ଆଜିକା ସମାଜ ଏକ ଉନ୍ନତ ସମାଜ ଭାବେ ପରିଗଣିତ ହେଲାଣି , ଏବେ ଆମ ଦେଶ ଡିଜିଟାଲ ଇଣ୍ଡିଆରେ ପରିଣତ ହେବାରେ ଲାଗିଛି । ଯାହା ଦ୍ୱାରା କି ଲୋକମାନେ ଏବେ ଅନ୍ଧବିସ୍ୱାସକୁ ଭରସା କରୁନାହାନ୍ତି ବରଂ ବିଜ୍ଞାନ ବା ଟୋକ୍ନାଲୋଜିର ସାହାରା ନେଉଛନ୍ତି । ଯାହା ଦ୍ୱାରା କି ଆମର ଜୀବନରେ ଟୋକ୍ନୋଲେଜିର ବହୁତ ମାତ୍ରାରେ ବ୍ୟବହାର ହୋଇପାରୁଛି ।ତେବେ ଆପଣ ମାନଙ୍କୁ ଯଦି କୌଣସି ରୋଗ ହେଲେ ମଧ୍ୟ ତାହାର ଚିକିତ୍ସା ସଂଙ୍ଗେ ସଂଙ୍ଗେ କରିପାରୁଛନ୍ତି ଯଦି ଅପରେସନ କରିବାକୁ ପଡେ ତେବେ ତାହେଲେ ମଧ୍ୟ ସେହି ଅପରେସନ ବହୁତ ସହଜରେ କରିପାରୁଛନ୍ତି ।
ମାତ୍ର ଆଗିକା ସମୟରେ ଯଦି କୌଣସି ଅପରେସନ ବା ରୋଗ ହୋଇଥାଏ ଏଥିପାଇଁ ଆମେ ମାନେ ବହୁତ ହଇରାଣର ଶିକାର ହୋଇଥାଉ ଏବଂ ଅନେକ ବ୍ୟକ୍ତି ନିଜର ପ୍ରାଣ ତ୍ୟାଗ ମଧ୍ୟ କରିଦିଅନ୍ତି । ମାତ୍ର ଏବେକା ସମୟରେ ସମସ୍ତ କାମ ବହୁତ ସହଜ ଏବଂ ଶୀଘ୍ର ହେବାରେ ଲାଗିଛି ।
ଆପଣ ମାନଙ୍କୁ ଭିତରୁ ତ କିଏ ହେଲେ କେବେ ନା କେବେ ଅପରେସନ ହୋଇଥିବେ ଏବଂ ଅପରେସନ ପରେ ଆପଣଙ୍କର ପେଟ ବିତରୁ ହେଉ ଯାହା ମଧ୍ୟ ମାଂସର ପିଣ୍ଡୁଲା ବାହାରେ ତାହା ଆପଣ ମାନେ ଦେଖିଥିବେ । ମାତ୍ର ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ , ଯେଉଁଥିରେ ଜଣେ ମହିଳା ଅପରେସନ ହେବା ପରେ ତାଙ୍କ ପେଟ ଭିତରୁ ମାଂସ ପେଣ୍ଡୁଳା ନୁହେଁ ବରଂ 7 କିଲୋର ଚୁଟି ବାହାରିଥିଲା । ତେବେ କଥାଟି ଆପଣ ମାନଙ୍କୁ ବହୁତ ଅଜବ ଲାଗିଥିବ ମାତ୍ର ଏହା ସତ୍ୟ ଅଟେ , ତେବେ ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ ।
ଆମେ ଆପଣ ମାନଙ୍କୁ ଯେଉଁ ଯୁବତୀଙ୍କର ନାମ କହୁଛୁ ସେ ହେଉଛନ୍ତି ସ୍ୱିଟି କୁମାରୀ , ଯାହାଙ୍କର ଘର ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଚାସ୍ର ଭୋଜପୁର କଲୋନୀ । ତେବେ କିଛି ଦିନ ତଲେ ସ୍ୱଟିଙ୍କର ପେଟରେ ଯନ୍ତ୍ରମା ହେବାକୁ ଲାଗିଲା ୟେଉଁତିପାଇଂ ସେ ଡାକ୍ତରଙ୍କର ପରାମର୍ଶ ନେଇଥିଲେ ଏବଂ ଅଲଟ୍ରାସାଉଣ୍ଡ ମଧ୍ୟ କରିଥିଲେ । ଅଲ୍ଟ୍ରାସାଉଣ୍ଡ୍ କରାଯିବା ପରେ ପେଟରେ ଟ୍ୟୁମର୍ ହୋଇଥିବା ସନ୍ଦେହ କରାଯାଇଥିଲା ।
ଏହା ପରେ ସୋମବାର ବୋକାରର ଏକ ପ୍ରାଇଭେଟ୍ ହସ୍ପିଟାଲ୍ରେ ତାଙ୍କର ଅପରେସନ୍ ହୋଇଥିଲା । ଏହି ସମୟରେ ତାଙ୍କ ପେଟ ଭିତରୁ ଚୁଟିର ଏକ ଗୋଲା ମିଳିଥିଲା । ଏହାକୁ ବାହାର କରିବା ପାଇଁ 6 ଘଣ୍ଟା ଲାଗିଥିଲା , ଯାହାର ଓଜନ ପ୍ରାୟ 7 କିଲୋ ଥିଲା । ତେବେ ସୂଚନା ଯୋଗ୍ୟ କି ସ୍ୱିଟି କୁମାରୀ ଛୋଟବେଳେ ଚୁଟି ଖାଇବା ଅଭ୍ୟାସରେ ପଡ଼ି ଯାଇଥିଲେ, ତାଙ୍କ ମୁଣ୍ଡର ଚୁଟି ଝଡ଼ିବା ପରେ ସେ ଏହାକୁ ଖାଇ ଦେଉଥିଲେ।
ଦୀର୍ଘ 5 ବର୍ଷ ପରେ ଏହି ଖରାପ ଅଭ୍ୟାସକୁ ସେ ଛାଡ଼ି ଦେଇଥିଲେ। ହେଲେ ପୂର୍ବରୁ ସେ ଖାଇଥିବା ଚୁଟି ଗୁଡ଼ିକ ପେଟ ଭିତରକୁ ଯାଇ ଗୋଟିଏ ସ୍ଥାନରେ ଏକାଠି ହୋଇ ରହି ଯାଇଥିଲା। ଧୀରେ ଧୀରେ ଏହା ଏକ ଗୋଲ ଆକୃତିର ଗୋଲା ସଦୃଶ ହୋଇଯାଇଥିଲା। ଏହାରି ଭିତରେ ସ୍ୱିଟିଙ୍କ ବାନ୍ତି ଓ ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।