Odisha News Portal

ଗୋଟିଏ ପରିବାରର ୪ ଦିବ୍ୟାଙ୍ଗ ପିଲା: ଗୋଡ ଅଛି ହେଲେ ଚାଲିବା ମୁସ୍କିଲ, ହାତ ଅଛି ହେଲେ ଖାଇବା କଷ୍ଟକର, କେମିତି କଟୁଛି ଦିନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ଲୋକଙ୍କ କଥା କହିବୁ ଯାହାଙ୍କ ପ୍ରତି ଭଗବାନ ପୂରାପୂରି ଅସନ୍ତୁଷ୍ଟ ରହିଛନ୍ତି । ଭଗବନା ଏମିତି କାହିଁକି କରନ୍ତି ଜଣେ ଲୋକଙ୍କ ପ୍ରତି ଏମିତି ଅନ୍ୟାୟ ଯାହା ଦେଖିଲେ ସମସ୍ତଙ୍କର ହୃଦୟ କାନ୍ଦି ଉଟିବ । ତେବେ ଆପଣ ମାନେ ତ ଜାଣନ୍ତି କି ବେଳେ ବେଳେ ଏମିତି ପିଲା ଜନ୍ମ ଗ୍ରହଣ କରନ୍ତି ଯେଉଁମାନେ କି ବିକଳାଙ୍ଗ ହୋଇଥାନ୍ତି । ତେବେ ଏପରି ପିଲା ମାନଙ୍କୁ ଜନ୍ମ ଦେଇ ବାପା ମା ମାନେ ବହୁତ ହିଁ କଷ୍ଟ ପାଇତାନ୍ତି । ମାତ୍ର କେବେହେଲେ କେହି ବାପା ମା ନିଜ ପିଲା ମାନଙ୍କୁ ତ ଏହି ବିକଳାଙ୍ଗ ପାଇଁ କେଉଁଟି ପକେଇ ଦେଇପାକରିବେନି ।

ସେମାନେ କଷ୍ଟରେ ମଧ୍ୟ ସେମାନଙ୍କର ପିଲା ମାନଙ୍କର ଦାୟିତ୍ୱ ନେଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ କଥା ବିଷୟରେ କହିବୁ ଯେଉଁଥିରେ ଗୋଟିଏ ପରିବାରରେ ଚାରି ଜଣ ପିଲା ଯାକ ବିକଳାଙ୍ଗ ହୋଇ ଜନ୍ମ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ପରିବାରରେ ସେହି ପିଲା ମାନେ କେମିତି ଚଳୁଛନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ କଥାଟି କହୁଛୁ ତାହା ହେଉଛି ନୂଆପଡା ଜିଲ୍ଲା କୋମନା ବ୍ଲକ କୁରୁମପୂରୀ ପଞ୍ଚାୟତର ଦିଆମୁଣ୍ଡା ଗାଁରେ ଏଭଳି ଏକ ଘଟଣା ଯେଉଁଥିରେ ଗୋଟିଏ ପରିବାରରେ ଚାରି ଜଣ ପିଲା ବିକଳାଙ୍ଗ ହୋଇ ଜନ୍ମ ନେଇଛନ୍ତି । ଅର୍ଥାତ ସେମାନଙ୍କର ଗୋଡ ଅଛି ହେଲେ ମଧ୍ୟ ସେମାନେ ଭଲ କରି ଚାଲି ପାରୁନାହାନ୍ତି ଏବଂ ହାତ ଥିଲେ ମଧ୍ୟ ଖାଇପାରୁନାହାନ୍ତି । ବୃଦ୍ଧକାଳେ ପୂଅ ସେବା ପାଇବାକୁ ଆଶା ରଖିଥିବା ଗୋଟିଏ ବାପା-ମାଆଙ୍କ ପ୍ରତି ଭଗବାନ ଏମିତି ବିଚାର ସେମାନଙ୍କୁ ବହୁତ କଷ୍ଟ ଦେଉଛୁ । ଦିଆମୁଣ୍ଡା ଗାଁରେ କିର୍ତ୍ତନ ମାଝୀଙ୍କ ଚାରି ଭେଣ୍ଡିଆ ପୁଅ-ଝିଅ, ହେଲେ ସମସ୍ତେ ଦିବ୍ୟାଙ୍ଗ। ଅନ୍ୟ ଦୁଇ ପୁଅଙ୍କ ହାତ ଗୋଡ ଜନ୍ମରୁ କାମ କରୁନି।

ଗୁରୁଣ୍ଡି ଗୁରୁଣ୍ଡି ଦିନ ଯାଉଛି। ପାଳିବା ପୋଷିବା ତଥା ସେବା କରିବା ସମୟରେ ବୁଢା ବାପା-ମାଆଙ୍କ ପାଇଁ ଚାରି ପୂଅ-ଝିଅ ପାଲଟି ଯାଇଛନ୍ତି ବୋଝ । ତେବେ ସେମାନଙ୍କର ରାସନ କାର୍ଡ ଅଛି ମାତ୍ର ସେହି ଚାଉଳ ତାଙ୍କ ଘର ପ୍ରତି ସମୁଦ୍ରଙ୍କୁ ଶଙ୍ଖେ ଭଳି । ତେବେ ସେହି ପୁଅ ଝିଅ ମାନଙ୍କ ପାଇଁ ସେମାନେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ବି ଗୁହାରୀ କରିଛନ୍ତି କିର୍ତ୍ତନ ଖଣ୍ଡିଏ ଭର୍ତ୍ତା ପାଇଁ ହେଲେ କାହାରି ନଜର ଏହି ଅସହାୟ ପରିବାର ପ୍ରତି ଆଜି ଯାଏଁ ପଡିନାହିଁ ।

ତେବେ ଯାହା ମଧ୍ୟ ସେମାନେ ସେଥିରୁ ଟଙ୍କା ପାଇଥାନ୍ତେ ଯଦି ଭର୍ତ୍ତା ହେଇଥାନ୍ତି ଟିକେ ତ ଅଭାବ ଦୂର ହୋଇଥାନ୍ତି । ମାତ୍ର ସେତିକି ହୋଇପାରୁନାହିଁ । ବର୍ଷ ବର୍ଷ ଧରି ସରକାଙ୍କୁ ଗୁହାରି କଲେ ମଧ୍ୟ ସରକାର ତାହା ଶୁଣୁନାହାନ୍ତି । ତେବେ ଏହି ଅସହାୟ ଲୋକଙ୍କୁ ଆପଣ ମାନେ ଯଦି ଟିକେ ସାହାର୍ଯ୍ୟ କରିବେ ତେବେ ହୁଏତ ସେମାନଙ୍କର କିଛି ପରିବର୍ତ୍ତନ ହୋଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।