Odisha News Portal

ଦେଖନ୍ତୁ ଭିଡ଼ିଓ – ହଜିଗଲା ମାନବିକତା ! ବିଚ ରାସ୍ତାରେ ନୂଆ କରି ବାହା ହୋଇଥିବା ବୋହୂକୁ ଶାଶୁ ଘର ଲୋକ କଲେ ଏମିତି ଦେଖିଲେ ଆଖିରୁ ଲୁହ ଆସିଯିବ….

କଣ ଯେ ହେଇ ଗଲାଣି ଆମ ସମାଜକୁ। ପ୍ରତି ଘରେ ଘରେ ଦେଖିବାକୁ ମିଳୁଛି ହିଂସା ଏବଂ ନିନ୍ଦନୀୟ କାର୍ଯ୍ୟ କଲାପ । ପ୍ରତି କଥାରେ ଝଗଡ଼ା। କେହି କାହାକୁ ବୁଝିବା ସ୍ଥିତି ରେ ଯେମିତି ନାହାନ୍ତି। ଆଉ ଏହାରି ଭିତରେ ପାରିବାରିକ ତୁମ୍ଭି ତୋଫାନି ଭିତରେ ସବୁବେଳେ ଟାର୍ଗେଟ ରେ ରହୁଛନ୍ତି ବୋହୂ। ବୋହୁ ମାନଙ୍କୁ ନିର୍ଯାତନା ଦେବାର ଅନେକ ପ୍ରକାରର ଘଟଣା ତ ଆପଣ ଦେଖିଥିବେ। କିନ୍ତୁ ଏବେ ବୋହୁ ଙ୍କୁ ଗାଆଁ ଦାଣ୍ଡରେ ଲଙ୍ଗଳା କରି ମାଡ଼ ମାରି ଥିବାର ଭିଜୁଆଲ ଦେଖିବାକୁ ମିଳିଛି। ଏ କି କୁତ୍ସିତ ମାନସିକତା।ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏବଂ ବିଡମ୍ବନା ର ବିଷୟ ଏହା ଯେ ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ, ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ। କଣସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ? କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା ? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ ପାଲଟିଛି।

ତେବେ ଏବେ ସୋସିଆଲ ମିଡିଆରେ ଏମିତି ଏକ ଲଜ୍ୟା ଜନକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି। ତେବେ ଏବେ ଯେଉଁ ନିନ୍ଦନୀୟ ଘଟଣା ଘଟିଛି ତାହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର କୋରା ଗ୍ରାମର। ବିବାହକୁ ଦୁଇ ବର୍ଷ ପୂରି ନଥିବା ବେଳେ ପରିବାରର ବିବାଦ ଦାଣ୍ଡରେ ଗଡୁଛି। ଜଜାଙ୍ଗ ଗ୍ରାମର ସୁଚିଶ୍ମିତା ଯେଉଁ ସ୍ବପ୍ନ ନେଇ ବୋହୁ ହୋଇ କୋରା ଗ୍ରାମକୁ ଆସିଥିଲେ ସେସବୁ ସ୍ବପ୍ନ ମାଟିରେ ମିଶି ଯାଇଛି। ମାମୁଁ ଶଶୁରଙ୍କ ଘରେ ରହୁଥିବା ଏହି ବୋହୁ ଜଣଙ୍କୁ ଦିନ ଦ୍ୱିପହର ରେ ଯେମିତି ଅକଥନୀୟ ଅତ୍ୟାଚାର କରା ଯାଉଅଛି ସର୍ବ ସମ୍ମୁଖରେ ତାହା ନଦେଖିଲେ ବିଶ୍ୱାସ ହେବନାହିଁ।

ପ୍ରତିଦିନ ଏମିତି ଅତ୍ୟାଚାର ସହିବାକୁ ପଡ଼ିଥାଏ ତାଙ୍କୁ।କେତେ ଅତ୍ୟାଚାରିତ ଏବଂ ଅବହେଳିତ ହୋଇ ସେ ରହି ଆସୁଥିଲେ ସେହି ଘରେ।ତାଙ୍କ ଘର ଉପରକୁ ଟେକା ପଥର ମାରିବା ତାଙ୍କର ବିଜୁଳି କନେକ୍ସନ୍ କୁ କାଟିଦେବା ଭଳି କାର୍ଯ୍ୟ ତାଙ୍କ ସହ ନିୟମିତ ଭାବରେ ଅନେକ ଥର ଘଟିଥାଏ। ଆଉ ଆଜି ଯାହା ହେଲା ତାହା ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହଁ କିମ୍ବା ଆଖିରେ ଦେଖି ବିଶ୍ୱାସ କରିବା କଷ୍ଟକର।ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏପରି କ୍ରୁର ପରିବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତେ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।