Odisha News Portal

ହାଇକୋର୍ଟର ଗୁରୁତ୍ୱପୁର୍ଣ୍ଣ ରାୟ : ବିବାହ ପାଇଁ ପ୍ରତିବନ୍ଧକ ସାଜି ପାରିବନି ଜାତି, ଧର୍ମ ନିଜ ଇଛା ମୁତାବକ ବିବାହ କରିବା ସମସ୍ତଙ୍କ ମୌଳିକ ଅଧିକାର ….

ବର୍ତ୍ତମାନ ସମୟରେ ଆମ ଦୁନିଆରେ ପ୍ରତି ଦିନ କିଛି ନାଁ କିଛି ଅଜବ ପ୍ରକାର ଘଟଣା , କଥା ତଥା ବିଷୟ ସବୁ ଆମ ନଜରକୁ ଆସିଥାଏ । ଯାହା କୁ କି ଆମର ପ୍ରଶଂସକ ମାନ କେବେ ବିଶ୍ବାସ କରି ପାରିନଥାନ୍ତି ବା ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥାନ୍ତି । ତେବେ ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଆମ ସୋସଇଟିରେ ଯଦି ଜଣେ ଝିଅ ଜଣେ ପୁଣ୍କୁ ସଠିକ୍ ରୀତିନିତୀରେ ବିବାହ କରି ଥାଏ ,ତେବେ ତାହାକୁ ଆମ ସମାଜ ପବିତ୍ର ବନ୍ଧନର ସ୍ବୀକୃତି ଦେଇଥାଏ । କିନ୍ତୁ ବେଳେ ବେଳେ ଏହି ବିବାହକୁ ନେଇ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ, ଯାହ ସମାଜ ଗ୍ରହଣ କରିବା ତଥା ସ୍ବିକୃତି ଦେବା ବଦଳରେ ତାକୁ ସମାଜ ପାଇଂ ଏକ କଳଙ୍କ ବୋଲି ବିଚାର କରିଥାଏ ।

ତେବେ ଏହା ସହିତ ଆପଣ ମାନେ ଜାଣିଥିବେ ଯେ ପ୍ରେମ କୁ ନେଇ ମଧ୍ୟ ପ୍ରିତ ଦିନ କିଛି ନାଁ କିଛି ଲଜ୍ୟାଜନକ ଘଟଣା ଆମ ସାମ୍ନାକୁ ଆସିଥାଏ । ଯାହା ପାଇଁ ଅନେକ ସମସ୍ୟା ମଧ୍ୟ ସମାଜରେ ମୁଣ୍ଡ ଟେକିଥାଏ । ତେବେ ସେହିପରି ଗୋଟିଏ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି , ଯାହା ଜାଣିବା ପରେ ଆପଣ ମଧ୍ୟ ଆଚମ୍ବିତ ହୋଇଯିବେ ।


ତେବେ ନିଜ ମନ ମୁତାବକ ବା ନିଜର ଇଚ୍ଛାରେ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର ଅଟେ । ଏଭଳି ଏକ ଅଜବ ପ୍ରକାର ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । 2 ଜଣଙ୍କ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ଧର୍ମ କିମ୍ବା ଜାତି ବାଧା ସୃଷ୍ଟି କରିପାରିବ ନାହିଁ ବୋଲି କହିଛନ୍ତି। ନିଜର ପ୍ରେମିକାକୁ ବିବାହ କରିବା ପାଇଁ ୱାଜିଦ ଖାନ୍ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆବେଦନ ହୋଇଥିବା ପିଟିସନର ଶୁଣାଣୀ କରି ଏଭଳି ନିଷ୍ପତି ଦେଇଛନ୍ତି କୋର୍ଟ ।

ତେବେ ବେଙ୍ଗାଲୁରୁରେ ସଫ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିବା ୱାଜିଦ ଓ ରମ୍ୟାଜି ବିବାହ କରିବାକୁ ଚାହୁଁ ଥିବା ବେଳେ ରମ୍ୟାଙ୍କ ପରିବାର ଏଥିରେ ବାଧା ଦେବାକୁ ଚେଷ୍ଟା କରୁ ଥିଲେ । ଏନେଇ ନିଜେ ରମ୍ୟା ନିଜ ବାପା ମାଆଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣି ଥିଲେ । ଏହା ପରେ ସେ ମହିଳା ଦକ୍ଷତା ସମିତି ନାମକ ଏକ ଏନଜିଓରେ ରହୁ ଥିଲେ ।

ନିଜ ପ୍ରେମିକ ୱାଜିଦଙ୍କ ଦ୍ୱାରା ପିଟିସନ ହେବା ପରେ କୋର୍ଟ ଏହାର ଶୁଣାଣୀରେ କହିଥିଲେ ରମ୍ୟା ଜଣେ ସପ୍ଟୱାର ଇଂଜିନିୟର ହୋଇ ଥିବାରୁ ନିଜ ଜୀବନକୁ ନେଇ ନିଷ୍ପତି ନେବା ଅଧିକାର ତାଙ୍କର ଅଛି । ଜାତି ଧର୍ମ ନିର୍ବିଶେଷରେ କୌଣସି ସମ୍ପର୍କକୁ ବାଧା ନପହଂଚାଇବା ପାଇଁ କୋର୍ଟ କହିଥିଲେ । ତେବେ ବର୍ତ୍ତମାନ ଏଥିୁରୁ ସ୍ପଷ୍ଟ ହେଉଛି ଯେ କୋର୍ଟର ରାୟ ଅନୁସାରେ ଜାତି. ଧର୍ମ ନିର୍ବିଶେଷରେ କୌଣସି ବି ସଂପର୍କରେ ବାଧା ସୃଷ୍ଟି କରି ପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।