Odisha News Portal

ଦେଶରେ ପୁଣି ବହୁତ ମାତ୍ରାରେ ହ୍ରାସ ପାଇଲା ସୁନା ରେଟ୍ ! ଜାଣନ୍ତୁ ଆଜି କେତେ ରହିଛି ସୁନା ରେଟ୍ …..

0 6

ବର୍ତ୍ତମାନର ସବୁଠୁ ବଡ ଖବର ହେଉଛି ସୁନାର ଦରକୁ ନେଇକରି । ଭାରତୀୟ ବଜାରରେ ଲଗାତାର ଭାବରେ ସୁନା ଏବଂ ରୂପାର ଦାମ କମିବାରେ ଲାଗିଛି । ଗତ ଚାରି ମାସ ତଳେ ସୁନାର ଦାମ ଯେତେ ଥିଲା ସେଥିରେ ଆଜି 7000 ଟଙ୍କା କମିଯାଇଛି । ପ୍ରତ୍ୟେକ ତିନି ସପ୍ତାହ ଧରି ସୁନାର ଦାମ ପ୍ରାୟ 4000 ଟଙ୍କା ହ୍ରାସ ପାଇଛି । ତେବେ ଅଗଷ୍ଟ 10 ତାରିଖରେ 24 କ୍ୟାରେଟ ସୁନାର ଦର 56000 ଟଙ୍କା ଥିବା ସମୟରେ ଏବେ ତାହାର ମୂଲ୍ୟ 48900 ଟଙ୍କାରେ ରହିଛି ।

ଦୀପାବଳୀ ଏବଂ ଧନତେରସ ଯିବା ପରେ ସୁନାର ଚାହିଦା ହଠାତ କମିଯାଇଛି । ଇଣ୍ଟିଆନ ବୁଲେୟନାର ଜୁୟେସାରୀ ୱେବ ସାଇଟରେ ଥିବା ତଥ୍ୟ ଅନୁଯାୟୀ ଗତ ସପ୍ତାହରେ ଥିବା ସୁନା ମୂଲ୍ୟ 10 ଗ୍ରାମ ପିଛା 1475 ଟଙ୍କା ହ୍ରାସ ପାଇଛି । ଅପର ପକ୍ଷରେ ରୂପାର ଦାମ ମଧ୍ୟ 1714 ଟଙ୍କା କମିଯାଇଛି ।


ସୂଚନା ଯୋଗ୍ୟ କି କରୋନା ଯୋଗୁଁ ବିଶ୍ୱର ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଛି ଯାହା ଫଳରେ ଲୋକମାନେ ଷ୍ଟ୍ରକ ବଜାର ଅପେକ୍ଷା ସୁନା ଉପରେ ନିବେଶ କରିଥିଲେ । ଯେଉଁଥିପାଇଁ କରୋନା କାଳରେ ସୁନାର ଦର ହୁ ହୁ ହୋଇ ବଢି ଚାଲିଛି । ମାତ୍ର ପୁନଶ୍ଚ ଏବଂ ଆର୍ଥିକ ସ୍ଥିତି ସୁଧୁରିବା ଆରମ୍ଭ କରିଛି , ଟ୍ରମ୍ପ ବଜାରରେ ମଧ୍ୟ ନିବେଶକ ମାନଙ୍କର ସୁନାର ଦରରେ ପରିବର୍ତ୍ତନ ହେବାର ଦେଖାଦେଇଛି ।

ବିବାହ ଏବଂ ଧନତେରସରେ ଲୋକମାନେ ବିପୁଳ ସୁନା କ୍ରୟ କରିବା ପାଇଁ ବାଧ୍ୟ ହୋଇଥିଲେ ମାତ୍ର ଏବେ ଚାହିଦା ନଥିବାରୁ ସୁନା ଦରର କମିଥିବାର ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଆଜି ରାଜଧାନୀ ଓଡିଶାରେ ମଧ୍ୟ ସୁନାର ମୂଲ୍ୟରେ ବଡ ଧରଣର ହ୍ରାସ ହୋଇଥିବାର ଦେଖିବାକୁ ମିଳିଛି । ଭୁବନେଶ୍ୱରରେ 24 କ୍ୟାରେଟ ସୁନାର ମୂଲ୍ୟ 51000 ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 47800 ଟଙ୍କାରେ ରହିଛି । ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନାର ଦରରେ ହ୍ରାସ ପାଇଥିବାର ଦେଖା ଦେଇଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 22 କ୍ୟାରେଟ ସୁନାର ମୂଲ୍ୟ 49300 ଟଙ୍କାରେ ପହଞ୍ଚିଥିବା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ 52000 ଟଙ୍କାରେ ରହିଛି । ରାଜଧାନୀ ଦିଲ୍ଲୀରେ କିନ୍ତୁ ଏହି ଦର 52000 ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 48000 ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଚେନ୍ନାଇରେ 24 କ୍ୟାରେଟ ସୁନାର ମୂଲ୍ୟ 52000 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 47800 ଟଙ୍କା ରହିଛି । ସେହପରି ପୂର୍ବ ଭାରତ କୋଲକାତାରେ 24 କ୍ୟାରେଟ ସୁନାର ମୂଲ୍ୟ 51840 ଟଙ୍କା ଏବଂ 22 କ୍ୟାରେଟ ସୁନାର ମୂଲ୍ୟ 49000 ଟଙ୍କାରେ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।