ଡୋରେମୋନ, ନୋବିତା ଭଳି ଅନେକ ଲୋକପ୍ରିୟ କାର୍ଟୁନର ଭଏସ ପଛରେ ଲିଜାଙ୍କ ସ୍ୱର… ଭିଡ଼ିଓ ଦେଖିଲେ ବିଶ୍ୱାସ କରି ପାରିବେନି, ଦେଖନ୍ତୁ Video

ହଁ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଦେଖିଥିବେ | ଆଉ ଏମିତି କିଛି ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଜଣେ ଓଡିଶା ର ଜଣା ଶୁଣା ଭୋଏସ ଆତିଷ୍ଟ ଙ୍କ ବିଷୟରେ କୁହାଯାଉଛି ସେ ହେଉଛନ୍ତି ସୁହାଗିନୀ ଯାହାଙ୍କୁ ଆମେ ଲିଜା ବୋଲି ଜାଣିଥାଉ |ତେବେ ଯାହା କୁହାଯାଉଛି କି ଲିଜା ଙ୍କ ଏହି ଭଳି ଅଭିନୟ କେରିୟର ରେ ପାଦ ଦେବା ସହିତ କାର୍ଟୁନ ଭୋଏସ ପଛରେ ତାଙ୍କୁ କେତେ ସଂଘର୍ଷ କରୁବାକୁ ପଡିଥିଲା ଜୀବନରେ ଓ ତାଙ୍କର ଦେହ ର ରଙ୍ଗ କଳା ଯୋଗୁ କେଉଁ କେଉଁ ସବୁ କଷ୍ଟ ସହିଥିଲେ ଲିଜା ତାହାକୁ ସେ ପ୍ରକାଶ କରିଛନ୍ତି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ଓଡ଼ିଆ ଟେ ଆସିଥିବା ଡରେମନ ,ନବିତା ଭଳି ଅନେକ ଲୋକ ପ୍ରିୟ କାର୍ଟୁନ ର ଭୋଏସ ଦେଇଛନ୍ତି ଲିଜା | ତାହା ସହିତ ବରିଷ୍ଠରୀ ବାବୁ ସିରିଏଲ ରେ ବନ୍ଦିତା ଙ୍କର ଭୋଏସ ରେ କଥା କହି ଦର୍ଶକ ମାନଙ୍କର ମନକୁ ମଧ୍ୟ ହରଣ କରିବାକୁ ଲାଗିଛନ୍ତି ଲିଜା | ଆଉ ଯାହା କୁହାଯାଉଛି କି ଲିଜା ଙ୍କର ଏହି ଭଳି ଭାବରେ ଭୋଏସ ଲାଇନ ରେ କାମ କରିବାକୁ ପ୍ରଥମେ ତାଙ୍କର ପରିବାର ଲୋକ ପସନ୍ଦ କରୁ ନ ଥିଲେ, କିନ୍ତୁ ପରେ ଗ୍ରହଣ କରିଥିଲେ |କିନ୍ତୁ ଏହି କାମ ରେ ତାଙ୍କୁ ଲେଟ ନାଇଟ ରେ ଘରକୁ ଆସିବାକୁ ପଡୁଥିଲା, ଆଉ ଯେଉଁଥିପାଇଁ ତାଙ୍କୁ ଅନେକ ସମୟରେ ଅନେକ କମେଣ୍ଟ ଶୁଣିବାକୁ ପଡିଥିଲା |

ତାଙ୍କର କହିବା ଅନୁସାରେ ଏପାର୍ଟମେଣ୍ଟ ରେ ଥରେ ରାତିରେ ସେମିତି ବାହାରେ ଛିଡା ହୋଇଥିଲେ ଓ ଗେଟ ଲଗାଇ ଦିଆଯାଇଥିଲା | କିନ୍ତୁ ସେ ହାର ମାନି ନ ଥିଲେ ଆଉ ସେ ସାହସର ସହିତ ସମସ୍ତ ଘଟଣା କୁ ସାମ୍ନା କରିଥାନ୍ତି ବୋଲି କହିଛନ୍ତି ଲିଜା | ଆଉ ଜୀବନରେ ସେ କେବେ ହାରି ନାହାନ୍ତି କି ପଛକୁ ମଧ୍ୟ ଫେରି ନାହାନ୍ତି ବୋଲି ମଧ୍ୟ କହିଛନ୍ତି ଲିଜା | ତେବେ ତାଙ୍କର ଦେହ ର ରଙ୍ଗ କଳା କୁ ନେଇକି ଅନେକ ସମୟରେ ଅସୁବିଧା ରେ ପଡିଛନ୍ତି ଲିଜା |

ଆଉ ଅନେକ ଲୋକ ତାଙ୍କୁ କୁହନ୍ତି କି ଲିଜା ଆଉ ଟିକେ ଗୋରା ହୋଇଥିଲେ ଭଲ ହୋଇଥାନ୍ତା, ତେବେ ଆଉ କିଛି ଜାଗାରେ ତାଙ୍କର ଟେଲେଣ୍ଟ କୁ ଦେଖିକି ଲୋକ ମାନେ ତାଙ୍କୁ ପସନ୍ଦ କରନ୍ତି ବୋଲି ମଧ୍ୟ କୁହାଯାଇଛି | ତେବେ ଲିଜା ଙ୍କର କହିବା କଥା ଆମେ ଜଗନ୍ନାଥ ଙ୍କୁ ପୂଜା କରୁଛୁ ଓ କାଳୀ ଙ୍କୁ ପୂଜା କରୁଛି ଯଦି ଭଗବାନ ଙ୍କର ରଙ୍ଗ କଳା ହେବାରେ ଅସୁବିଧା ନାହିଁ ତେବେ ଆମର କଣ ପାଇଁ ହେବ | ଆଉ ଲିଜା ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment