ ଏ ସମ୍ପର୍କରେ ଜଣାଇବା ପରେ ପୋଲିସ୍ ଆସି ତାର ଉପସ୍ଥିତିରେ ତାଲା ଖୋଲାଯାଇ ଥିଲା ଏବଂ ଛାତ୍ରୀଙ୍କୁ ବାହାର କରା ଯାଇଥିଲା।ଏହାପରେ ସେଠାରେ ଝିଅକୁ ବାହାର କରିବା ପରେ ଛାତ୍ରୀଙ୍କ ବାପା-ମାଆ ଝିଅକୁ ନେଇଥିଲେ ।ଏହି ସମୟରେ ଉଭୟ ଝିଅ ଏବଂ ତାର ମାଆ କାନ୍ଦି ପକାଇଥିଲେ।

ତେବେ ଏଠାରେ ଗୋଟିଏ କଥା କୁହା ଯାଇ ପାରେ ଯେ ସ୍କୁଲ ପରିଚାଳନା ରେ ଦାୟିତ୍ୱହୀନତା ଯୋଗୁ ଛାତ୍ରୀ ଜଣଙ୍କ ସ୍କୁଲ ମଧ୍ୟରେ ରହିଗଲେ।ଏବଂ ଏହା ପ୍ରମୁଖ କାରଣ ବୋଲି ଛାତ୍ରୀଙ୍କ ବାପା ଅଭିଯୋଗ ମଧ୍ୟ କରିଛନ୍ତି ।ଏହି ଘଟଣା ଘଟିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧ୍ୟାନ ପୂର୍ବକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଯତ୍ନ ନିଜ ପୁଅ ଝିଅ ଙ୍କ ଭଳି ନେବା ବିଧେୟ।ଏହା ସେମାନଙ୍କ ସାଧାରଣ କର୍ତ୍ତବ୍ୟ। ଯାହା ଜଣେ ପିଲାକୁ ସୁରକ୍ଷିତ ଅନୁଭବ ଦେଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।