Odisha News Portal

ଗୋଟିଏ ଥରରେ ଦାନ୍ତ ପୋକ ଏବଂ ଯନ୍ତ୍ରଣା ବାହାର କରିବ କରନ୍ତୁ ଏହି ଘରୋଇ ଉପାୟ 100 % କାମ କରିବ !

ସାଧାରଣତଃ ଜଣେ ମଣିଷର ସୌନ୍ଦର୍ଯ୍ୟ ଏକ ଅଂଶ ହେଉଛି ତାର ଦାନ୍ତରେ ହିଁ ଥାଏ । ଆଉ ଦାନ୍ତ ନଥିଲେ ଲୋକେ ତାର ଥଟ୍ଟା କରନ୍ତି । ତେବେ ଆପଣ ଦେଖି ଥିବେ କି ଅନେକ ଲୋକଙ୍କ ପାଟି ରୁ ବହୁତ ଗନ୍ଧ ବାହାରି ଥାଏ ,ଯାହା ପାଇଁ ଆପଣ ମାନେ ଲୋକଙ୍କ ପାଖରେ ଲଜିତ ହୋଇ ଥାନ୍ତି । ଏହାର କାରଣ କି ଆମ ଦାନ୍ତ ରେ ପୋକ ଲାଗି ଯାଇ ଥାଏ। ଆଉ ଦାନ୍ତରେ ପୋକ ଲାଗିଲେ ତାହା ଆମ ଦାନ୍ତକୁ ପୂରା ନଷ୍ଟ କରି ଦେଇଥାଏ ।

ତେଣୁ ଡାକ୍ତର ମାନେ ଏହା ପାଇଁ ଅନେକ ଔଷଧ ଲେଖି ଦିଅନ୍ତି ,ତ ଆଉ କେହି କେହି ଯନ୍ତ୍ରଣା ସହି ନ ପରି ଦାନ୍ତ ଉଠାଇ ଦେଇ ଥାନ୍ତି । କିନ୍ତୁ ଆଜି ଆମେ ଯେଉଁ ଘରୋଇ ଉପଚାର ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ତାହା ଆପଣଙ୍କ ଦାନ୍ତକୁ ସଂମ୍ପୂଣ୍ଣ ସୁରକ୍ଷିତ ରଖିବା ସହିତ ଅତି ସହଜ ରେ ଦାନ୍ତ ରୁ ପୋକ ସଫା ହୋଇ ଯିବ ଏବଂ ଯନ୍ତ୍ରଣା ମଧ୍ୟ ଦୂର ହୋଇ ଯିବ । ତେବେ ଚାଲନ୍ତୁ ଜାଣିନେବା ସେହି ଉପଚାର ବିଷୟରେ ।

ପ୍ରସ୍ତୁତି ପ୍ରଣାଳୀ –

ପ୍ରଥମେ ଗୋଟେ ପାତ୍ର ରେ କିଛି ସୋରିଷ ତେଲ ନେବେ ଆଉ ତା ପରେ କିଛି ଲବଙ୍ଗ ନେବେ । ତେବେ ଏହା ପରେ ଆପଣ ଫିଟିକିରି ନେବେ, ଏହା କୁ ଛୋଟ ଖଣ୍ଡ କରି ତାକୁ ପେସି ଦେବେ। ତେବେ ଏହି ତିନୋଟି ଜିନିଷ ଆପଣ ଙ୍କ ଦାନ୍ତର ପୋକ କୁ ଅତି ସହଜ ରେ ଦୂର କରିବ। ତେବେ ଏହି ସବୁ ଜିନିଷ କୁ ଆପଣ ପ୍ରଥମେ ଗୋଟେ ପାତ୍ର ରେ 4-5 ଟି ଲବଙ୍ଗ୍ ନେବେ ,ଆଉ ତା ପରେ ତାକୁ ଗୁଣ୍ଡ କରିଦେବେ।

ଏହାକୁ ନେଇ ଆପଣ ଦାନ୍ତ ରେ ଯେଉଁ ସ୍ଥାନ ରେ ପୋକ ଲାଗିଛି ବା ଯନ୍ତ୍ରଣା ହେଉଛି ସେଠି ନେଇ ରଖି ଦେବେ ଆଉ ଦାନ୍ତ ରେ ଚାପି ରଖି ପାଟି 5 ମିନିଟ ଯାଏ ବନ୍ଦ କରି ଦେବେ। ତେବେ ଏହା ପରେ ଆପଣ ପାଟି କୁ ସଫା କରି ଦେବେ ,ଆଉ ଆପଣ ଙ୍କ ଯନ୍ତ୍ରଣା ପୁରା କମି ଯିବ ।


ତେବେ ଯେଉଁ ସ୍ଥାନ ରେ ପୋକ ଲାଗିଛି , ସେହିଠାରେ ପ୍ରଥମେ ଆପଣ ଗୋଟେ ପାତ୍ର ରେ ସୋରିଷ ତେଲ ନେବେ ଆଉ ତା ପରେ ଆପଣ ଯେଉଁ ଗୁଣ୍ଡ କରି ଥିବା ଫିଟିକିରି କୁ ନେଇ ସେଥିରେ ପକାଇ ଭଲ ଭାବେ ମିଶାଇ ଦେବେ। ଏହାପରେ ଏକ ତୁଳା ବା ବ୍ରସ ରେ ସେହି ପେଷ୍ଟ କୁ ନେଇ ଦାନ୍ତ ରେ ଯେଉଁ ସ୍ଥାନ ରେ ପୋକ ଲାଗିଛି ସେ ସ୍ଥାନ ରେ ଭଲ ଭାବେ ଲଗାଇ ଦେବେ । ଏହାକୁ ଆପଣ 2 ଘଣ୍ଟା ଯାଏ ଲଗେଇକି ରଖିବେ। ତେବେ ଏହା କୁ 3-4 ଦିନ ବ୍ୟବହାର କରିବା ଦ୍ୱାରା ଦେଖିବେ ଆପଣ ଙ୍କ ଦାନ୍ତ ରେ ଲାଗି ଥିବା ପୋକ ବହୁତ ଶୀଘ୍ର ଭଲ ହୋଇ ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।