Odisha News Portal

ଦେଖନ୍ତୁ ଭିଡ଼ିଓ – ହଜିଗଲା ମାନବିକତା ! ମାଆ ଝିଅକୁ ସମସ୍ତଙ୍କ ଆଗରେ ଗାଁ ଦାଣ୍ଡରେ ଚୁଟି ଘୋଷାଡ଼ି ଘୋଷାଡ଼ି ପିଟିଲେ ପୋଡେଶୀ, ଆଉ ତା ପରେ…

ଆଜିର ସମାଜରେ କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ଘଟିବାର ଦେଖିବାକୁ ମିଳୁଛି।ଯାହା ମଣିଷର ସଂସ୍କୃତି ଏବଂ ତାର ବ୍ୟବହାରକୁ ସ୍ପଷ୍ଟ ପ୍ରକାଶ କରୁଛି। ମଣିଷର ବାସ୍ତବ ରୂପରେଖ ଏବଂ ମାନସିକତା ଏହିଭଳି କିଛି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଥାଏ ଏବଂ ଏହା ଲୋକଲଜ୍ୟା ର କାରଣ ପାଲଟିଥାଏ। ଆଉ ଅନେକ କ୍ଷେତ୍ରରେ ସମାଜରେ ଏହାର ପ୍ରଭାବ କିଭଳି ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରୁଛି ତାହା ମଧ୍ୟ ଦୁଃଖ ଦାୟକ ଅଟେ। ଆପଣ ଜାଣିଛନ୍ତି ନିକଟରେ ପାଳିତ ହୋଇଛି ଆନ୍ତର୍ଜାତିକ ମହିଳା ଦିବସ। ନାରୀର ମର୍ଯ୍ୟାଦା ଏବଂ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିବସ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରିଥାଏ।

ପ୍ରକୃତରେ ସମାଜରେ ନାରୀ ଏମିତି ଏକ ଚରିତ୍ର, ଯାହାକୁ ସମାଜରେ ଦେବୀ ଭାବରେ ପୂଜା କରାଯାଏ, ପ୍ରକୃତରେ ସେ ସମ୍ମାନର ଯୋଗ୍ୟା। କେତେବେଳେ ସେ ସ୍ତ୍ରୀ ହୋଇ ସ୍ୱାମୀର ସବୁକଥା ବୁଝିଥାଏ ତ ପୁଣି କେତେବେଳେ ବୋହୁ ହୋଇ ଶାଶୁ ଶଶୁରଙ୍କ ଯତ୍ନ ମଧ୍ୟ ନେଇଥାଏ।ଆଉ ପୁଣି ମାଆ ହୋଇ ପିଲା ଛୁଆ ମାନଙ୍କର ସବୁ ଅଳି ଅଝଟ କୁ ସହି ସେମାନଙ୍କୁ ଛୋଟରୁ ବଡ଼ କରିଥାଏ। ପୁଣି କେତେବେଳେ ସେ ଭଉଣୀ ହୋଇ ଭାଇର ଦୀର୍ଘାୟୁ କାମନା କରିଥାଏ।ଆଉ କେତେବେଳେ ଝିଅ ହୋଇ ବାପା ମାଆଙ୍କ ସ୍ନେହର ପାତ୍ରି ହୋଇଥାଏ ଓ ସେମାନଙ୍କୁ କନ୍ୟାଦାନ ଭଳି ପୁଣ୍ୟ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେଇଥାଏ।

ସେହି ନାରୀ ଗୋଟିଏ ନୂତନ ସୃଷ୍ଟିକୁ ଦୁନିଆକୁ ଆଣିଥାଏ ଓ ଦୁନିଆର ଆଲୋକ ଦେଖାଇଥାଏ।ତେବେ ଏହି ନାରୀ ଯିଏକି ସମାଜରେ ଏକ ବିଶେଷ ସମ୍ମାନ ର ଅଧିକାରୀ ଅଟେ ତାକୁ ଯଦି ସମାଜ ଆଗରେ ଅସମ୍ମାନ କରାଯାଏ ତେବେ ଏହା ବୁଝିବାକୁ ପଡ଼ିବ ଯେ ଆମେ ମହିଳା ଦିବସ ପାଳନ କରିବାର ଯୋଗ୍ୟ ନୁହଁ। ଏହି ଘଟଣାରେ ମହିଳା ଦିବସରେ ମହିଳାଙ୍କୁ ଅକଥନୀୟ ମାଡ,ନିସ୍ତୁକ ପିଟିଛନ୍ତି ଲୋକେ।

ଯେଉଁ ଘଟଣା ଘଟିଛି ଅସ୍ତରଙ୍ଗଥାନା ପାଟସୁନ୍ଦର ଗାଁରେ। ତେବେ ପାରିବାରିକ କଳହ ଓ ଜମିବାଡି ଗଣ୍ଡଗୋଳକୁ ନେଇ ଆକ୍ରମଣ ହୋଇଥିବା ଜଣାପଡ଼ିଛି ।ତେବେ ଅସ୍ତରଙ୍ଗଥାନା ପାଟସୁନ୍ଦର ଗାଁରେ ଘଟିଥିବା ଅଭାବନୀୟ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।ପାରିବାରିକ କଳହକୁ ନେଇ ମହିଳାଙ୍କୁ ଅକଥନୀୟ ମାଡ ଦେଖି ଆପଣ ବି ଅବାକ୍ ହୋଇଯିବେ। ଏ କି ମାନସିକତା, ଏ କି ଦୌରାତ୍ମ୍ୟ ?

ଯାହା ବୟାନ କରୁଚି ଆଜିର ସମାଜର ଲୋକଙ୍କ ଜୀବନ ଧାରା କୁ ଏବଂ ସେମାନଙ୍କ ବ୍ୟବହାରକୁ।ହାତରେ ମାରଣାସ୍ତ୍ର ଧରି ଯୁବତୀ ଓ ମହିଳାଙ୍କ ଉପରକୁ ଆକ୍ରମଣ କରିଥିଲେ ପଡୋଶୀ।ଆଉ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଅସ୍ତରଙ୍ଗ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ୫ ଜଣଙ୍କ ନାମରେ ଅଭିଯୋଗ ମଧ୍ୟ ହୋଇଛି।ତେବେ ଏଯାବତ୍ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡ଼ିଥିବା ବେଳେ ତଦନ୍ତ ଚାଲୁ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।