Odisha News Portal

ଏହି ଗ୍ରାମରେ ରହିଲେ ଆପଣଙ୍କୁ ମାସକୁ ମିଳିବ 6 ଲକ୍ଷ ଟଙ୍କା ! ହେଲେ କାହିଁକି ମିଳିବ ପ୍ରକୃତ କାରଣ ଜାଣିଲେ ଆପଣ ମନରେ ପ୍ରଶ୍ନ ଉଠିବ …..

ଏମିତି ଏକ ଗାଁ ଯେଉଁଠାରେ ରହିଲେ ମାସକୁ ମିଳିବ 6 ଲକ୍ଷ ଟଙ୍କା । ଆଜି ଆମେ ଆପଣ ମାନଙ୍କୁ କହିବୁ କି ଏମିତି ଏକ ଗାଁ ବିଷୟରେ ଯେଉଁଠାରେ ଘୋଷଣା ହୋଇଛି କି ସେହିଠାରେ ରହିଲେ ଆପଣ ମାନଙ୍କୁ ମିଳିବ ମାସିକ 6 ଲକ୍ଷ ଟଙ୍କା । ତେବେ କାହିଁକି ସେଠାରେ ଏପରି ଘୋଷଣା ହୋଇଛି ଏବଂ କେଉଁଠାରେ ରହିଛି ଏପରି ଗାଁ । ଏ ବିଷୟରେ ସଂପୂର୍ଣ୍ଣ ଖବର ଆମେ ଆପଣ ମାନଙ୍କୁ ଆଜି କହିବୁ । ବଣ ଜଙ୍ଗଲ ଘେରା ପାହାଡ ପ୍ରାୟ ଲୋକମାନଙ୍କୁ ଆକର୍ଷିତ କରିଥାଏ । ଛୁଟି ଦିନ ବା ବୁଲିବା ଦିନ ମାନଙ୍କରେ ପର୍ଯ୍ୟଟକ ମାନଙ୍କୁ ହିଲ ଷ୍ଟେସନ ଆଡେ ଦେଖିବା ପାଇଁ ମିଳିଥାଏ ।

ମାତ୍ର ଥରେ ଭାବିଛନ୍ତି କି ଏମିତି ପାହାଡ ତଳ ଗ୍ରାମରେ ଆପଣ ମାନଙ୍କୁ ରହିବା ପାଇଁ ଜମି ମିଳେ ପୁଣି ତା ସହିତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆପଣ ମାନଙ୍କୁ ସେହିଠାରେ ରହିବା ପାଇଁ ଟଙ୍କା ମଧ୍ୟ ପ୍ରଦାନ କରାଯାଏ ତେବେ ଆପଣ କଣ ସେଠାରେ ରହିବା ପାଇଁ ଚାହିଁବେ ।

ତେବେ ଆପଣ ମାନେ ନିଶ୍ଚିତ ବାବରେ କହିବେ କି ହଁ ମୁଁ ସେଠାରେ ରହିବି । କାରଣ ଯେଉଁଠାରେ ଜମି ପ୍ରଦାନ କରାଗଲା ଏବଂ ସେହି ସ୍ଥାନରେ ରହିଲେ ମଦ୍ୟ ଆପଣ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ମଧ୍ୟ ମିଳିବ ତେବେ ଏପରି ଏକ ସ୍ଥାନରେ ରହିବା ପାଇଁ ଆପଣ ମାନେ ମନା କରି ପାରିବେ ନାହିଁ । ତେବେ ଇଟାଲିର ଏଭଳି ଏକ ସ୍ଥାନରେ ଆପଣ ମାନଙ୍କୁ ରହିବା ପାଇଁ ଜମି ଏବଂ ଟଙ୍କା ମଧ୍ୟ ପ୍ରଦାନ କରାଯାଉଛି । ଏହି ଗ୍ରାମରେ ରହିବା ପାଇଁ ପ୍ରସାସନ ଆପଣଙ୍କୁ 40 ହଜାର ପାଉଣ୍ଡ ବା ଭାରତୀୟ ମୁଦ୍ରା ଅନୁସାରେ 38 ଲକ୍ଷ 60 ହଜାର ଟଙ୍କା ପ୍ରଦାନ କରିବେ ।

ଏଭଳି ସୁଯୋଗ ଇଟାଲିର ଏଣ୍ଡଲିଏ ସିନସିନ ନାମକ ଇଟାସୀର ଏକ ସୁନ୍ଦର ଗ୍ରାମରେ ରହିବାକୁ ଚାହୁଁଥିବା ଲୋକମାନଙ୍କୁ ମିଳୁଛି । ଏହି ଗାଁ ପାହାଡିଆ ବାବରେ ବେଶ ପରିଚିତ । ଏହି ଗ୍ରାମ ସୁନ୍ଦର ଭାବରେ ଆପଣଙ୍କର ଘର ଗାଁ ଏବଂ ପରିଜନ ମାନଙ୍କ ଭଳି ଲାଗିବ । ମାତ୍ର ଏହି ଗ୍ରାମର ଲୋକସଂଖ୍ୟା କମ ଥିବାରୁ ଗ୍ରାମଟି ଆର୍ଥିକ ବ୍ୟବସ୍ଥା କ୍ଷତିରେ ଚାଲୁଅଛି । ଏହି ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ଏପରି ଘୋଷଣା କରିଛି ।

ଏହି ଗ୍ରାମର ଜନସଂଖ୍ୟା 115 ଜଣ ମାତ୍ର ସେଥିମଧ୍ୟରୁ 15 ଜଣଙ୍କର ବୟସ 20 ରୁ କମ ରହିଥିବା ବେଳେ 41 ଜମଙ୍କର ବୟସ 65 ବର୍ଷରୁ ଅଧିକ ଅଟେ । ସ୍ଥାନୀୟ ପ୍ରଶାସନର କହିବା କଥା ଏହି ଅଞ୍ଚଳର ନିରନ୍ତର ବିକାଶ ପାଇଁ ଏହି ଯୋଜନାକୁ ଲାଗୁ କରାଯାଇଛି । ସ୍ଥାନୀୟ ପ୍ରଶାସନ ମୁତାବକ ଏହି ଗ୍ରାମରେ ଯେ କୌଣସି ଲୋକ ସ୍ଥାନୀୟ ବାସିନ୍ଦା ହୋଇ ରହିବା ପାଇଁ ଚାହିଁଲେ ପ୍ରଶାସନ ତାଙ୍କୁ ମାସିକ 6 ଲକ୍ଷ 94 ହଜାର ଟଙ୍କା ପ୍ରଦାନ କରିବ ।

 

ଯାହାକି ପ୍ରଥମ ତିନି ବର୍ଷ ପାଇଁ ଏହି ରାଶି ପ୍ରଦାନ କରାଯିବ । ଏହା ସହିତ ଏହି ଯୋଜନାରେ ସାମିଲ ହେବା ପାଇଁ ଅପିଲ କରୁଥିବା ଲୋକମାନଙ୍କର ବୟସ 18 ରୁ 40 ମଧ୍ୟରେ ହେବା ଦରକାର । ତେବେ ଏହି ବିଜ୍ଞାପନ ଦେଖି ଏଠାରେ ରହିବା ପାଇଁ 1500 ଲୋକ ଆବେଦନ କରିବାର ଜଣା ପଡିଛି । ମାତ୍ର ପ୍ରଶାସନ 10 ଜଣ ଲୋକ ଅର୍ଥାତ 5 ଯୋଡି ପରିବାର ରହିବା ପାଇଁ ଅନୁମତି ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।