Odisha News Portal

ହନୁମାନ ମନ୍ଦିର ପାଇଁ ମୁସଲିମ ବ୍ୟକ୍ତି ଦାନ କଲେ 1 କୋଟି ଟଙ୍କାର ଜମି, ମିଳୁଛି ଭୁରି ଭୁରି ପ୍ରଶଂସା । ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ…

0 148

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। କିନ୍ତୁ ବେଳେ ବେକେ ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଏପରି କିଛି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ ।ତେବେ ହିନ୍ଦୁ ମୁସଲିମି ଧର୍ମକୁ ନେଇ ସବୁବେଳେ ବିବାଦ ଲାଗି ରହିଥିବା ବେଳେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏବଂ ସୋସିଆଲ ମିଡିଆର ଚର୍ଚ୍ଚାର ଶୀର୍ଷକ ପାଲଟି ଯାଇଛି ।

ବେଙ୍ଗାଲୁର ସହରର ବାହ୍ୟ ଅଞ୍ଚଳରେ ଏକ ହନୁମାନ ମନ୍ଦିର ରହିଛି । ମନ୍ଦିରରେ ସବୁବେଳେ ଭକ୍ତ ମାନଙ୍କ ଭିଡ଼ ଲାଗି ରହିଥାଏ । ଭକ୍ତଙ୍କ ତୁଲନାରେ ଓ ଆବଶ୍ୟକତା ପୂରଣ କରିବା ପାଇଁ ଏହି ମନ୍ଦୀରକୁ ବଡ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଯୋଜନା ଚାଲିଥିବା ବେଳେ ଜଣେ ମୁସଲମାନ ବ୍ୟବସାୟୀ ଜମି ଦାନ କରିବା ପାଇଁ ଆଗେଇ ଆସିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଆଉ ଏହି ଘଟଣା ସୋସିଆଲ ମିଡିଆରେ ଆସିବା ପରେ ଲୋକ ମାନେ ତାଙ୍କର ଏହି କାର୍ଯ୍ୟକୁ ବହୁତ ପ୍ରଶଂସା କରିଛନ୍ତି ।


ଭୂମି ଦାନ କରିବା ପାଇଁ ଆଗେଇ ଆସିଥିବା ବ୍ୟବସାୟୀ ଙ୍କ ନାମ ଏମ୍ଏମଯି ବାଶା । ବେଙ୍ଗାଲୁରରେ ଏହି ହନୁମାନ ମନ୍ଦିର ପାଖରେ ତାଙ୍କର ଏକ 1634 ବର୍ଗ ଫୁଟ ର ଜମି ରହିଛି ଯାହାର ମୂଲ୍ୟ ପ୍ରାୟ 80 ଲକ୍ଷ ଟଙ୍କା ହେବ । ସେ ସ୍ୱଇଛାରେ ଏହି ଜମିକୁ ମନ୍ଦିରକୁ ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି। ମନ୍ଦିରରେ ଦିନ କୁ ଦିନ ଭକ୍ତ ମାନଙ୍କର ଭିଡ଼ ଅଧିକ ଜମି ଥିବାରୁ ସେଠାରେ ଅନେକ ସମସ୍ୟା ଦେଖିବା ପାଇଁ ମିଳିଥିଲା କିନ୍ତୁ ଅର୍ଥ ଅଭାବ ରୁ ଏହି ମନ୍ଦିର କୁ ବିସ୍ତାର କରି ହେଉ ନଥିଲା ଯେଉଁଥି ପାଇଁ ଟ୍ରଷ୍ଟ ଚିନ୍ତା ରେ ଥିଲା । ଆଉ ଏପରି ଏକ ସମୟରେ

ଏମ୍ଏମଯି ବାଶା ନିଜ ଜମି ମନ୍ଦିର କୁ ଦାନ କରିବା ପାଇଁ ଇଛୁକ ଅଛନ୍ତି ବୋଲି ଟ୍ରଷ୍ଟ କୁ ଜଣାଇ ଥିଲେ, ଯାହା ସତରେ ବହୁତ ବଡ ଗୋଟିଏ ଚର୍ଚ୍ଚାର ବିଷୟ ଅଟେ । ମନ୍ଦିର ଟ୍ରଷ୍ଟ 1089 ବର୍ଗ ଫୁଟ ର ଜମି ମନ୍ଦିର ପାଇଁ ଆବଶ୍ୟକ ବୋଲି କହିଥିଲେ ମଧ୍ୟ ଏମ୍ଏମଯି ବାଶା ନିଜର 1634 ଫୁଟ୍ ଜମି ଦାନ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି

ଜମିର ମୂଲ୍ୟ ଆକଳନ ଅନୁସାରେ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ଜଣା ପଡିଛି । ଏମ୍ଏମଯି ବାଶାଙ୍କ ଦାନ ଯୋଗୁ ଟ୍ରଷ୍ଟ ତାଙ୍କୁ ଓ ତାଙ୍କ ପରିବାରବର୍ଗକୁ ଧନ୍ୟବାଦ ଜ୍ଞାପନ କରିଛି । ଆଉ ଏହି ପ୍ରସଙ୍ଗରେ ବାସା କହିଛନ୍ତି ଯେ, ହିନ୍ଦୁ ମୁସିଲିମ୍ ଦୀର୍ଘ ସମୟ ଧରି ଏକାଠି ରହିଥିଲେ ମଧ୍ୟ କେବଳ ବିବାଦ ଚର୍ଚ୍ଚା କୁ ଆସିଥାଏ। ପ୍ରଗତି ପାଇଁ ଆମକୁ ଏକାଠି ହେବାକୁ ପଡିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।