Odisha News Portal

ଦେଖନ୍ତୁ ଭିଡ଼ିଓ – ହଜିଗଲା ମାନବିକତା ! ବିଚ ରାସ୍ତାରେ ଅତ୍ୟନ୍ତ ଅମାନୁଷିକ ଭାବେ ନିଜ ୩ ବର୍ଷ ଝିଅକୁ ଗୋଇଁଠା ପରେ ଗୋଇଁଠା ମାରୁଥିଲା ରାକ୍ଷସ ମାଆ, ଆଉ ଲୋକମାନେ ଯେତେବେଳେ….

କୁହାଯାଏ ମାଆ ନାହିଁ ଯାହାର ସାହା ନାହିଁ ତାହାର। ମାଆ ହେଉଛି କରୁନାମୟୀ ଏବଂ ସ୍ନେହ, ମମତାର ଗଭୀର ସାଗର। ଯାହା ପାଖରେ ତାର ପିଲା ମାନଙ୍କ ପାଇଁ ରହିଥାଏ ଗଭୀର ସ୍ନେହ ଓ ଭଲପାଇବା। ମାଆ ହେଉଛନ୍ତି ଭଗବାନ ଙ୍କ ର ଏହି ଦୁନିଆର ଶ୍ରେଷ୍ଠ ସୃଷ୍ଟି। ମାଆ ଏମିତି ଜଣେ ଚରିତ୍ର ଯିଏକି ତାର ଶିଶୁ ପାଇଁ କିଛି ବି କରିପାରେ ଏବଂ ଦୁନିଆ ସହିତ ଲଢେଇ କରି ତାର ଶିଶୁ କୁ ରକ୍ଷା କରିବା ପାଇଁ ଅଦମ୍ୟ ସାହସ ନିଜ ଭିତରେ ରୋପଣ କରିଥାଏ। ମା ର ସ୍ଥାନ କେହି ନେଇ ପାରିବା ସମ୍ଭବ ନୁହେଁ। ମାଆ ବିନା ବଞ୍ଚିବା, ମାଆ ବିନା ବଡ଼ ହେବା ବହୁତ କଷ୍ଟସାଧ୍ୟ ଏବଂ ଅସମ୍ଭବ ଭଳି ଲାଗିଥାଏ।

ଛୋଟ ପିଲାକୁ ବଡ଼ କରିବା, ତାର ଅଳି ଅଝଟ ସହି ତାକୁ ଲାଳନ ପାଳନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପରିପକ୍ଵ କରାଇବା ଜଣେ ମାଆ ଦ୍ବାରା ହିଁ ସମ୍ଭବପର ହୋଇଥାଏ। ମାଆ ବିନା ଏସବୁ ଭାରି ମୁସ୍କିଲ ହୋଇପଡେ ଏବଂ ଯାହା ର ଜୀବନରେ ମାଆ ନାହିଁ ସେ ଜୀବନ ଅଧୁରା ହୋଇ ରହି ଯାଇଥାଏ।କିନ୍ତୁ କିଛି କ୍ଷେତ୍ରରେ ସେହି ମାଆ ଯେତେବେଳେ ତାର ସନ୍ତାନ ପାଇଁ ନିଷ୍ଠୁର ପାଲଟି ଯାଏ ସେତେବେଳେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବା ଟା ସ୍ୱାଭାବିକ କଥା।ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳୁଛି ଯେ ନିଜ ୩ ବର୍ଷର ଝିଅକୁ ମାଡ ମାରୁଛି ତାର ମାଆ।

ଏହା ସହିତ ମାଆ ଜଣଙ୍କ ସମସ୍ତଙ୍କ ସାମ୍ନାରେ ନିଜ ଝିଅକୁ ନିର୍ମମ ଭାବରେ ମାଡ ମାରିବା,ନିସ୍ତୁକ ମାଡ଼ ମାରିବା ସହ ଗୋଇଠା ମାରୁ ଥିବାର ମଧ୍ୟ ଦେଖା ଯାଉଛି।ଏଥି ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ଏହି ଭିଡିଓ ରେ। ସମସ୍ତେ ନିକଟରେ ଏହାକୁ ଦେଖୁଥିଲେ ସୁଦ୍ଧା କେହି ଏହାର ପ୍ରତିବାଦ କରୁନଥିବା କିମ୍ବା ମହିଳାଙ୍କୁ ରୋକିବାକୁ ଚେଷ୍ଟା କରୁ ନଥିବା ସେଠାରେ ଦେଖିବାକୁ ମିଳିଥିଲା।ତେବେ ଏହି ଘଟଣାର ଭିଡିଓ କୁ ଛତିଶଗଡର IAS ଅବନୀଶ ଶରଣ ଟ୍ୱିଟରରେ ସେୟାର କରିବା ପରେ ଏହି ଭିଡ଼ିଓ ଟି ବହୁତ୍ ମାତ୍ରାରେ ସେୟାର ହୋଇଥିଲା ଅନଲାଇନ୍ ପ୍ଲାଟଫର୍ମ ରେ।

ଏହି ଭିଡିଓ କୁ ଦେଖୁଥିବା ଲୋକେ ବହୁତ୍ ନିନ୍ଦା କରିଛନ୍ତି। ତେବେ ଏହି ଭିଡିଓ ରେ ମାଡ଼ ମାରିଥିବା ଏହି ମା ପରବର୍ତ୍ତୀ ସମୟରେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଏବେ ପୋଲିସ ଏହାର ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି।ତେବେ ଭାଇରାଲ ହୋଇଥିବା ଭିଡିଓ କ୍ଲିପ୍ ରେ ଏହା ଦେଖିବାକୁ ମିଳୁଛି ଯେ, ମାଆ ନିଜ ପିଲାକୁ ଏକ ମିନିଟରୁ ଅଧିକ ସମୟ ଧରି ଲଗାତାର ମାଡ଼ ମାରି ଚାଲିଛନ୍ତି ।

ପରେ ପିଲାଟର ବେକରୁ ଧରି, ତାକୁ ଶ୍ୱାସରୁଦ୍ଧ କରିବାକୁ ମଧ୍ୟ ଉଦ୍ୟମ କରୁଛନ୍ତି। ଯାହା ଦେଖିଲେ ଏହି ମାଆ ପ୍ରତି ସମସ୍ତଙ୍କ ମନରେ କିଛି ନା କିଛି ଭାବନା ଆସୁଥିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।