ଦେଖନ୍ତୁ Shocking ଭିଡ଼ିଓ : ୨ ଥର ସୁଯୋଗ ଫେଲ ହେବା ପରେ, ୩ ଥରରେ ମାରିଦେଲି । କ୍ରାଇମବ୍ରାଞ୍ଚର ଜେରା ବେଳେ ଏମିତି କିଛି ଗୋପାଳ କହିଥିବା ଚର୍ଚ୍ଚା ,ସତ କହିଲା ଗୋପାଳ ଦାସ୍….

ରହସ୍ୟ ଘେରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା।ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା।ଦିନକୁ ଦିନ ଘଟଣା ନୂଆ ନୂଆ ମୋଡ଼ ନେବା ସହିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।ଦିନ ଯେତେ ଗଡି ଚାଲିଛି ଘଟଣା ସେତେ ଜଟିଳ ହେବାରେ ଲାଗିଛି। ଯଦିଓ ଅଭିଯୁକ୍ତ ଗୋପାଳ ଦାସ ଙ୍କୁ ପୋଲିସ୍ ନିଜ କବଜାକୁ ନେଇଛି ତଥାପି ଘଟଣାକୁ ୯ ଦିନ ବିତି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରକୃତ ସତ ସାମ୍ନାକୁ ଆସି ପାରି ନାହିଁ। ଅଭିଯୁକ୍ତ ଗୋପାଳ ଦାସ ନିଜ ମୁଁହରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ମାନିଥିବା ବେଳେ କାହିଁକି ହତ୍ୟା କଲା ତାକୁ ନେଇ ଚାଲିଛି ତନାଘନା।

ତେବେ ବର୍ତ୍ତମାନ ସମୟରେ ଯେଉଁ ଖବର ସାମ୍ନା କୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହା ଯାଉଛି କି ଥରେ ନୁହେଁ ଚାରି ମାସରେ ତିନି ଥର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ମାରିବା ପାଇଁ ଟାର୍ଗେଟ କରିଥିଲେ ଏଏସଆଇ ଗୋପାଳ ଦାସ। ଦୁଇ ଥର ସୁଯୋଗ ହାତଛଡ଼ା ହୋଇଥିଲା ଆଉ ତୃତୀୟ ଥରେ ଗୁଳି କରି ହତ୍ୟା କରିଥିଲେ ଏଏସଆଇ ଗୋପାଳ ଦାସ।ହଁ ଆଜ୍ଞା ତାରିଖ ସେପ୍ଟେମ୍ବର ୧୮ ସ୍ଥାନ ଗାନ୍ଧିଛକ ରେ ସେଦିନ ନୂଆଁ ଖାଇ ଭେଟଘାଟ ର କାର୍ଯ୍ଯକ୍ରମ ରହିଥିଲା। ଆଉ ଯେଉଁଠି ଉପସ୍ଥିତ ଥିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଆଉ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ପ୍ରଥମ ଟାର୍ଗେଟ ଥିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। କିନ୍ତୁ ପ୍ରଥମ ଥର ଅସଫଳ ହୋଇ ଯାଇଥିଲେ ଗୋପାଳ।

ଏହାପରେ ଦ୍ୱିତୀୟ ସୁଯୋଗ କୁ ଅପେକ୍ଷା କରିଥିଲେ ଗୋପାଳ। ଡିସେମ୍ବର ୩୦ ତାରିଖରେ ସ୍ଥାନ ବ୍ରଜରାଜନଗର । ସେଠାରେ ସ୍ୱର୍ଗତ କିଶୋର କୁମାର୍ ମହାନ୍ତି ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଥିଲା।ଆଉ ଯେଉଁଠି ଉପସ୍ଥିତ ଥିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ଆଉ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ପୁଣି ଥରେ ଟାର୍ଗେଟ କରିଥିଲେ ନବ ଦାସଙ୍କୁ। ଆଉ ଏଥର ମଧ୍ୟ ସୁଯୋଗ ହାତଛଡ଼ା ହୋଇ ଯାଇଥିଲା। ଏହାପରେ ତୃତୀୟ ସୁଯୋଗ ରେ ଗୋପାଳ ଦାସ ଖୁବ୍ ନିକଟରୁ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ।

ତେବେ କ୍ରାଇମବ୍ରାଞ୍ଚ ର ଜେରା ସମୟରେ ଗୋପାଳ କହିଛି କି ଭଲ ଲାଗିଲେନି ସ୍ଵାସ୍ଥ୍ୟ ମନ୍ତ୍ରୀ ସେଥି ପାଇଁ ଗୁଳି କରି ମାରିଦେଲି। ନବ ଦାସଙ୍କ ସହିତ ଗୋପାଳର କିଛି ଶତ୍ରୁତା ନଥିଲା କିନ୍ତୁ ସ୍ଵାସ୍ଥ୍ୟ ମନ୍ତ୍ରୀ ତାଙ୍କୁ ପସନ୍ଦ ନଥିଲେ ସେଥି ପାଇଁ ସେ ତାଙ୍କୁ ଗୁଳି କରି ମାରିଦେଲା। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଲାଗି ରହିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment