Odisha News Portal

ପଥରରେ ପଥର ପିଟିଲେ ବାହାରୁଛି ଘଣ୍ଡ ଧ୍ବନି. ବିଶ୍ବାସ ନହେଲେ ବି ସତ ! ମନରେ ଭକ୍ତିଥିଲେ ଲେଖନ୍ତୁ ଓଁ ନମଃ ଶିବାୟଃ…..

ପଥରରେ ପଥର ପିଟିଲେ ବାହାରୁଛି ଘଣ୍ଡ ଧ୍ବନି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଏବଂ ଅବିଶ୍ବାସୀ ଲାଗୁଥିଲେ ମଧ୍ୟ ଏହା ହେଉଛି ନାରିଟ ସତ୍ୟ କଥା । ପାହାଡ ସାରା ଯେଉଁ ପଥରରେ ପିଟି ଦେଲେ ଘଣ୍ଡ ପରି ଶବ୍ଦ ଶୁଣା ଯାଉଛି । ସେଥିପାଇଁ ପାହାଡ ଉପରେ ଥିବା ମନ୍ଦିରରେ ଘଣ୍ଟାଟିଏ ନାହିଁ । ଖାସ୍ ଏହି ଆକର୍ଷଣରେ ଏଠାକୁ ଦୌଡି ଆସନ୍ତି ଶହ ଶହ ଲୋକ । ଏବେ ଆପଣଁ ଭାବୁ ଥିବେ ସତରେ ଏହି ପାହାଡଟି କେଉଁଠି ଅବସ୍ଥିତ । ତେବେ ଚାଲନ୍ତୁ ଜାଣିବା ସେହି ପାହାଡ ବିଷୟ ରେ ସଂମ୍ପୂର୍ଣ୍ଣ ଖବର ।

ତେବେ ଏହି ଚମତ୍କାରୀ ପାହାଡଟି ବାଲେଶ୍ବର ଏବଂ ମୟୂରଭଞ୍ଜର ସୀମାନ୍ତ ଝରଣା ଘାଟୀ ନିକଟର ଛତାହୁଡି ଠାରେ । ଯେଉଁଠି ଛତ୍ରେଶ୍ବର ମହାଦେବ ବି ପୂଜା ପାଉଛନ୍ତି । ତେବେ ଏଥିରେ ପାହାଡକୁ ପଥରରେ ପଥର ବାଡେଇଲେ ଘଣ୍ଟା ଆବାଜର ଆଜି ଯାଏଁ କୌଣସି ବୈଜ୍ଞାନିକ କାରଣ ସ୍ପଷ୍ଟ ହୋଇ ପାରିନାହିଁ ।

କିନ୍ତୁ ଲୋକ କଥା ବା ଲୋକ ବିଶ୍ବାସ କଣ ରହିଛି ଚାଲନ୍ତୁ ଜାଣିବା । ତେବେ ଲୋକଙ୍କ କହିବା ଅନୁଯାୟୀ, ସେମାନେ ମଧ୍ୟ ଏହା ଜାଣିନଥିଲେ କି ପତରକୁ ପଥରରେ ବାଡେଇଲେ ଘଣ୍ଟା ବାଜିଥାଏ ବୋଲି କିନ୍ତୁ ବାବା ଏସବୁ କହିଥିଲେ । ଆଉ ଏହା ହେଉଛି ଭଗବାନଙ୍କ ଲୀଳା ଅଟେ , ସେଥିପାଇଁ ମନ୍ଦିରରେ ମଧ୍ୟ ଘଣ୍ଟା ଏପର୍ଯ୍ୟନ୍ତ ଲାଗି ନାହିଁ ।


ତେବେ ସେହି ମନ୍ଦିରରେ ଜଣେ ବାବା ଅଛନ୍ତି ଯାହାଙ୍କୁ ସମସ୍ତେ ମୁଣ୍ଡିଆ ମାରି ମନ୍ଦିରକୁ ପ୍ରବେଶ କରିଥାନ୍ତି । ସେହି ଠାରେ ଥିବା ଗୁମ୍ଫାରେ ଛତ୍ରଶ୍ବର ମହାଦେବ ଅଛନ୍ତି ଏବଂ ତାଙ୍କୁ ସେହି ସାଧୁ ବାବା ହିଁ ପୂଜା କରନ୍ତି । ଠାକୁରଙ୍କ ଅଲୌକିକ ଶକ୍ତି ସେଠାରେ ଥିବା ହେତୁ ପଥରକୁ ପଥର ବାଡେଇଲେ ଘଣ୍ଟା ର ଧ୍ବନି ଶୁଣିବାକୁ ମିଳିଥା । ତେବେ ସେହି ସ୍ଥାନରେ ଚାରି ଆଡେ ଘଞ୍ଚ ଜଙ୍ଗଲ ଏବଂ ପାହାଡ ରହିଛି । ଲୋକଙ୍କ ବିଶ୍ବାସ ରହିଛି ଏହା ଭଗବାନଙ୍କ ଲୀଳା ଅଟେ ।

ବାବା ଛତ୍ରେଶ୍ବରଙ୍କ କୃପାରକୁ ପଥର ରେ ବି ଏଭଳି ଗଣ୍ଟାର ଆବାଜ ଆସୁଛି । ତେବେ ବାବାଙ୍କ କହିବା ଅନୁଯାୟୀ ଭଗବାନଙ୍କୁ ଏଠାରେ କେହି ଘଣ୍ଟା ପ୍ରଚଦାନ କରି ପାରିନଥିବାରୁ ସୃଷ୍ଟି ସର୍ଜନାରୁ ବା ଭଗବାନଙ୍କ ଚମତ୍କାରିତାରୁ ଏଠାରେ ଘଣ୍ଟା ବାହରିଛି ।

ଲୋକମାନେ ଆସନ୍ତି ଏବଂ ଏହି ପଥରକୁ ପଥର ବାଡେଇ ମହାଦେବଙ୍କର ଆଶିର୍ବାଦ ନେଇ ଯାଇଥାନ୍ତି । ଏହା ହେଉଛି ଭଗବାନଙ୍କ ସୃଷ୍ଟି ସର୍ଜନା ଘଣ୍ଟା ପଥର । ତେବେ ବାବା ସେହି ଗୁମ୍ଫାରେ 14 ବର୍ଷ ହେଲାଣି ରହିଲେଣି । ଲୋକମାନେ ଏଠାରେ ନିଜର ଦୁଃଖ ତଥା ଯାହା ବି ଭଗବାନଙ୍କୁ ଜଣାଇଥାନ୍ତି ସେ ତାଙ୍କର ସେହି ଇଚ୍ଚା ବା ମନସ୍କାମନା ପୂରକଣ କରିଥାନିତି ବୋଲି ଲୋକଙ୍କ ବିଶ୍ବାସ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।