Odisha News Portal

କଥା କୁହା ଫୋଟୋ ! ଗୋଟିଏ ଜାଗାରେ ଜୀବନ ମୃତ୍ୟୁ ର କାହାଣୀ…ଦେଖନ୍ତୁ ଭିଡ଼ିଓ

ମନୁଷ୍ୟ ଜୀବନ କ୍ଷଣିକ ମାତ୍ର କାହାର କେତେବେଳେ କଣ ଘଟିବ କେହି କହି ପାରିବେ ନାହିଁ। ଜନ୍ମ ଅଛି ତୋ ମୃତ୍ୟୁ ଅଛି, ବଞ୍ଚି ଥିବା ବେଳେ ମନୁଷ୍ୟ କେତେ ଖୁସି ହସରେ ଦିନ କାଟିଥାଏ। କେବଳ ଯେ ସୁଖ ଆସିଥାଏ ତାହା ନୁହେଁ, ଦୁଃଖ ମଧ୍ୟ ଆସିଥାଏ। ତେବେ ଯଦି କେହି ନିଜ ଲୋକ ସବୁଦିନ ପାଇଁ ଦୁନିଆ ଛାଡି ଚାଲି ଯାଏ ତାହା ଅନେକ କଷ୍ଟ ଦେଇଥାଏ। ତେବେ ଯାହାର ମୃତ୍ୟୁ ହୋଇଯାଏ, ତାଙ୍କର ସିନା କିଛି ହୋଇ ନଥାଏ, କିନ୍ତୁ ନିଜ ଲୋକ ମନେ ପକେଇ ବହୁ ଦୁଃଖ ପାଇଥାଏ।

ଆପଣ ମାନେ ଅନେକ ସମୟରେ ଦେଖିଥିବେ, ଯେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଲୋକଙ୍କୁ ହରାଇଥିବା ବେଳେ ତାଙ୍କ ସ୍ମୃତିକୁ ମନେ ପକେଇ ଅନେକ କିଛି କରିଥାନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ବ୍ୟକ୍ତି ବିଷୟରେ କହିବା ଯାହା ତାଙ୍କର ଏକଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯିଏବି ଫୋଟୋ ଦେଖୁଛି ଏବଂ ତାଙ୍କ କାହାଣୀ ବିଷୟରେ ଶୁଣୁଛି, ସିଏ ନ କାନ୍ଦି ରହିପରିବେ ନାହିଁ। ତେବେ ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;

ବନ୍ଧୁଗଣ ଆପଣ ମାନେ ଯେଉଁ ଫୋଟୋଟି ଦେଖିଛନ୍ତି, ଯେ ଗୋଟିଏ ଫୋଟୋ ରେ ଜଣେ ମହିଳା ଏବଂ ବ୍ୟକ୍ତି ଅଛନ୍ତି, ଅନ୍ୟ ଫୋଟୋ ରେ ମଧ୍ୟ ସେହି ବ୍ୟକ୍ତି ଅଛନ୍ତି କିନ୍ତୁ ମହିଳା ବଦଳରେ ଏକ ଛୋଟ ଝିଅ ଅଛି। ତେବେ ବନ୍ଧୁଗଣ ଏହି ଫୋଟୋ ପଛର କାହାଣୀ ଜାଣିଲେ, ସିଏ ନ କାନ୍ଦି ରହିପରିବେ ନାହିଁ। ତେବେ ଘଟଣାଟି ହେଉଛି କାର୍ଲିଫନିଆଁ ରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ, ତେବେ ବିବାହର କିଛି ମାସ ପରେ ପିଲା ରହିଥିଲା। ଏହାପରେ ଯେତେବେଳେ ସେ ସାତ ମାସର ଗର୍ଭବତୀ ହୋଇଥିଲେ। ଏକ ସ୍ଥାନକୁ ସ୍ୱାମୀ ସ୍ତ୍ରୀ ଯାଇ ନିଜର ପିଲାର ଏକ ସ୍ମୃତି ମନେ ରଖିବା ପାଇଁ ଫୋଟୋ ଉଠାଇ ଥିଲେ। ଯେଉଁ ଥିରେ ସ୍ୱାମୀ ସ୍ତ୍ରୀ ଉଭୟ ଫୋଟୋ ଉଠାଇ ଥିଲେ।

ତେବେ ଏହାର କିଛି ଦିନ ପରେ ସ୍ୱାମୀ ସ୍ତ୍ରୀ ବାଟରେ ଯାଉଥିବା ସମୟରେ ଏକ କାର ଆକ୍ସିଡେଣ୍ଟ ହୋଇଥିଲା, ଗୁରୁତର ଅବସ୍ଥାରେ ମହିଳା ଜଣକୁ ହସ୍ପିଟାଲ ନିଆଯାଇଥିଲା। ଏହାପରେ ଡାକ୍ତର ମାନେ ଅନେକ ଚେଷ୍ଟା କରିବା ସ୍ୱତେ ମଧ୍ୟ ମାଆକୁ ବଞ୍ଚାଇ ପାରିନଥିଲେ। କିନ୍ତୁ ପିଲାଟିକୁ ଜନ୍ମ ଦେଇ ମାଆ ଆର ପାରିକୁ ଚାଲି ଯାଇଥିଲେ। ଏହା ପରେ ପିଲାଟିକୁ ବାପା ନିଜର ସ୍ନେହ ଶ୍ରଦ୍ଧା ରେ ଲାଳନ ପାଳନ କଲେ, ମୋଟ ଉପରେ କହିବା ପାଇଁ ଗଲେ, ସେ ବାପା ମାଆ ସବୁ, ତେବେ ପିଲାଟିକୁ ଗୋଟିଏ ବର୍ଷ ହେଲା ପରେ ତାଙ୍କ ସ୍ତ୍ରୀର ସ୍ମୃତିକୁ ମନେ ପକାଇ, ଠିକ ସେହି ସ୍ଥାନରେ ଯେଉଁ ସ୍ଥାନରେ ସେ ପୂର୍ଵ ବର୍ଷ ଫୋଟୋ ଉଠାଇ ଥିଲେ, ପିଲାକୁ ଧରି ଫୋଟୋ ଉଠାଇ ଥିଲେ। ଆଉ ପିଲାକୁ କହୁଛନ୍ତି, ‘ଧନରେ ତୋ ମାଆ ଥିଲେ, ତୋତେ କେତେ ଭଲ ପାଆନ୍ତା’।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।