Odisha News Portal

Holi Special – ଗ୍ରାହକଙ୍କ ପାଇଁ ଖୁସି ଖବର ! ହୋଲି ଠାରୁ ୭ ଦିନ ପର୍ଯ୍ୟନ୍ତ ଶସ୍ତା ହେଲା ସୁନା ରୂପା ! ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ହାତଛଡା କରନ୍ତୁ ନାହିଁ….

0 274

କମିଲା ସୁନା ଦର। ହୋଲି ରେ ଘରୋଇ ବଜାରରେ ସୁନାଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ରବିବାର ଦିନ ସୁନା ଦାମ୍ ହ୍ରାସ ପାଇ ଥିବାର ସୂଚନା ମିଳିଛି । ବର୍ତ୍ତମାନ ୧୦୦ ଗ୍ରାମ ସୁନା ଦର ପିଛା ୭,୬୦୦ ଟଙ୍କା ହ୍ରାସ ପାଇ ଥିବାର ସୂଚନା ମିଳିଛି । ତେବେ ୨୨ କ୍ୟରେଟ ସୁନା ର ଦାମ୍ ୧୦ ଗ୍ରାମ ପ୍ରତି ୪୩ ହଜାର ୯୨୦ ଟଙ୍କା ରହି ଥିବାର ସୂଚନା ମିଳିଛି। ଏହା ସହିତ ଦିଲ୍ଲୀ ର ସରଫା ବଜାର ରେ କିଛି ଦିନ ଧରି ଲଗାତାର ଭାବେ ହ୍ରାସ ପାଉ ଥିବାର ସୂଚନା ମିଳିଛି ।

ତେବେ କରନା ଭାଇରସ ଚିହ୍ନଟ ପରେ ଦେଶରେ ଲଗାତାର ଭାବେ ସୁନା ଦର ବୃଦ୍ଧି ପାଇ ଥିବାର ଦେଖିବାକୁ ମିଳିଛି ।ତେଣୁ ତେଣୁ ଲୋକ ମାନେ ନିବେଶ କରିବା ପାଇଁ ଅନ୍ୟ ବିକଳ୍ପ ଉପରେ ଧ୍ୟାନ ଦେବା ଆରମ୍ଭ କରି ଥିଲେ। କିନ୍ତୁ ଗତ ୧୧ ମାସ ମଧ୍ୟରେ ରବିବାର ଦିନ ସୁନା ଦର ହ୍ରାସ ପାଇ ରେକର୍ଡ ସୃଷ୍ଟି କରିଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ମାର୍ଚ୍ଚ ୨୩ ତାରିଖ ରେ ୧୦୦ ଗ୍ରାମ ସୁନା ର ଦାମ୍ ୧୨୦୦ ଟଙ୍କା କୁ ହ୍ରାସ ପାଇଥିଲା।ଏହା କରନା ସଂକ୍ରମଣ ସମୟ ରେ ରେକର୍ଡ ସୃଷ୍ଟି କରିଥିବାର ସୂଚନା ମିଳିଛି ।

ଏହା ସହିତ ଲଗାତାର ଭାବେ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ମଧ୍ୟ ସୁନା ଦାମ ହ୍ରାସ ପାଇ ରେକର୍ଡ ସୃଷ୍ଟି କରି ଥିଲା । ସୂଚନା ଅନୁସାରେ ରବିବାର ଦିଲ୍ଲୀ ର ସରଫା ବଜାର ରେ ୨୨ କ୍ୟରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୬୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇ ରେ ୧୦ ଗ୍ରାମ ପ୍ରତି ୪୨,୩୩୦ ଟଙ୍କା ରହିଛି । ଏହା ସହିତ ମୁମ୍ବାଇ ରେ ୧୦ ଗ୍ରାମ ପ୍ରତି ୪୨,୯୯୦ ରହିଛି ।

ଏହି ଦର ହ୍ରାସ ର ପ୍ରଭାବ କୋଲକାତା ସରଫା ବଜାର ରେ ମଧ୍ୟ ଦେଖିବାକୁ ମିଳିଛି ଓ ଦର ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୪,୧୯୦ ଟଙ୍କା ରହିଛି । ପାଟଣା ରେ ମଧ୍ୟ ସୁନା ଦର ୧୦ ଗ୍ରାମ ପ୍ରତି ୪୨,୯୯୦ ରହିଥିବା ବେଳେ ଅହମଦାବାଦରେ ୪୪, ୪୫୦ ଟଙ୍କା ଓ ପୁଣେରେ ୪୨, ୯୧୦ ଟଙ୍କା ରହିଛି। ସୂଚନା ଅନୁସାରେ ଅନ୍ତର୍ଜାତୟ ସ୍ତର ରେ ମଧ୍ୟ ସୁନା ଦର ହ୍ରାସ ପାଇଛି ଆମେରିକା ରେ ସୁନା ଦାମ ୧,୭୩୨.୬୩ ଡଲାର ପ୍ରତି ଆଉନ୍ସ ଥିଲା।

ତେବେ ସୁନା ଦର ହ୍ରାସ ପାଇବା ସହିତ ରୂପା ର ଦର ମଧ୍ୟ ହ୍ରାସ ପାଇଛି । ସୂଚନା ଅନୁସାରେ ରୂପା ଦର ୧୦ ଗ୍ରାମ ପ୍ରତି ୨୫.୦୬ ଡଲାର ଥିଲା । ସୁନା ଦର ହ୍ରାସ ପାଉଥିବାରୁ ବ୍ୟବସାୟୀ ମାନଙ୍କ ବେପାର ରେ ମାନ୍ଦା ଦେଖିବାକୁ ମିଳିଥିଲା। ଏହା ସହିତ ଲୋକ ମାନେ ମଧ୍ୟ ନିଜର ପୁରୁଣା ସୁନା ବିକ୍ରି କରୁଛନ୍ତି କାରଣ ପୁରୁଣା ସୁନା ବିକ୍ରୟ ବଦଳ ରେ ଅଧିକ ଆକର୍ଷଣୀୟ ମୂଲ୍ୟ ରହି ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।