ବନ୍ଧୁଗଣ ଆପଣ ନିଶ୍ଚିତ ଜାଣିଥିବେ ଯେ ନାରୀ ଜୀବନର ସାର୍ଥକତା ସେ ମା ହେବା ପରେ, ନବ ବିବାହିତା ମହିଳା ଜଣେ ସର୍ବଦା ଚାହେଁକି ସେ ଶୀଘ୍ର ମା ହବାର ସୌଭାଗ୍ୟ ପ୍ରାପ୍ତ କରୁ |ତେଣୁ ଜଣେ ମହିଳା ପ୍ରଥମେ ମା ହବାର ସୌଭାଗ୍ୟ ପ୍ରାପ୍ତ କଲେ ସେ ବହୁତ ଖୁସି ହବା ସହିତ ତାର ପରିବାର ଲୋକ ମଧ୍ୟ ଖୁସି ହୁଅନ୍ତି |ପ୍ରଥମେ ମା ହେଲେ ଯେ ପ୍ରେଗନାଣ୍ଟ ବିଷୟରେ କିଛି ଧାରଣା ନଥାଏ, ତେଣୁ ସେ ଗର୍ଭବତୀ ହେଲେ ନିଜର ଯତ୍ନ ନେଇ ପାରେ ନାହିଁ |ମୁଁ ଆଜି ଆପଣକୁ ଜଣେ ମହିଳା ଗର୍ଭବତୀ ଅଛିକି ନାହିଁ ସେ ବିଷୟରେ ଜାଣିବା ସହିତ ସେ ପ୍ରଥମ ମାସରୁ ନିଜର ଯତ୍ନ କିପରି ନେଲେ ସେ ସୁନ୍ଦର ଶିଶୁଟିଏ ଜନ୍ମ କରିବ ସେ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ |
ପ୍ରେଗନାଣ୍ଟ ଅଛନ୍ତି ବୋଲି କିପରି ଜାଣିବା :-
ଜଣେ ମହିଳା ଓ ପୁରୁଷ ସହବାସ ପରେ ଯାଇ ମହିଳା ଜଣଙ୍କ ମା ହବାର ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି,ସ୍ତ୍ରୀ ଓ ପୁରୁଷ ସହବାସ ସଙ୍ଗେ ସଙ୍ଗେ ସେ ଗର୍ଭବତୀ ହୋଇନଥାଏ |ସହବାସର କିଛି ଦିନ ପରେ ଅର୍ଥାତ ଏକ ସପ୍ତାହ ପରେ ସେ ଜଣା ପଡିଥାଏ କି ସେ ଗର୍ଭବତୀ ହୋଇଛି କି ନାହିଁ, ଯେତେବେଳେ ମହିଳାଙ୍କ ପିରିଅଡସ ବନ୍ଦ ହୋଇଯାଏ ସେତେବେଳେ ସେ ଏକ ସପ୍ତାହ ପରେ ପ୍ରେଗନାସି କିଟ ଆଣି ନିଜର ପରିସ୍ରା ଟେଷ୍ଟ କଲେ ଜଣା ପଡିଥାଏ କି ମହିଳା ଜଣଙ୍କ ଗର୍ଭବତୀ ହୋଇଛି କି ନାହିଁ |
କେଉଁ ସବୁ ଲକ୍ଷଣରୁ ଜଣା ପଡିଥାଏ କି ଆପଣ ପ୍ରେଗନାଣ୍ଟ ଅଛନ୍ତି ବୋଲି :-
ପୁରୁଷର ଶୂକ୍ରାଣୁ ଓ ମହିଳାର ଡିମ୍ବାଣୁ ମିଶି ଫର୍ଟିଲାଇଜ ହେବା ପରେ ମହିଳା ଜଣଙ୍କ ପ୍ରେଗନାଣ୍ଟ ହୋଇଥାଏ, ପ୍ରମେତଃ ମହିଳା ଗର୍ଭବତୀ ହେଲେ ତାକୁ ଅଧିକାଂଶ ସମୟ ବାନ୍ତି ଲାଗିଥାଏ |ଗର୍ଭବତୀ ମହିଳା ଦେହ ଦୁର୍ବଳ ଲାଗିବା ସହିତ ମୁଣ୍ଡ ବୁଲେଇ ହବା ପରି ଲକ୍ଷଣ ଦେଖା ଦେଇଥାଏ,ଏହା ସହିତ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୋଇନଥାଏ ଖାଦ୍ୟ ଗନ୍ଧେଇ ଥାଏ |ସାଧାରଣତଃ ଏହି ସମୟରେ ଗର୍ଭବତୀ ମହିଳା ଠାରେ ଆଇରନ ଓ ଫଲିକ ଏସିଡର ଅଭାବ ଅଧିକ ଦେଖା ଯାଏ |
ପ୍ରେଗନାଣ୍ଟର ପ୍ରଥମ ମାସରୁ ନିଜର ଯତ୍ନ କିପରି ନେବ ଓ କଣ ଖାଇବା ଉଚିତ :-
ପ୍ରେଗନାଣ୍ଟର ପ୍ରଥମ ମାସରୁ ମହିଳା ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ବାନ ହେବା ଉଚିତ, ଏହା ସହିତ ଆପଣ ଏହି ସମୟରେ କୌଣସି ଭରି କାମ କରିବା ଉଚିତ ନୁହଁ |ଆପଣ ଗର୍ଭବତୀ ସମୟରେ ଦୂର ସ୍ଥାନକୁ ମଧ୍ୟ ଅଧିକ ଯାତାୟତ କରନ୍ତୁ ନାହିଁ, ଅଧିକ ପରିଶ୍ରମ କଲେ ତାହା ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ |
ଗର୍ଭବତୀ ସମୟରେ ଆପଣ ସବୁବେଳେ ସତେଜ ପନିପରିବା ସହିତ ଫଳ ଆଦି ଖାଇବା ଉଚିତ ଯାହାଦ୍ୱାରା ଗର୍ଭବତୀ ମା ସ୍ୱାସ୍ଥ୍ୟ ଭଲ ରହିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।