ଆମ ସମାଜରେ ଶିକ୍ଷକଙ୍କ ସ୍ଥାନ ଆତି ଉଚ୍ଚରେ ରହିଥାଏ। କାରଣ ଅଜ୍ଞାନ ରୂପୀ ଅନ୍ଧକାର ମଧ୍ୟରୁ ଯିଏ ଜ୍ଞାନର ବାଟ ଦେଖାଏ, ସେ ହେଉଛନ୍ତି ଶିକ୍ଷକ। ଆଗାମୀ କାଲିର ଭବିଷ୍ୟତ କୁ ଗଠନ କରିବାରେ ଶିକ୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପିଲାମାନଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକ ପଥ ପ୍ରଦର୍ଶକ ଭାବରେ କାର୍ଯ୍ୟ କରିଥାଏ। ସେଥିପାଇଁ ଶିକ୍ଷକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇଥାଏ। କିନ୍ତୁ ଆଜିକାଲି ଶିକ୍ଷକ ମାନେ ନିଜର କର୍ତ୍ତବ୍ୟରେ ଅବହେଳା କରୁଛନ୍ତି। ଯାହାକି ଏହା ଆଗାମୀ କାଲିର ଭବିଷ୍ୟତ ଉପରେ ଅନେକ ପ୍ରଭାବ ପଡିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ କିଛି ଘଟଣା ଦେଖିବା ପାଇଁ ମିଳିଛି। ଯାହାକି ଆପଣ ମାନେ ଜାଣିଲା ପରେ ନିଶ୍ଚିତ ଭାବରେ ଏଭଳି ଶିକ୍ଷକଙ୍କୁ ନିନ୍ଦା କରିବେ ଏବଂ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିବେ। ଜଣେ ଛାତ୍ରକୁ ଛାତ ଉପରୁ, ତଳକୁ ଗୋଡ଼ ଧରି ଓଲଟା କରିଥିବା ଫୋଟୋ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଜିଲ୍ଲାର ଡିହ ମୋହଲ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟ ସାତ ବର୍ଷର ବାଳକ ଶିବମ୍ ଯାଦବ ନାମରେ ଜଣେ ଛାତ୍ର ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲେ। ତେବେ ସେ ଗୁରୁବାର ଦିନ ସ୍କୁଲ କ୍ୟାମ୍ପସରୁ ବାହାରକୁ ଯାଇ ‘ଗୁପଚୁପ’ ଖାଇଥିଲେ। ଏବଂ ଅନ୍ୟ ଜଣେ ପିଲାକୁ ସେ ମଧ୍ୟ କାମୁଡି ଦେଇଥିଲେ। ଅନ୍ୟ ଛାତ୍ର ମାନେ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ଏହାପରେ ପିଲାଟିର ଏପରି କାର୍ଯ୍ୟ ପାଇଁ ପ୍ରଧାନଶିକ୍ଷକ ମନୋଜ ବିଶ୍ୱକର୍ମା ଏକ ଅଲଗା ପ୍ରକାର ଦଣ୍ଡ ପ୍ରଦାନ କରିଥିଲେ।
ଯାହାକି ପ୍ରଥମ ମହଲା ବାଲକୋନିରୁ ବାଳକକୁ ଗୋଟିଏ ଗୋଡ଼ ଧରି ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। କେହି ଜଣେ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଭୟଭୀତ ହୋଇ ଛାତ୍ର ଘରକୁ ଫେରିବା ପରେ ତାଙ୍କ ବାପାଙ୍କୁ ସବୁ କଥା ଜଣାଇଥିଲେ। ଏହାପରେ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର ଲକ୍ଷ୍ମକଙ୍କ ନିର୍ଦ୍ଦେଶରେ ଛାତ୍ରର ବାପା ଆରଟିଇ ଅଧିନିୟମ ଅନୁଯାୟୀ ଏଫଆଇଆର ଦାଖଲ କରିଥିଲେ।
ତେବେ ଏଥିରେ ପ୍ରଧାନ ଶିକ୍ଷକ କହିଥିଲେ, ଯେ ସେ କାହାକୁ କିଛି ନକହି ବିଦ୍ୟାଳୟ କ୍ୟାମ୍ପସ ବାହାରକୁ ଗୁପଚୁପ ଖାଇବା ପାଇଁ ଯାଇଥିଲେ। ଏହା ସହିତ ସେ ଅନ୍ୟ ଜଣେ ପିଲାକୁ ମଧ୍ୟ କାମୁଡିଥିଲା। ଖୁସିରେ ପିଲାଟିକୁ ଏଭଳି କରିଥିଲା, ଏମିତି କଲେ ଅନ୍ୟ ପିଲାମାନେ ଡରିବେ ଆଉ କେହି ପିଲାମାନେ ଭୁଲ କରିବେ ନାହିଁ। ସମସ୍ତ ପିଲା ମାନଙ୍କ ମନ ମଧ୍ୟରେ ଏକ ଡର ରହିବ। ଏହା ବ୍ୟତିବ ସେ ଏକଥା ମଧ୍ୟ କହିଛନ୍ତି, ଯେ ଛାତ୍ରକୁ ବ୍ୟକ୍ତିଗତ ଭାବରେ ଭଲ ପାଆନ୍ତି। ତାଙ୍କର କୌଣସି ଅଲଗା ଉଦେଶ୍ୟ ନଥିଲା। ସେ ରାଗିକି ଏଭଳି କରିନାହାନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଫୋଟୋଟି ଭାଇରାଲ ହେବା ପରେ ଲୋକେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।