Odisha News Portal

Hair Tips – ଆପଣାନ୍ତୁ ଏହି ଘରୋଇ ଉପାୟ, ସବୁଦିନ ପାଇଁ ମୁଣ୍ଡରୁ ଉଙ୍କୁଣି ଗାୟବ ହୋଇଯିବେ ମାତ୍ର ୧ ସପ୍ତାହରେ…….

0 102

ଆମର ଏହି ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ ନିଜର କେଶର ଯତ୍ନ ମଧ୍ୟ ଭଲ ଭାବରେ ନେଇ ପାରି ନଥାଉ । ଆଉ ପ୍ରାୟତଃ ଅଧିକାଂଶ ମହିଳା ମାନଙ୍କ ମୁଣ୍ଡରେ ଉକୁଣି ପରି ଉପଜୀବୀ ମାନେ ରହିଥାନ୍ତି ଯାହା ସେମାନଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଥାଏ । ତେବେ ଉଭୟ ମହିଳା ଏବଂ ପୁରୁଷ ମାନଙ୍କର ଏହି ସମସ୍ୟା ରହିଥାଏ । ଆଉ ଏହି ଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ମେଡିସିନ୍ ତଥା ବଜାରରେ ମିଳୁ ଥିବା କେମିକାଲ୍ ସବୁ ବ୍ୟବହାର କରିଥାନ୍ତି କିନ୍ତୁ ସେଥିରୁ ସେତେଟା ଉପଶମ ମିଳିନଥାଏ ।

ଏମାନେ ଆମ ଚୁଟିରେ ରହି ଆମ ଶରୀରର ରକ୍ତକୁ ଶୋଷଣ କରିଥାନ୍ତି । ତେବେ ଏମାନେ ଅତି ସହଜରେ ଗୋଟିଏ ମୁଣ୍ଡରୁ ଅନ୍ୟ ଏକ ମୁଣ୍ଡକୁ ଯାଇପାରନ୍ତି ।
ତେବେ ଆମେ ଆଜି ଆପଣ ଙ୍କୁ ଜଣେଇବାକୁ ଯାଉଛୁ ଏକ ସହଜ ଘୋରଇ ଉପାୟ ଯାହାର ବ୍ୟବହାର କରିବା ଦ୍ବାରା ମାତ୍ର 2 ସପ୍ତାହ ମଧ୍ୟରେ ଆପଣଙ୍କ ମୁଣ୍ଡରେ ସବୁ ଉଙ୍କୁଣୀ ଶେଷ ହୋଇଯିବ ।

ପ୍ରସ୍ତୁତି ପ୍ରଣାଳୀ –

ଏହି ଉପାୟଟୀକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କେତେକ ନିମ୍ବ ପତ୍ର ନିଅନ୍ତୁ ତାହାକୁ ଭଲ ଭାବରେ ଧୋଇବା ପରେ କିଛି ସମୟ ଶୁଖିବାକୁ ଛାଡିଦିଅନ୍ତୁ । ଏହାପରେ କିଛି ସେମଲସୀ ପତ୍ରକୁ ନିଅନ୍ତୁ ଓ ଏହାକୁ ଧୋଇ ଶୁଖାଇ ଦିଅନ୍ତୁ ।

ଉଭୟ ପତ୍ର ଶୁଖିବା ପରେ ଏଥିରେ କିଛି ତୁଳସୀ ପତ୍ର ମିଶାଇ ତାହାକୁ ପେଷ୍ଟ କରିନିଆନ୍ତୁ କିନ୍ତୁ ମନେ ରଖିବେ ଯେ ଏହି ପେଷ୍ଟ ବନେଇବା ସମୟରେ ପାଣିର ବ୍ୟବହାର କରୁନ୍ତୁ ନାହିଁ । ଏହାପରେ ଆପଣଙ୍କ ପେଷ୍ଟ ପ୍ରସ୍ତୁତ ହୋଇଯିବ ।

ଏହି ପେଷ୍ଟ ପ୍ରସ୍ତୁତ ହେବା ପରେ ଏଥିରେ 200 ml ର ନଡ଼ିଆ ତେଲ ମିଶାଇ ଏହାକୁ ଭଲ ଭାବବରେ ମିକ୍ସ କରିନିଆନ୍ତୁ । ଏହି ମିଶ୍ରଣଟି ପ୍ରସ୍ତୁତ ହେବା ପରେ ଏହାକୁ 2-3 ଘଣ୍ଟା ପର୍ଯ୍ୟନ୍ତ ଏକ ଥଣ୍ଡା ସ୍ଥାନରେ ରଖି ଦିଅନ୍ତୁ ।

ଏହାକୁ 2-3 ଘଣ୍ଟା ଥଣ୍ଡା ସ୍ଥାନରେ ରଖିବା ପରେ ଏହାକୁ ଆଣି ଉଷୁମ କରନ୍ତୁ । ଆପଣ ଚାହିଁଲେ ସୂର୍ଯ୍ୟ କିରଣ ଦ୍ବାରା ମଧ୍ୟ ଏହାକୁ ଉଷୁମ କରିପାରିବେ । ଏହାପରେ ଏଥିରେ 2 ଟି କର୍ପୂର ମିଶାନ୍ତୁ ଏବଂ ଏହାକୁ ମିକ୍ସ କରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏହା ମିକ୍ସ ହେବା ପରେ ଆମର ତେଲଟି ପ୍ରସ୍ତୁତ ହୋଇଯାଇଛି

ବ୍ୟବହାର –

ଆପଣ ଏହି ତେଲକୁ ଏକ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ । ଏହାକୁ ସାମନ୍ୟ ଉଷୁମ କରି ଚୁଟି ମୂଳରେ ଲଗାଇ ମାଲିସ କରନ୍ତୁ । ଏପରି ଦୁଇ ସପ୍ତାହ ବ୍ୟବହାର କରିବା ପରେ ଆପଣଙ୍କ ମୁଣ୍ଡରୁ ସବୁ ଉଙ୍କୁଣୀ ମରିଯିବେ ଆଉ କେବେ ହେବ ବି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।