୭୦ ବର୍ଷ ପର୍ଯ୍ୟନ୍ତ କେଶ କଳା ରହିବ, ୧୦୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବେ | Hibiscus Benefits

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଚାହିଁଥାନ୍ତି କି ସବୁବେଳେ ସୁସ୍ଥ ଆଉ ସବଳ ରହିବା ପାଇକି, ତାହା ସହିତ ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ରୁ ମୁକ୍ତି କରିବା ପାଇଁ ଆପଣ ମାନେ ବିଭିନ୍ନ ପ୍ରକାରର ଉପୟ ମାନ ମଧ୍ୟ ଆପଣାଇ ଥିବାର ଆପଣ ମାନେ ଜାଣିଥିବେ | ତେବେ ଆମ ଶରୀରରେ ଦେଖା ଯାଉଥିବା ଅନେକ ପ୍ରକାରର ସମସ୍ୟା ପାଇଁକି ଗୋଟିଏ ମାତ୍ର ସମାଧାନ ର ରାସ୍ତା ରହିଛି ତାହା ହେଉଛି ମନ୍ଦାର ଗଛ | ତେବେ ଆମେ ଯଦି ମନ୍ଦାର ଗଛର ଫୁଲ ସାଙ୍ଗକୁ ତାହାର ପତ୍ର କୁ ବ୍ୟବହାର କରିବା ତାହେଲେ ବିଭିନ୍ନ ପ୍ରକାରର ରୋଗ ରୁ ସହଜରେ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଜାଣିବା ସେହି ମନ୍ଦାର ଗଛ ର ଫୁଲ ଆଉ ପତ୍ର କୁ ନେଇକି ଆମେ କେଉଁ କେଉଁ ରୋଗ ର ଉପଶମ ପାଇଁକି ବ୍ୟବହାର କରି ପାରିବା |

ତେବେ ଆମେ ଜାଣି ରଖିବା ଆବଶ୍ୟକ କି ଆମ ଶରୀରରେ ଦେଖା ଯାଉଥିବା ଅଧାରୁ ଅଧିକ ରୋଗ କୁ ଭଲ କରିବାର ସହଜ ଘରେଇ ଉପଚାର ରହିଛି ଆଉ ତାହା ହେଉଛି ମନ୍ଦାର ଫୁଲ ଆଉ ତାହାର ପତ୍ର | ତେବେ କୁହାଯାଉଛି କି ଆଣ୍ଠୁ ଗଣ୍ଠି ବ୍ୟଥା ଜନିତ ସମସ୍ୟା ସହିତ ଅର୍ଶ ରୋଗକୁ ଭଲ କରିବା ପାଇଁକି ଆମେ ମନ୍ଦାର ଫୁଲ ଆଉ ତାହାର ପତ୍ର କୁ ବ୍ୟବହାର କରିଥାଉ |ତେବେ ଯଦି ଆପଣଙ୍କର ଶୀତୁନିଆ ଭଳି ସମସ୍ୟା ଅଛି, ଆପଣଙ୍କର କଲେଷ୍ଟେରାଲ ବଢିଛି ଓ ଡାଇବେଟିସ ଭଳି ସମସ୍ୟା ଥାଏ, ତାହେଲେ ସେଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମେ ଏହି ମନ୍ଦାର ଫୁଲର ପତ୍ର କୁ ବ୍ୟବହାର କରି ପାରିବା |

ଏହା ବ୍ୟତୀତ ବ୍ଲଡ଼ ପ୍ରେସର ଭଳି ସମସ୍ୟା ସାଙ୍ଗକୁ ଆମର କିଡ଼ନୀ ରେ ଷ୍ଟୋନ ଜମା ହେବା ଓ ସ୍ମରଣ ଶକ୍ତି ଭଳି ସମସ୍ୟା ଥିଲେ ଏହି ଉପଚାର କୁ ଆମେ ସହଜରେ ବ୍ୟବହାର କରି ପାରିବା | ତେବେ ଏହା ବ୍ୟତୀତ ଆମେ ଏହାକୁ କେଶ ଜନିତ ସମସ୍ୟା ର ସମାଧାନ ପାଇଁ ମଧ୍ୟ ବ୍ୟବହାର କରି ପାରିବା | ତେବେ ଏଥିପାଇଁ ଆମେ କିପରି ପ୍ରସ୍ତୁତ କରିବା ଉପଚାର କୁ ଆସନ୍ତୁ ଜାଣିବା |

ଆବଶ୍ୟକୀୟ ଉପକରଣ :-

ନାଲି ମନ୍ଦାର ଫୁଲ ର ପତ୍ର ଓ ନାଲି ମନ୍ଦାର ଫୁଲ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆମେ ମନ୍ଦାର ଫୁଲ ର ପତ୍ର କୁ ଆଣିବା ଓ କିଛି ମନ୍ଦାର ଫୁଲ କୁ ମଧ୍ୟ ଆଣିବା ଓ ତାହାକୁ ଭଲ ଭାବରେ ତିନି ରୁ ଚାରି ଥର ଧୋଇଦେବା | ତାହା ପରେ ସେହି ପତ୍ର କୁ ନେଇକି ଭଲ ଭାବରେ ଛେଞ୍ଚି ଦେବା | ତେବେ ଆପଣ ମାନେ ମନେ ରଖିବେ କି ଶୁଖିଲା ପତ୍ର ର ବ୍ୟବହାର ଏଥିରେ କରିବେ ନାହିଁ | ତାହା ବ୍ୟତୀତ ପତ୍ର ର ପେଷ୍ଟ କୁ ନେଇକି ସେଥିରେ କିଛି ନଡ଼ିଆ ତେଲ ମିଶାଇବା ଓ ତାହାକୁ ଆମର ଚୁଟି ରେ ଭଲ ଭାବରେ ଲଗାଇବା |ଏହି ଭଳି ସପ୍ତାହରେ 3-4 ଥର କରିଲେ କେଶ ଆଉ ଉପୁଡିବ ନାହିଁ | ମନ୍ଦାର ଫୁଲ କୁ ଆମେ ପେଷ୍ଟ କରି ରକ୍ତହୀନତା ଭଳି ରୋଗ କୁ ଭଲ କରିବାରେ ବ୍ୟବହାର କରି ପାରିବା |

ଏହି ଭଳି ଭାବରେ ଆମେ ମନ୍ଦାର ଗଛରୁ ବିଭିନ୍ନ ପ୍ରକାରର ଉପକାରିତା ଗୁଣ କୁ ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment