Odisha News Portal

Vastu Shastra – ଗୃହରେ ଝିଟିପିଟି ଦେଖିବାର ଅର୍ଥ କଣ ହୋଇଥାଏ ? ଶୁଭ ନା ଅଶୁଭ ଜାଣି ରଖନ୍ତୁ

ଆମ ଶାସ୍ତ୍ରକୁ ମାନି ଆମ ଜୀବନର ବହୁତ କିଛି ନିର୍ଦ୍ଧାରିତ ହେଇଥାଏ ଆଉ ସେହି ଶାସ୍ତ୍ରରେ ଏମିତି କିଛି ବି କୁହାଯାଇଛି ଯାହାକୁ ମାନିଲେ ଆମେ ଆମ ଜୀବନର ଆଗାମୀ ସମୟ ଶୁଭ କି ଅଶୁଭ ଜାଣି ପାରିବୁ ।ତେବେ ସେହି ସଂକେତ ଗୁଡିକ ବିଷୟରେ ବହୁତ ଲୋକ ଜାଣି ନଥାନ୍ତି ଓ କିଛି ଲୋକ ଜାଣି ବି ଅଣଦେଖା କରିଥାନ୍ତି ।ତେବେ ଆଜି ଆମେ କହିବୁ ଝିଟିପିଟି କୋଉଠି ଓ କେମିତି ଦେଖାଗଲେ ତାହା ଶୁଭ ସଂକେତ ଦେଇଥାଏ ନା ଅଶୁଭ ସଂକେତ ।ତେବେ ଆସନ୍ତୁ ଜାଣିବା ସେ ସମ୍ୱନ୍ଧରେ ବିସ୍ତାର ଭାବରେ ।

ଝିଟିପିଟି ଦେଖଯିବା କେତେବେଳେ ଅଶୁଭ ଓ ଶୁଭ ସଂକେତ ଦେଇଥାଏ….

-ଯେତେବେଳେ ଆପଣ ନୂଆ ଘରକୁ ପ୍ରବେଶ କରୁଛନ୍ତି ଆଉ ସେତେବେଳେ ଆପଣ ସେହି ଘରେ ସାମ୍ନାରେ ଏକ ମୃତ ଝିଟିପିଟି କୁ ଦେଖୁଛନ୍ତି ବା ଝିଟିପିଟି ଦେହରେ ମାଟି ଲାଗି ଥିବାର ଦେଖାଯାଏ ତେବେ ତାହା ଅଶୁଭ ସୂଚନା ଦେଇଥାଏ ।ଆପଣ ସେହି ଘରେ ରହିଲେ ସେହି ଘରର ସଦସ୍ୟ ମାନଙ୍କର ଶରୀର ସବୁବେଳେ ରୋଗାଶକ୍ତ ହେଇ ରହିବ ।ତେବେ ଅଶୁଭତ୍ୱ ରୁ ମୁକ୍ତି ପାଇବା ପାଇଁ ହେଲେ ଆପଣ ସମ୍ପୂର୍ଣ୍ଣ ବିଧିବିଧାନ ଓ ପୂଜା ପରେ ଗୃହକୁ ପ୍ରବେଶ କରିବା ଉଚିତ ।

-ଯେତେବେଳେ ଆପଣ ଝିଟିପିଟି କୁ ଅଲଗା ହେଉଥିବାର ଦେଖନ୍ତି ତାହେଲେ ଆପଣ ବି ନିଜର କୋଉ ପ୍ରିୟଜନ ଠାରୁ ଅଲଗା ହେଇ ପାରନ୍ତି ।

-ଯେତେବେଳେ ଆପଣ ଝିଟିପିଟି କୁ ଝଗଡ଼ା ହେଉଥିବାର ଦେଖନ୍ତି ତାହାଲେ ଆପଣଙ୍କର ବି କାହା ସହିତ ଝଗଡ଼ା ହେଇପାରେ ।

-ସ୍ୱପ୍ନ ଶାସ୍ତ୍ର ଅନୁସାରେ ଦିନରେ ଭୋଜନ କରୁଥିବା ସମୟରେ ଯଦି ଝିଟିପିଟି ର ଶବ୍ଦ ଶୁଣାଯାଏ ତାହେଲେ ଆପଣ କିଛି ଖୁସିର ସମାଚାର ପାଇଁ ପାରନ୍ତି ।

-ଝିଟିପିଟି ମୁଣ୍ଡ ଉପରେ ପଡିଲେ ଆପଣଙ୍କର ଧନ ସମ୍ପତିରେ ଉନ୍ନତି ହେବ କିନ୍ତୁ ଚୁଟି ଉପରେ ପଡିଲେ ତାହା ସୂଚନା ଅଟେ ଆପଣଙ୍କ ମୃତ୍ୟୁ ଖୁବ ନିକଟରେ ଅଛି ।

-ଡାହାଣ କାନ ଉପରେ ଝିଟିପିଟି ପଡିଲେ ରହ କିଛି ଆଭୂଷଣ ମିଳିଥାଏ ଓ ବାମ କାନ ଉପରେ ପଡିଲେ ଆୟୁ ବୃଦ୍ଧି ହେଇଥାଏ ।ନାକ ଉପରେ ଝିଟିପିଟି ପଡ଼ିବାର ଅର୍ଥ ଖୁବ ଶୀଘ୍ର ଭାଗ୍ୟ ଉଦୟ ହେଇଥାଏ ।ମୁହଁ ଉପରେ ଝିଟିପିଟି ପଡିଲେ ସ୍ୱାଦିଷ୍ଟ ଭୋଜନ ମିଳିଥାଏ ।

-ବାମ ଗାଲରେ ଝିଟିପିଟି ପଡିଲେ କୌଣସି ପୁରୁଣା ମିତ୍ର ସହ ଭେଟ ହେଇଥାଏ ଓ ଡାହାଣ ଗାଲରେ ଝିଟିପିଟି ପଡିଲେ ଆୟୁଷ ବୃଦ୍ଧି ହେଇଥାଏ ।

-ବେକ ଉପରେ ଝିଟିପିଟି ପଡିଲେ ନିକଟରେ କୌଣସି କାର୍ଯ୍ୟ ପାଇଁ ସମ୍ମାନିତ ହେଇ ପାରନ୍ତି ।ଦାଡ଼ି ଉପରେ ଝିଟିପିଟି ପଡିଲେ ଖୁବ ଜଳଦି ଆପଣଙ୍କ ଆଖି ଆଗରେ କିଛି ଭୟାନକ ଘଟଣା ଘଟି ପାରେ ।

-ଆଇବ୍ରୋ ଉପରେ ଝିଟିପିଟି ପଡିଲେ ଅର୍ଥ ହାନି ହେଇଥାଏ ଓ ଡାହାଣ ଆଖି ଝିଟିପିଟି ପଡିଲେ କୌଣସି ମିତ୍ର ସହ ଭେଟ ହେଇଥାଏ କିନ୍ତୁ ବାମ ଆଖି ଉପରେ ଝିଟିପିଟି ପଡିଲେ ଖୁବ ଝଡ଼ି ବହୁତ ବଡ଼ କ୍ଷତି ହେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।