Odisha News Portal

ହେ ଭଗବାନ ! ଜୀବନ ନେଇଗଲା ଗୁଗଲ ମ୍ୟାପ । ଯଦି ଗୁଗଲ ମ୍ୟାପ ବ୍ୟବହାର କରୁଛନ୍ତି ଏବେ ହିଁ ହୁଅନ୍ତୁ ସତର୍କ

0 54

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ସଂପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିସ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ମାନେ ତ ଜାଣିଛନ୍ତି ଏବେକାର ଯୁଗ ଡିଜିଟାଲ ହେବାରେ ଲାଗିଛି ଏବଂ ପ୍ରତ୍ୟେକ ବ୍ୟକ୍ତି ମାନେ ଇଣ୍ଟରନେଟ ମାଧ୍ୟମରେ ତାଙ୍କର ସମସ୍ତ କାମକୁ ଅତି ସହଜରେ କରିପାରୁଛନ୍ତି । ଅତି କମ ସମୟରେ କମ ଉର୍ଚ୍ଚରେ ବିନା ପରିଶ୍ରମରେ ଆମେ ମାନେ ଆମର ସମସ୍ତ କାମକୁ ଏବେ ଘରେ ବସି କରି ଅତି ସହଜରେ କରିପାରୁ । ତେବେ ଯୁଗ ସ୍ମାର୍ଟ ହେବା ଦ୍ୱାରା ଲୋକମାନେ ମଧ୍ୟ ତା ସହିତ ତାଳ ଦେଇ ଚାଲିଛନ୍ତି ।

ତେବେ ଏବେକା ସମୟରେ ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ପାଖରେ ସ୍ମାର୍ଟ ଫୋନତ ନିହାତି ରହିଥିବା କାରଣ ପ୍ରତ୍ୟେକ ବ୍ୟକ୍ତି ଏବେ ସ୍ମାର୍ଟ ଫୋନ ଧରିକରି ଘରୁ ବାହାରକୁ ବାହରୁଛନ୍ତି । ତେବେ ଏହି ଫୋନରୁ ସେମାନେ ଅନେକ କଥା ଶିଖିବାକୁ ପାଆନ୍ତି ଏହା ସହିତ କୌଣସି ସ୍ଥାନକୁ ୟିବା ସମୟରେ ସେହି ସ୍ଥାନର ରାସ୍ତା ନପାଇଲେ ଏହି ସ୍ମାର୍ଟ ପୋନ ମାଧ୍ୟମରେ ଗୁଗୁଲ ମ୍ୟାପ ବ୍ୟବହାର କରି ସେହି ରାସ୍ତା ବିଷୟରେ ମଧ୍ୟ ଜାଣିପାରନ୍ତି ।

କୌଣସି ସ୍ଥାନକୁ ଯିବା ପାଇଁ ଏବେ ଅସୁବିଧା ହୁଏ ନାହିଁ । ମାତ୍ର ବେଳେ ବେଳେ ସ୍ମାର୍ଟ୍ ଫୋନ୍ ର ବ୍ୟବହାର ଆମ ପାଇଁ ଠିକ୍ ହୋଇ ନଥାଏ । ବେଳେ ବେଳେ ଏହି ଗୁଗଲ ମ୍ୟାପ ଆପଣ ଙ୍କୁ ସଠିକ୍ ସୂଚନା ଦେଇ ନଥାଏ ବେଳେ ବେଳେ ଏଥିରେ ଭୁଲ୍ ସୂଚନା ମିଳେ । ତେବେ ଏବେକା ସମୟରେ ଏମିତି ଏକ ଘଟଣା ଆମ ସାମ୍ନା କୁ ଆସିଛି ଯେଉଁଠି ଜଣେ 34 ବର୍ଷୀୟ ଯୁବକ ମ୍ୟାପ ଦେଖି ଗାଡି ଚଳାଉ ଚଳାଉ ଭୁଲ୍ ରେ ଏକ ଡ୍ୟାମ ରେ ଗାଡି ପୁରାଇ ଦେଇଛନ୍ତି । ଏହା ପରେ କଣ ଘଟିଛି ଆସନ୍ତୁ ଜାଣିବା ସେ ବିଷୟରେ ।

ସୂଚନା ଅନୁସାରେ ଅକୋଲା ସହରରୁ 3 ଜଣ ଯୁବକ ସତୀଶ, ଗୁରୁ ଶେଖର ଓ ସମୀର ରାଜୁକର ସୋମବାର ରାତି1 ଟା 45 ମିନିଟ ରେ କଲସୁବାଇ ସ୍ଥାନ କୁ ଯାତ୍ରା କରୁଥିଲେ । ଗୁରୁ ଶେଖର ପୁନେ ର ଏକ ପ୍ରାଇଭେଟ୍ କମ୍ପାନୀ ରେ ଚାକିରି କରନ୍ତି ଓ ସେମାନେ ଗତ ସୋମବାର ରାତିରେ କଲସୁବାଇ ଯିବା ପାଇଁ ବାହାରିଥିଲେ ।ତେବେ ସେମାନେ ରାତି ସମୟରେ ଯାଉଥିବାରୁ ସେମାନଙ୍କୁ ସଟିକ ରାସ୍ତା ଜଣାପଡିଲା ନାହିଁ ଯେଉଁଥିପାଇଁ ସେମାନେ ଗୁଗୁଲ ମ୍ୟାପ ସହାୟତାରେ ସଠିକ ରାସ୍ତାରେ ଯିବା ପାଇଁ ଚାହିଁଲେ ।

ମାତ୍ର ସେହି ସମୟରେ ସେମାନେ ଗୁଗୁଲ ମ୍ୟାପରେ ଯେଉଁ ରାସ୍ତା ଦେଇ ଯାଉଥିଲେ ଯାଉଥିବା ସମୟରେ ଏକ ଡ୍ୟାମ ଭିତରେ ଗାଡି ପୁରାଇଦେଲେ । ତେବେ ଏହି ଦୁର୍ଘଟଣା ରେ ସତିଶ ପହଁରା ଜାଣି ନଥିବା ରୁ ବୁଡି ଯାଇ ସେ ନିଜର ପ୍ରାଣ ହରାଇ ଥିଲେ । ତେବେ ଶେଖର ଓ ଗୁରୁ ଏହି ଦୁର୍ଘଟଣା ରେ ବର୍ତ୍ତି ଯାଇଥବା ର ଜଣା ପଡିଛି ସେମାନେ ପହଁରି ପହଁରି କୂଳକୁ ପହଞ୍ଚି ଯାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।